SPORTS

ଧୋନି,ପଙ୍କଜଙ୍କୁ ପଦ୍ମ ଭୂଷଣ!

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଓ ସ୍ନୁକର ବିଶ୍ୱ ଚମ୍ପିଆନ୍‌ ପଙ୍କଜ ଆଡୱାଣୀ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପଦ୍ମଭୂଷଣ ପୁରସ୍କାର ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଧୋନି ଓ ଆଡୱାଣୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

ପଦ୍ମଭୂଷଣ ପୁରସ୍କାର ଗ୍ରହଣ କରିବାକୁ ଧୋନି ଲେଫଟନାଣ୍ଟ କର୍ଣ୍ଣଲ ପୋଷାକ ପିନ୍ଧି ଆସିଥିଲେ।

୨୦୧୧ରେ ଧୋନିଙ୍କୁ ଭାରତୀୟ ଆଞ୍ଚଳିକ ସେନା ତରଫରୁ ଧୋନିଙ୍କୁ ସମ୍ମାନଜନକ ଲେଫଟନାଣ୍ଟ କର୍ଣ୍ଣଲ ପଦ ପ୍ରଦାନ କରାଯାଇଥିଲା। ପୂର୍ବତନ ଅଧିନାୟକ କପିଳ ଦେବଙ୍କ ପରେ ଧୋନି ପଦ୍ମଭୂଷଣ ପୁରସ୍କାର ପାଇବାରେ ଦ୍ୱିତୀୟ ଭାରତୀୟ କ୍ରିକେଟର୍‌। ପୂର୍ବରୁ ଧୋନି ୨୦୦୮ ଓ ୨୦୦୯ରେ ଆଇସିସି ଶ୍ରେଷ୍ଠ ଦିନିକିଆ କ୍ରିକେଟ୍‌ର ପୁରସ୍କାର, ୨୦୦୭ରେ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଥିଲେ। ସେହିପରି ୨୦୦୯ରେ ସେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ।

୧୯୮୩ରେ ବିଶ୍ଵ ଚମ୍ପିଆନ ହେବା ପରେ ୨୮ ବର୍ଷର ଦୀର୍ଘ ସମୟ ପରେ ଟିମ୍ ଇଣ୍ଡିଆ ଧୋନୀଙ୍କ ନେତୃତ୍ଵରେ ଦ୍ଵିତୀୟ ଥର ୨୦୧୧ ଏପ୍ରିଲ ୨ରେ ବିଶ୍ଵ ବିଜୟୀ ହୋଇଥିଲା। ଧୋନୀଙ୍କ ପାଇଁ ଏହି ଦିନଟି ହେଉଛି ସଂଯୋଗର ଦିନ। କାରଣ ଯେଉଁ ଦିନରେ ସେ ଭାରତକୁ ବିଶ୍ଵ ବିଜୟୀ କରାଇଥିଲେ ସେହି ଦିନରେ ସେ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଏହା ପୂର୍ବରୁ ଧୋନୀଙ୍କୁ ପଦ୍ମଶ୍ରୀ ମିଳି ସାରିଛି। ମହେନ୍ଦ୍ର ସିଂହ ଧୋନୀ ଓ ପଙ୍କଜ ଆଡଭାଣୀଙ୍କ ବ୍ୟତୀତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ପଦ୍ମ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଯେଉଁମାନେ ମାର୍ଚ୍ଚ ୨୦ରେ ଆୟୋଜିତ ପ୍ରଥମ ସମ୍ମାନ ସମାରୋହରେ ଅନୁପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଧୋନୀଙ୍କ ସମେତ ୮୪ ଜଣଙ୍କୁ ପଦ୍ମ ସମ୍ମାନ ପାଇଁ ଚୟନ କରାଯାଇଥିଲା। ଏଥିରେ ୩ ଜଣ ପଦ୍ମବିଭୂଷଣ, ୯ ଜଣ ପଦ୍ମଭୂଷଣ ଓ ୭୨ ଜଣ ପଦ୍ମଶ୍ରୀ ସାମିଲ ଥିଲେ। ୨୦୧୮ ମାର୍ଚ୍ଚ ୨୦ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ଏହି ସବୁ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ, ରାଷ୍ଟ୍ର ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଉପସ୍ଥିତ ଥିଲେ।

ପଢନ୍ତୁ; ସକାଳୁ ଉଠି ଖାଲି ପେଟରେ ପାଣି ପିଇବା ଦ୍ଵାରା ଆମକୁ କି ଫାଇଦା ମିଳେ ଜାଣନ୍ତୁ ?

Related posts

ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱକପ୍‌ : ସେମିଫାଇନାଲ୍‌ରେ ଭାରତ

ENO Beuro

ଚେନ୍ନାଇକୁ ହରାଇଲା ମୁମ୍ବାଇ: ଧୋନୀଙ୍କ ବିନା ଚେନ୍ନାଇ ଫିକା

Ratnamani Moharana

ଆଇପିଏଲ ୧୧: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୫ରନରେ ହରାଇଲା ସନ୍‌ରାଇଜର୍ସ ହାଇଦ୍ରାବାଦ!

ENO Beuro

1 comment

Leave a Comment