• Home
  • News
  • ଦିଲ୍ଲୀରେ ସାଇକ୍ଳୋଥନକୁ ଉଦ୍ଘାଟନ କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
News

ଦିଲ୍ଲୀରେ ସାଇକ୍ଳୋଥନକୁ ଉଦ୍ଘାଟନ କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କମ ଇନ୍ଧନ ବ୍ୟବହାର କରିବା ପାଇଁ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ଗତକାଲି ନୂଆଦିଲ୍ଲୀ ନେହୁରୁ ଷ୍ଟାଡିୟମରେ ସାଇକ୍ଳୋଥନ ଅନୁଷ୍ଠିତ ହେଇଛି । “ସକ୍ଷମ ପେଡାଲ ଦିଲ୍ଲୀ” ନାଁରେ ନାମିତ ଏହି କାର୍ଯ୍ୟକ୍ରମରେ ୫ ହଜାରରୁ ଅଧିକ ଲୋକ ସାମିଲ ହେଇ ସାଇକେଲ ଚଳାଇଥିଲେ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ ।

ଏହି ସାଇକ୍ଲୋଥନ ମାଧ୍ୟମରେ ଇନ୍ଧନ ସଂରକ୍ଷଣର ବାର୍ତ୍ତା ପ୍ରଚାର କରାଯାଇଥିଲା । ବହୁ ବିଶିଷ୍ଠ ଖେଳାଳି ଏଥିରେ ଯୋଗଦେଇ ଲୋକଙ୍କୁ ସଚେତନ କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସହ ତାରକା ଫରହାନ ଅଖତର ଯୋଗ ଦେଇ ଲୋକଙ୍କୁ ସାଇକେଲ ଚଳାଇବା ସହ ଇନ୍ଧନ ବ୍ୟବହାରରେ ମିତବ୍ୟୟି ହେବାକୁ ଆହ୍ଵାନ ଦେଇଥିଲେ ।

କେନ୍ଦ୍ରମନ୍ତ୍ରୀ ନିଜେ ୫ କିମି ସାଇକେଲ ଚଳାଇ ଲୋକଙ୍କୁ ଉତ୍ସାହିତ କରିଥିଲେ । ସାଇକେଲ ଚଳାଇବା ଦ୍ଵାରା ଇନ୍ଧନ ବ୍ୟବହାର କମିବା ସହ ପରିବେଶ ପ୍ରଦୂଷଣ କମେ । ସ୍ୱାସ୍ଥ୍ୟ ଉପରେ ଏହାର ସୁପ୍ରଭାବ ପଡିଥାଏ ବୋଲି ସେ କହିଥିଲେ । ପରିବେଶକୁ ସୁରକ୍ଷିତ ରଖିବା ଦେଶବାସୀଙ୍କ ସାମୁହିକ ଦାଇତ୍ଵ ବୋଲି ଶେ କହିଥିଲେ । ସେହିପରି ସହଜ ଓ ସରଲ ଟିପ୍ସକୁ ମାନି ଇନ୍ଧନ ବ୍ୟବହାର କାଲେ ଶକ୍ତି ସଞ୍ଚୟ କରିହେବ । ରୋଷେଇ, ଯାତାୟାତ, ଶିଳ୍ପ, କୃଷି, ଭଳି ସବୁ କ୍ଷେତ୍ରରେ ପେଟ୍ରୋଲିୟମ ପଦାର୍ଥର ବ୍ୟବହାରକୁ ବିଧି ମୁତାବକ ବ୍ୟବହାର କାଲେ ଇନ୍ଧନ ସଞ୍ଚଯ ହେବ ବୋଲି ସେ କହିଥିଲେ ।

ଏହି ସାଇକ୍ଳୋଥନରେ ବିଭିର୍ଣ୍ଣ ବର୍ଗ ଓ ଦୂରତାକୁ ନେଇ ସାଇକେଲ ଚାଳନା ପ୍ରତିଯୋଗୀତା ହେଇଥିଲା । ଶେଷରେ କୃତି ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା । ତୈଳ ମନ୍ତ୍ରଣାଲୟର ବିଭିର୍ଣ୍ଣ ଅଧିକାରୀ ଓ କର୍ମଚାରୀଙ୍କ ସହ ବିଭିର୍ଣ୍ଣ ବର୍ଗର ଲୋକେ ଏଥିରେ ସାମିଲ ହେଇଥିଲେ  ।

ଦିଲ୍ଲୀରେ ସାଇକ୍ଳୋଥନକୁ ଉଦ୍ଘାଟନ କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଦିଲ୍ଲୀରେ ସାଇକ୍ଳୋଥନକୁ ଉଦ୍ଘାଟନ କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପଢନ୍ତୁ, ଭାରତୀୟ ପ୍ରତିରକ୍ଷା ଗବେଷଣା ଏବୋଂ ବିକାଶ ସଂଗଠନ ଦ୍ଵାରା ଚାନ୍ଦିପୁରରୁ ନିର୍ଭୟ କ୍ଷେପଣାସ୍ତ୍ର ପରୀକ୍ଷଣ

Related posts

ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି, ୧୯ରେ ହୋଇପାରେ ପ୍ରବଳ ବର୍ଷା

Krishna Kumar Manoj

ଦିଲ୍ଲୀ ଏମ୍ସ୍ ରେ ଆଡମିଟ ହେଲେ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ !

Krishna Kumar Manoj

ରଥଯାତ୍ରାରେ ଟେଲିଭିଜନ୍‌ ଅଭିନେତ୍ରୀ ମାହିକା ଶର୍ମାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More