News

ନେପାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦୁଇଦିନିଆ ନେପାଳ ଗସ୍ତରେ ଯାଇ ନେପାଳର ରାଷ୍ଟ୍ରପତି ଶ୍ରୀମତୀ ବିଦ୍ୟା ଦେବୀ ଭଣ୍ଡାରି, କାର୍ଯ୍ୟବାହକ ପ୍ରଧାନମନ୍ତ୍ରୀ ଈଶ୍ୱର ପୋଖରେଲ ଓ ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି।

ପେଟ୍ରୋଲିୟମ ଉତ୍ପାଦ, ପାଇପଲାଇନ ଓ ନେପାଳରେ କାମ ଚାଲିଥିବା ଅନ୍ୟ ତୈଳ ଓ ଗ୍ୟାସ ପ୍ରକଳ୍ପର ପ୍ରଗତି ସମ୍ପର୍କରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ଶ୍ରୀ ପ୍ରଧାନ ନେପାଳର ସ୍ୱରାଷ୍ଟ୍ର ମନ୍ତ୍ରୀ ରାମ ବାହାଦୁର ଥାପ୍ପା ଓ ତୈଳମନ୍ତ୍ରୀ ମାତ୍ରିକା ପ୍ରସାଦ ଯାଦବଙ୍କ ସହ ଦ୍ଵିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।

dharmendra ନେପାଳ ନେପାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ dharmendra

ଭାରତରୁ ନେପାଳ ମଧ୍ୟରେ ଏଲ୍‍ପିଜି ପାଇପଲାଇନ ଓ ଫର୍ଟିଲାଇଜର ପ୍ଲାଣ୍ଟ ପାଇଁ ନ୍ୟାଚୁରାଲ ଗ୍ୟାସ୍‍ ପାଇପଲାଇନ ବିଛାଇବା ପାଇଁ ସମ୍ଭାବନା ଉପରେ ବୈଠକରେ ଆଲୋଚନା ହୋଇଥିଲା। ଏହି ପ୍ରକଳ୍ପ ଗୁଡିକରେ ଆଇଓସି ଓ ନେପାଳ ଅଏଲ କର୍ପୋରେସନ ମିଶି କାର୍ଯ୍ୟ କରିବେ।

ଏହି ଅବସରରେ ଶ୍ରୀ ପ୍ରଧାନ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଗିରିରାଜ ମଣି ପୋଖରେଲଙ୍କ ସହ ଆଲୋଚନା କରି ଦକ୍ଷତା ବିକାଶ ଓ ଉଦ୍ୟମିତା କ୍ଷେତ୍ରରେ ସହଯୋଗ ଲୋଡିଥିଲେ।

ପଢନ୍ତୁ;ସର୍ଜିକାଲ ଷ୍ଟ୍ରାଇକ:ପ୍ରଧାନମନ୍ତ୍ରୀ ଉଦ୍‍ଘାଟନ କଲେ ପରାକ୍ରମ ପର୍ବ ପ୍ରଦର୍ଶନୀ

Related posts

ଟ୍ରାଫିକ ଭିଡ଼ ନିୟନ୍ତ୍ରଣ ନିମନ୍ତେ ରାଜଧାନୀ ଭୁବନେଶ୍ୱରର ମୁଖ୍ୟ ରାସ୍ତାରେ ନିର୍ମାଣ ହେବ ସମାନ୍ତରାଳ ରାସ୍ତା

ENO Beuro

ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଯୋଗଦେଲେ କଂଗ୍ରେସର ମିଶ୍ରଣ ପର୍ବରେ

Jitendra

ଓଡ଼ିଶା ଉପକୂଳରେ ବିରଳ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More