EnewsOdia.Com

ଆସନ୍ତା ସପ୍ତାହରେ ଆରମ୍ଭ ହେବ ଧଉଳି ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ !

ପୁଣି ଶୁଭିବ କଳିଙ୍ଗ ଯୁଦ୍ଧର ବର୍ବରକାଣ୍ଡର ଆର୍ତଚିତ୍କାର। ଦେଖିବାକୁ ମିଳିବ ମୌର୍ଯ୍ୟ ସାମ୍ରାଜ୍ୟର ବିଦ୍ରୋହର ଗାଥା, ସମ୍ରାଟ ଅଶୋକଙ୍କର ବୀରତ୍ବ ଓ କ୍ରୂରତାର କଥା। ଦୟା ନଦୀର ସେଇ ରକ୍ତଭିଜା ଆସ୍ତରଣ ଓ ସମ୍ରାଟ ଅଶୋକଙ୍କର ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତ୍ତନ ନେଇ ଐତିହାସିକ କାହାଣୀ ପୁଣି ଶବ୍ଦ ଓ ରଙ୍ଗିନ ଆଲୋକର ତାଳେ ତାଳେ ଉତ୍ତୋଳିତ ହେବ। ମେ’ ୩ର ସାମୁଦ୍ରିକ ଝଡ଼ ଫନିର ନିର୍ଦ୍ଦୟ ମାଡ଼ରେ ଭାଙ୍ଗି ପଡ଼ିଥିବା ଧଉଳି ଲାଇଟ୍ ଆଣ୍ଡ ସାଉଣ୍ଡ୍ ବ୍ୟବସ୍ଥା ପୁଣି ଥରେ ମୁଣ୍ଡ ଟେକୁଛି। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨ କୋଟି ୩୦ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ମରାମତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

୨୦୧୫ ଅଗଷ୍ଟ ମାସରେ ଧଉଳି ଶାନ୍ତିସ୍ତୂପରେ ଆରମ୍ଭ ହୋଇଥିଲା ଓଡ଼ିଶାର ପ୍ରଥମ ଲାଇଟ୍ ଆଣ୍ଡ ସାଉଣ୍ଡ୍ ସୋ’। ଏନେଇ ପର୍ଯ୍ୟଟନ ବିଭାଗ ବିଭିନ୍ନ ଦିଗରୁ ପ୍ରଶଂସା ମଧ୍ୟ ସାଉଁଟିଥିଲା। ଦିନକୁ ୨ ଥର ସଂଧ୍ୟା ୬ଟା ଓ ୬.୪୫ରେ ଏହି ସୋ’ ୩୫ ମିନିଟ ଲେଖାଏଁ ଦର୍ଶକଙ୍କୁ ଦେଖାଯାଉଥିଲା। ଏହି ସୋ’ ଇଂରାଜୀ, ହିନ୍ଦୀ ଓ ଓଡ଼ିଆ ଭାଷାରେ ପ୍ରଦର୍ଶିତ ହେଉଥିବା ବେଳେ ଇଂରାଜୀରେ କବୀର ବେଦୀ, ହିନ୍ଦୀରେ ବିଶିଷ୍ଟ ବଲିଉଡ୍ ଅଭିନେତା ଓମ୍ ପୁରୀ ଓ ଓଡ଼ିଆରେ ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ପ୍ରମୁଖ ସଂଳାପ କହିଥିଲେ। ସୋମବାର ଛଡ଼ା ଏହା ପ୍ରତ୍ୟେକ ସଂଧ୍ୟାରେ ଧଉଳି ଶାନ୍ତିସ୍ତୂପର ଧୋବ ଫରଫର କଳାକୃତିରେ ଦେଖିବାକୁ ମିଳୁଥିଲା। ଟିକେଟ ଦାମ୍ ମାତ୍ର ୨୫ ଟଙ୍କା ଥିବାରୁ ସଂଧ୍ୟାରେ ସବୁବର୍ଗର ପର୍ଯ୍ୟଟକଙ୍କ ଭିଡ଼ ଏଠାରେ ଦେଖିବାକୁ ମିଳୁଥିଲା। ଓଡ଼ିଶା ପର୍ଯ୍ୟଟନର ସ୍ବର୍ଣ୍ଣ-ତ୍ରିଭୁଜର ଏହି କୋଣ ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରୁଥିଲା। କିନ୍ତୁ ଗତ ମେ’ରେ ଫନି ସବୁ ଉଜାଡ଼ି ଦେଲା। ଲାଇଟ୍ ଆଣ୍ଡ ସାଉଣ୍ଡର ସମସ୍ତ ସରଞ୍ଜାମ ଭାଙ୍ଗିରୁଜି ଯାଇଥିଲା। ଏପରିକି ଏହାର ପରିଚାଳନା କକ୍ଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ପୁନରୁଦ୍ଧାର ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ ହେଲା।

ପଢନ୍ତୁ: Netflix ଦେଲା ଭାରତୀୟ ୟୁଜର୍ସଙ୍କୁ ଝଟକା

ସମ୍ବନ୍ଧିତ ଖବର

ଆଜିଠୁ ପାଞ୍ଚଦିନ ପାଇଁ ସର୍ବସାଧାରଣଙ୍କ ନିମନ୍ତେ ଖୋଲିଲା ଲୋକସେବା ଭବନ ଉଦ୍ୟାନ

Ratnamani Maharana

ଲେଉଟିଲା ଶୀତ, ୮ରୁ ପୁଣି ବର୍ଷିବ

Ratnamani Maharana

ଭୁବନେଶ୍ବରରେ ଟ୍ରାଫିକ୍ ଜାମ୍‌ ପାଇଁ ଚାଲିଗଲା ପାଞ୍ଚ ବର୍ଷର ଶିଶୁର ଜୀବନ

Ratnamani Maharana

ମାତ୍ର ୧୪୧ ଟଙ୍କାରେ କିଣନ୍ତୁ ‘ଜିଓ ଫୋନ୍‌ ୨ ’

Ratnamani Maharana

‘ମାଷ୍ଟର୍‌ ସେଫ୍‌’ରେ ଓଡ଼ିଆ ପୁଅଙ୍କ କମାଲ୍, ଚର୍ଚ୍ଚାରେ ଅବିନାଶଙ୍କ ଚିକେନ୍‌ ବେସର

Ratnamani Maharana

CAA ଦଙ୍ଗାପାଇଁ ଇଣ୍ଟରନେଟ୍ ବନ୍ଦ ହେବାରୁ ଅନଲାଇନ୍ କାରବାରରେ ବଡ କ୍ଷତି

Ratnamani Maharana