POLITICALS

ଦଶ ବର୍ଷର ବ୍ୟବଧାନ ପରେ ପୁଣି ମଞ୍ଚକୁ ଓଲ୍ହାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପାଖାପାଖି ଦଶ ବର୍ଷର ବ୍ୟବଧାନ ପରେ ପୁଣି ମଞ୍ଚକୁ ଓଲ୍ହାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରୁ ନିର୍ବାଚନ ଲଢ଼ିବେ । ତେବେ ସେ ବିଧାୟକ କି ସାଂସଦ ପ୍ରାର୍ଥୀ ଭାବେ ଲଢ଼ିବେ, ଦଳ ସେ ସମ୍ବନ୍ଧରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି କହିଛନ୍ତି।

ଶେଷଥର ପାଇଁ ୨୦୦୯ରେ ସାଧାରଣ ନିର୍ବାଚନ ଲଢ଼ିଥିଲେ ଧର୍ମେନ୍ଦ୍ର । ସେହି ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କଠାରୁ ଧର୍ମେନ୍ଦ୍ର ପରାସ୍ତ ହୋଇଥିଲେ। ପରବର୍ତ୍ତୀ ସମୟରେ ବିହାରରୁ ରାଜ୍ୟସଭାକୁ ଯାଇ ଧର୍ମେନ୍ଦ୍ର ଜାତୀୟ ରାଜନୀତିରେ ନିଜର ପ୍ରଭାବ ବିସ୍ତାର କରିଥିଲେ। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ଏନ୍‌ଡିଏ ସରକାର ଗଠନ ହେବା ପରେ ଧର୍ମେନ୍ଦ୍ର ପ୍ରଥମେ ରାଷ୍ଟ୍ରମନ୍ତ୍ରୀ ଏବଂ ଏବେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିବା ସହ ଓଡ଼ିଶାରେ ନିଜକୁ ନବୀନଙ୍କ ବିକଳ୍ପ ଭାବେ ଉପସ୍ଥାପନ କରିବାକୁ ଉଦ୍ୟମ କରୁଛନ୍ତି।

ବିଜେଡି-ବିଜେପି ମେଣ୍ଟ ହେବା ପରେ ପ୍ରଥମ ଥର ପାଇଁ ସେ ପାଳଲହଡ଼ାରୁ ୨୦୦୦ ମସିହାରେ ବିଜେପି ଟିକେଟ୍‌ରେ ନିର୍ବାଚନ ଲଢ଼ିଥିଲେ। ସ୍ୱାଧୀନ ପ୍ରାର୍ଥୀ ଡକ୍ଟର ନୃସିଂହ ଚରଣ ସାହୁଙ୍କୁ ୯,୮୭୯ଭୋଟ୍‌ରେ ହରାଇ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪ରେ କିନ୍ତୁ ଧର୍ମେନ୍ଦ୍ର ଦେବଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ। ବିଜେଡି-ବିଜେପି ମେଣ୍ଟ ପ୍ରାର୍ଥୀ ଭାବେ ଧର୍ମେନ୍ଦ୍ର ୭୯,୦୯୬ ଖଣ୍ଡ ଭୋଟ୍‌ ବ୍ୟବଧାନରେ କଂଗ୍ରେସର ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କୁ ହରାଇ ସଂସଦକୁ ନିର୍ବାଚିତ ହୋଇଥିଲେ।

ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ୨୦୦୯ ନିର୍ବାଚନରେ ଧର୍ମେନ୍ଦ୍ର ପୁଣି ପାଳଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାଗ୍ୟ ପରୀକ୍ଷା କରିଥିଲେ। କିନ୍ତୁ ବିଜେଡି ପ୍ରାର୍ଥୀ ରବିନାରାୟଣ ପାଣିଙ୍କଠାରୁ ଧର୍ମେନ୍ଦ୍ର ୫,୪୬୭ ଖଣ୍ଡ ଭୋଟ୍‌ରେ ହାରି ଯାଇଥିଲେ। ତେବେ ୨୦୧୪ ସାଧାରଣ ନିର୍ବାଚନରେ ଧର୍ମେନ୍ଦ୍ର ଆଉ ପ୍ରତିଦ୍ୱନ୍ଦ୍ୱିତା କରିନଥିଲେ।

ଦଶ ବର୍ଷର ବ୍ୟବଧାନ ପରେ ପୁଣି ମଞ୍ଚକୁ ଓଲ୍ହାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପଢନ୍ତୁ, ଦୟାନଦୀ ପାଣି ଚାଷ କି ପିଇବା ପାଇଁ ବ୍ୟବହାର ଯୋଗ୍ୟ ନୁହେଁ – ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି

Related posts

ବିଜେଡିରୁ ବହିଷ୍କାର ପରେ ବିଧାନସଭାରେ କେଉଁଠି ବସିବେ ଦାମ?

ENO Beuro

ବିଜେଡ଼ିରୁ ବିଦା ହେବେ ଦାମ

ENO Beuro

Senior IAS officer Rajiv Gauba Took Charge As The New Union Home Secretary

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More