• Home
  • POLITICALS
  • ବିଜେଡି ନେତା ଯଶୋବନ୍ତ ହତ୍ୟା ଘଟଣାର ପର୍ଦାଫାସ: ଠିକା କାମକୁ ନେଇ ହୋଇଥିଲା ହତ୍ୟା!
POLITICALS

ବିଜେଡି ନେତା ଯଶୋବନ୍ତ ହତ୍ୟା ଘଟଣାର ପର୍ଦାଫାସ: ଠିକା କାମକୁ ନେଇ ହୋଇଥିଲା ହତ୍ୟା!

ଢେଙ୍କାନାଳ ଜିଲ୍ଲା ବିଜେଡି ଯୁବ ସଭାପତି ଯଶୋବନ୍ତ ପରିଡାଙ୍କ ହତ୍ୟାକାଣ୍ଡ ମାମଲାରେ ପୁଲିସ ୮ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କୁ ଉତ୍ତର-ପୂର୍ବ ରାଜ୍ୟରୁ ଗିରଫ କରାଯାଇଛି ବୋଲି ପୁଲିସ ଡିଜି ଆର.ପି. ଶର୍ମା କହିଛନ୍ତି । ଉତ୍ତେଜନା ଆଶଙ୍କାରେ ଏସପିଙ୍କ ପ୍ରେସମିଟ କରି ଗୁଳିକାଣ୍ଡର ପର୍ଦାଫାସ କରିବେ ବୋଲି ଜଣାଯାଇଛି। ଏଆରଏସଏସ ଠିକା ସଂସ୍ଥାର ସାମଗ୍ରୀ ଯୋଗାଣକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଥିବା ପୁଲିସ ପ୍ରକାଶ କରିଛି।

ସୂଚନାଯୋଗ୍ୟ ମାର୍ଚ୍ଚ ୨୬ ତାରିଖରେ ଗୁଳିମାଡ କରି ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତିଙ୍କୁ ହତ୍ୟା କରାଯାଇଥିଲା।

କାମାକ୍ଷାନଗର ଗାନ୍ଧିମନ୍ଦିର ନିକଟରେ ପ୍ରଥମେ ବୋମାମାଡ କରିବା ପରେ ୯ରାଉଣ୍ଡ ଗୁଳି ମାଡ କରିଥିଲେ ଦୁର୍ବୃତ୍ତ । ତେବେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଯଶୋବନ୍ତଙ୍କ ଛାତି ଓ ମୁଣ୍ଡରେ ଗୁଳି ବାଜିଥିଲା । ମାର୍ଚ୍ଚ ୨୬ ସକାଳେ ଶ୍ରୀ ପରିଡ଼ା କାମାକ୍ଷାନଗର ଗାନ୍ଧୀ ମନ୍ଦିର ନିକଟରେ ନିଜ କାରରୁ ଯାଉଥିବାବେଳ ସେଠାରେ ଯଶୋବନ୍ତ ପରିଡାଙ୍କ ଉପରକୁ ଗୁଳି ମାଡ କରିଥିଲେ ଦୁର୍ବୃତ୍ତ । ଶ୍ରୀ ପରିଡ଼ାଙ୍କ ଛାତି ଓ ମୁଣ୍ଡରେ ଗୁଳି ବାଜିଥିଲା । ପରେ ପରେ ଦୁର୍ବୃତ୍ତ ଜଣକ ବ୍ଲାଙ୍କ ଫାୟାରି କରି ସେଠାରେ ଆତଙ୍କ ସୃଷ୍ଟି କରିବା ସହିତ ଖସିଯିବାକୁ ଚେଷ୍ଟା କରିଥିଲା । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଅନ୍ୟ ଦୁଇଜଣ ଆହତ ହୋଇଥିଲେ।

ବିଜେଡି ନେତା ଯଶୋବନ୍ତ ହତ୍ୟା ଘଟଣାର ପର୍ଦାଫାସ: ଠିକା କାମକୁ ନେଇ ହୋଇଥିଲା ହତ୍ୟା! dhenkanal

ପଢନ୍ତୁ; ସାମ୍ବର ଖାଇବା ଦ୍ଵାରା କଣ ଉପକାର ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

Related posts

ଦଶ ବର୍ଷର ବ୍ୟବଧାନ ପରେ ପୁଣି ମଞ୍ଚକୁ ଓଲ୍ହାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Krishna Kumar Manoj

ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ !

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଆସନ୍ତା ୧୬ ତାରିଖରେ ପର୍ଯ୍ୟନ୍ତ ଚାଲିବ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More