POLITICALS

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ‘ନୂଆ ସରକାରର ଶପଥ ଗ୍ରହଣରେ ନିଶ୍ଚିତ ଡାକିବୁ’ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆହୁରି ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକି ଥିବାବେଳେ, ରାଜ୍ୟ ରାଜନୀତିରେ ଚାଲିଛି ହାଇଡ୍ରାମା। ଭୋଟର୍‌ କାହା ମୁଣ୍ଡରେ ସୁନାକଳସ ଢାଳିବେ, କାହାକୁ ଜଣାନାହିଁ। ତେବେ ତା’ପୂର୍ବରୁ ନେତାଙ୍କ ମଧ୍ୟରେ ଶପଥ ଗ୍ରହଣ ସମାରୋହକୁ ନେଇ ଟକରାଟକରି ଚାଲିଛି। ଆଜି ନିର୍ବାଚନୀ ପ୍ରଚାରରେ ବାଲେଶ୍ୱରରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ବାଲେଶ୍ୱର ଗସ୍ତରେ ଆସିଥିବା ବେଳେ, ବିଜେଡି ସରକାର ବିଦା ହେଲା ପରେ ପୁଣି ଓଡ଼ିଶା ଆସିବେ ବୋଲି କହିଥିଲେ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  , ବାଲେଶ୍ୱରର ରେମୁଣାରେ ତାଙ୍କୁ ଛିଗୁଲେଇ କହିଥିଲେ ଯେ, ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ସୁଦ୍ଧା ବିଜେଡି ବହୁମତ ପାଇ ସାରିଲାଣି। ତେଣୁ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛନ୍ତି।

ଏହାର ଜବାବରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କି, “ରାଜ୍ୟରେ ସରକାର ପରିବର୍ତ୍ତନ ହେବ। ବିଜେପି ସରକାର ଗଢ଼ିବ। ନୂଆ ସରକାର ଶପଥ ଗ୍ରହଣ ସମାରୋହକୁ ପ୍ରଧାନମନ୍ତ୍ରୀ ଆସିବେ। ବିଦାୟୀ ମୁଖ୍ୟମନ୍ତ୍ରୀ ଭାବେ ନବୀନ ବାବୁଙ୍କୁ ଆଦରର ସହକାରେ ଶପଥ ଗ୍ରହଣ  ଉତ୍ସବକୁ ନିମନ୍ତ୍ରଣ କରିବୁ। ନବୀନ ବାବୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ବସାଇବୁ।”
ପଢନ୍ତୁ: ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଲେ ମିଥୁନ ଚକ୍ରବର୍ତ୍ତୀ

Related posts

ଜୟଲଳିତାଙ୍କ ସମାଧି ପରିସରରେ ପୁଅର ବିବାହ ଆୟୋଜନ କଲେ AIADMK ନେତା

Ratnamani Moharana

ବିଜେଡିରେ ମିଶିଲେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ

ENO Beuro

ଦେଶ ଚନ୍ଦ୍ରବାବୁଙ୍କ ‘ପ୍ରଜା ବେଦିକା’ ବଙ୍ଗଳା ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲେ ଜଗନ ରେଡ୍ଡି

Ratnamani Moharana

Leave a Comment