Loading...

ଉଦୟାନିଧି ଷ୍ଟାଲିନଙ୍କ ବିବାଦୀୟ ସନାତନ ବିରୋଧୀ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ଧିରେନ୍ଦ୍ର ଶାସ୍ତ୍ରୀ

ଉଦୟାନିଧି ଷ୍ଟାଲିନଙ୍କ ବିବାଦୀୟ ସନାତନ ବିରୋଧୀ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ଧିରେନ୍ଦ୍ର ଶାସ୍ତ୍ରୀ

ତାମିଲନାଡୁ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନଙ୍କ ବିବାଦୀୟ ସନାତନ ବିରୋଧୀ ମନ୍ତବ୍ୟକୁ ଏବେ ସାରା ଦେଶ ନିନ୍ଦା କରୁଛି। ସନାତନ ବିରୋଧୀ ମନ୍ତବ୍ୟକୁ ନେଇ କଡା ଭାଷାରେ ସମାଲୋଚନା କରିଛନ୍ତି ମଧ୍ୟପ୍ରଦେଶ ବାଗେଶ୍ବର ଧାମ ପ୍ରମୁଖ ଧିରେନ୍ଦ୍ର ଶାସ୍ତ୍ରୀ ।

ତାମିଲନାଡୁ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନଙ୍କ ବିବାଦୀୟ ସନାତନ ବିରୋଧୀ ମନ୍ତବ୍ୟକୁ ଏବେ ସାରା ଦେଶ ନିନ୍ଦା କରୁଛି। ସନାତନ ବିରୋଧୀ ମନ୍ତବ୍ୟକୁ ନେଇ କଡା ଭାଷାରେ ସମାଲୋଚନା କରିଛନ୍ତି ମଧ୍ୟପ୍ରଦେଶ ବାଗେଶ୍ବର ଧାମ ପ୍ରମୁଖ ଧିରେନ୍ଦ୍ର ଶାସ୍ତ୍ରୀ । ଏପରି ମନ୍ତବ୍ୟ ଦେଇଥିବା ବ୍ୟକ୍ତି ଜଣେ ମୂର୍ଖ ଓ ସେ ରାବଣର ବଂଜଶ । ସେମାନେ ସନାତନ ଧର୍ମକୁ ଶେଷ କରିବାକୁ ଚାହୁଁଛନ୍ତି ବୋଲି ମଧ୍ୟ କହିବାକୁ ପଛାଇନାହାନ୍ତି ଧିରେନ୍ଦ୍ର । ଯଦି କେହି ସନାତନ ଧର୍ମକୁ ଶେଷ କରିବା ପାଇଁ କେହି ପ୍ରୟାସ ଆରମ୍ଭ କରେ, ତେବେ ଏହା ବିରୋଧରେ ଭାରତର ପ୍ରତ୍ୟେକ ସନାତନୀ ରାସ୍ତାକୁ ଓହ୍ଲାଇବେ । ତେଣୁ ଏପରି ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ଯ ଦାବି ସହ ସେ ଚେତାବନୀ ଦେଇଛନ୍ତି ।ଉଦୟନିଧିଙ୍କ ବୟାନ କେବଳ ଜଣଙ୍କର ନୁହେଁ ବରଂ ଡିଏମ୍କେ ଏବଂ ଇଣ୍ଡିଆ ମେଂଟର ଆଭିମୁଖ୍ୟ ବୋଲି ଗ୍ରହଣ କରି ନେଇଛି ବିଜେପି । ବିରୋଧୀ ମେଂଟ ସନାତନ ଧର୍ମ ଶେଷ କରିବାକୁ ଚାହୁଁଥିବା ଅଭିଯୋଗ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସେପଟେ ସନାତନ ଧର୍ମଗୁରୁ ଉଦୟନିଧି ଷ୍ଟାଲିନ୍ଙ୍କ ବୟାନକୁ ସହଜରେ ଗ୍ରହଣ କରି ପାରି ନାହାଁନ୍ତି ଆଉ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସୂଚନାନୁସାରେ, ଜୁନିୟର ଷ୍ଟାଲିନ ଭାବେ ପରିଚିତ ଉଦୟନିଧି କହିଛନ୍ତି ଯେ ସନାତନ ଧର୍ମ ସାମାଜିକ ନ୍ୟାୟ ଓ ସମାନତାର ବିରୋଧାଚରଣ କରୁଛି। ସନାତନ ଧର୍ମ ଡେଙ୍ଗୁ, ମେଲେରିଆ ଓ କରୋନା ଭୂତାଣୁ ସଂକ୍ରମଣ ସହିତ ସମାନ। ତେଣୁ ଏପରି ଧର୍ମକୁ ସମାଜରୁ ମୂଳୋତ୍ପାଟନ କରାଯିବା ଦରକାର। ସନାତନ ଧର୍ମକୁ ମୂଳୋତ୍ପାଟନ କରାଯିବା ଦ୍ବାରା ସମାଜରେ ମାନବିକତା ଓ ସମାନତା ଅଣାଯାଇପାରିବ। ତାମିଲନାଡୁ ସରକାରରେ ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଥିବା ଉଦୟନିଧି ଶନିବାର ରାତିରେ ସୋସିଆଲ ମିଡିଆ ଏକ୍ସ (ଟ୍ବିଟର)ରେ ଲେଖିଥିବା ଏପରି ଟିପ୍ପଣୀ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.