POLITICALS

ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡାଙ୍କ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ଗିରଫ

By ENO Beuro

April 13, 2018

ହତ୍ୟାକାରୀଙ୍କୁ ବ୍ଲୁପ୍ରିଣ୍ଟ ସହ ରାସ୍ତା ବତାଉଥିଲା ଷଡ଼ଯନ୍ତ୍ରକାରୀ

ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡାଙ୍କ ହତ୍ୟାକାଣ୍ଡର ରହସ୍ୟ ଧୀରେ ଧୀରେ ଖୋଲିବାରେ ଲାଗିଛି । ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡା ହତ୍ୟା ଘଟଣାରେ ଆଜି ମୁଖ୍ୟ ସହଯୋଗୀ ଗିରଫ ହୋଇଛନ୍ତି । କାମାକ୍ଷାନଗର ପୋଲିସ୍ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ସୁବାସ ଖୁଣ୍ଟିଆକୁ ଆଳତୁମା କଇଁବିଲ ନିକଟରୁ ଗିରଫ କରିଛି ।

ସୁବାସ ହତ୍ୟାକାରୀଙ୍କୁ ବ୍ଲୁପ୍ରିଣ୍ଟ ସହ ରାସ୍ତା ବତାଉଥିଲା ବୋଲି ଜଣାପଡିଛି । ସେ ମୁଖ୍ୟ ଅଭିଯୁକ୍ତ ରାକେଶ ନାଥର ସହଯୋଗୀ ଭାବେ କାମ କରୁଥିଲା। ପୋଲିସ ସୁବାସ ନିକଟରୁ ମୋବାଇଲ ଫୋନ ଜବତ କରିଛି । ପୂର୍ବରୁ ଯଶୋବନ୍ତ ପରିଡା ହତ୍ୟା ଘଟଣାରେ ପୋଲିସ ୮ଜଣଙ୍କୁ ଗିରଫ କରିଛି । ଗତ କିଛି ଦିନ ତଳେ ଢେଙ୍କାନାଳ ଯୁବ ବିଜେଡି ସଭାପତି ଯଶୋବନ୍ତଙ୍କୁ ବିଚ୍ ରାସ୍ତାରେ ହତ୍ୟା କରା ଯାଇଥିଲା ।

ମାର୍ଚ୍ଚ ୨୬ରେ ଢେଙ୍କାନାଳ ଜିଲ୍ଲା ବିଜେଡି ସଭାପତି ଯଶୋବନ୍ତ ପରିଡାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡ ପରେ ସୁବାଷ ଫେରାର ହୋଇ ଯାଇଥିଲା । ପରେ ସେ କାମାକ୍ଷାନଗର ଅଂଚଳରେ ଲୁଚି ରହିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ତେବେ ଏହି ଘଟଣାରେ ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ତନାଘନା ଜାରି ରଖିଥିବାବେଳେ ଆଜି ମୁଖ୍ୟ ସହଯୋଗୀ ଗିରଫ ହେବା ପରେ  ଅତିଶୀଘ୍ର ଘଟଣା ଉପରୁ ପରଦା ହଟିବ ବୋଲି କହିଛି ପୋଲିସ୍ ।

ପଢନ୍ତୁ ;

ଭବାନିପାଟଣାରେ ପୋଲ ତଳକୁ ଓଲଟିଲା ଯାତ୍ରୀବାହୀ ବସ : ୨ ମୃତ,୨୫ ଆହାତ