EnewsOdia.Com

ବିଜେପୁରରେ ନବୀନଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ବିଜେପୁରରେ ବିଜେପିର ଜୋରଦାର ହମ୍‌ଲା।  ଆଜି ପ୍ରଚାର ମୈଦାନକୁ ଓହ୍ଲାଇଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଞ୍ଜିଳିକୁ ରଖି ବିଜେପୁର ଛାଡିଥିବାରୁ ନବୀନଙ୍କ ଉପରେ ବର୍ଷିଥିଲେ।  ବିଜେପୁର ଦାୟିତ୍ବ ନେବା କଥା କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ସ୍ଥାନୀୟ ଲୋକମାନଙ୍କୁ ପ୍ରତାରିତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭରସା କରିବା କ’ଣ ବିେଜପୁର ବାସୀଙ୍କର ଭୁଲ ନିଷ୍ପତ୍ତି ଥିଲା? ଏବେ ‘ମୋ ସରକାର’ କଥା କୁହାଯାଉଛି। ‘ମୋ ସରକାର’ ପୂର୍ବରୁ ଥିବା ସରକାର ଦୁର୍ନୀତିଗ୍ରସ୍ତଲୋକଙ୍କର ନା ଚିଟଫଣ୍ଡ ଚୋରମାନଙ୍କର ଥିଲାବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର।

ପୂଜା ଛୁଟି ପରେ ବିଜେପୁର ଉପନିର୍ବାଚନ ପ୍ରଚାର ସରଗରମ େହାଇଛି। ଏହି କ୍ରମରେ ଆଜି େକନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଜେପୁର ଯାଇ ଦିନିକିଆ ତୋଫାନୀ ଗସ୍ତ କରିଥିଲେ। ସ୍ଥାନୀୟ ତାଲପାଲିଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ବିଜେପୁରବାସୀଙ୍କ ଉପରେ ଜାଣିଶୁଣି ଏକ ଉପନିର୍ବାଚନ ଲଦି ଦିଆଯାଇଛି। ମୁଖ୍ୟମନ୍ତ୍ରୀ କାହିଁକି ଏଠାରୁ ପ୍ରାର୍ଥୀ ହେଲେ ଏବଂ ପୁଣି କାହିଁକି ଏହି ଆସନ ଛାଡ଼ିଲେ, ତାହା ବୁଝା ପଡ଼ୁନାହିଁ। ବିଜେପୁରବାସୀ  ମୁଖ୍ୟମନ୍ତ୍ରୀଙ୍କୁ ଭରସା କରି ଭୋଟ୍‌ ଦେଲେ।

ମୁଖ୍ୟମନ୍ତ୍ରୀଙ୍କୁ ଭରସା କରିବା କଣ ଭୁଲ? ଯଦି ପଶ୍ଚିମ ଓଡ଼ିଶା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଦରଦ ଥିଲା, ସେ ଚାହିଁଥିଲେ ହିଞ୍ଜିଳିକାଟୁ ଆସନ ଛାଡ଼ି ଦେଇଥାନ୍ତେ। ମୁଖ୍ୟମନ୍ତ୍ରୀ ବିଜେପୁର ବିକାଶ କଥା ନିଜେ ବୁଝିବି ବୋଲି ଗତ ଉପନିର୍ବାଚନ ବେଳେ କହିଥିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା’ ସମଲେଇଙ୍କ ପାଖରେ ଶପଥ ନେଇ କୁହନ୍ତି, ସେ ଏଠାରେ କ’ଣ କରିଛନ୍ତି?
ପଢନ୍ତୁ: ଆସୁଛନ୍ତି ଗଜଲକ୍ଷ୍ମୀ : ସଜେଇ ହେଉଛି ଢେଙ୍କାନାଳ

ସମ୍ବନ୍ଧିତ ଖବର

ପାକିସ୍ତାନୀ ଅପପ୍ରଚାରକାରୀଙ୍କ ଗୁମର ଖୋଲିଲେ ୟୁରୋପୀୟ ପ୍ରତିନିଧି

Ratnamani Maharana

ନୱାଜ ସରିଫଙ୍କୁ ମିଳିଲା ଜାମିନ

Ratnamani Maharana

‘ନୱାଜ ସରିଫଙ୍କୁ ଖାଇବାରେ ବିଷ ଦିଆଯାଇଛି’ ବୋଲି ଅଭିଯୋଗ କରିଛନ୍ତି ସରିଫଙ୍କ ପୁଅ

Ratnamani Maharana

ମୁଖ୍ୟମନ୍ତ୍ରୀ ପଦ ନେଇ ବିଜେପି-ଶିବସେନା ମଧ୍ୟରେ ଛିଣ୍ଡୁନାହିଁ ଅଙ୍କ !

Ratnamani Maharana

ଦାର୍ଜିଲିଂରେ ୧୦ କିଲୋମିଟର ଦୌଡିଲେ ଦିଦି

Ratnamani Maharana

କ୍ଷେତରେ ନିଆଁ ଲଗାଇ ଦିଲ୍ଲୀ ପ୍ରଦୂଷଣକୁ ବଢ଼ାଉଥିବା ୨,୯୨୩ ଚାଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ପଞ୍ଜାବ ସରକାର

Ratnamani Maharana