EnewsOdia.Com

ଦିବା-ରାତ୍ର ଟେଷ୍ଟ୍‌ରେ ଧୋନି ହେବେ ଅତିଥି ଭାଷ୍ୟକାର

ଭାରତ-ବାଂଲାଦେଶ ମଧ୍ୟରେ କୋଲ୍‌କାତାରେ ଖେଳାଯିବାକୁ ଥିବା ପ୍ରଥମ ଦିବା-ରାତ୍ର ଟେଷ୍ଟ୍‌ ମ୍ୟାଚ୍‌ରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଅତିଥି ଭାଷ୍ୟକାର ଭୂମିକାରେ ଦେଖିବାକୁ ମିଳିବ। ଇଡେନ୍ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ଏହି ଐତିହାସିକ ଟେଷ୍ଟ୍‌ର ପ୍ରଥମ ଦିନ (ନଭେମ୍ବର ୨୨) ଧୋନି ଅତିଥି ଭାଷ୍ୟକାର ଭୂମିକା ତୁଲାଇବେ। ପ୍ରସାରଣ ସଂସ୍ଥା ପକ୍ଷରୁ ଏହି ଟେଷ୍ଟ୍‌ର ପ୍ରଥମ ଦୁଇ ଦିନ ଲାଗି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ‌ସେମାନେ ଭାରତର ଟେଷ୍ଟ୍‌ ଇତିହାସରେ ନିଜ ନିଜର ସବୁଠାରୁ ଭଲ ମୁହୂର୍ତ୍ତକୁ ବାଣ୍ଟିବା ପାଇଁ କୁହାଯାଇଛି।

ଏହି ଆଧାରରେ ଧୋନିଙ୍କ ପାଖକୁ ପଠା ଯାଇଥିବା ନିମନ୍ତ୍ରଣ ପତ୍ରକୁ ଯଦି ସେ ଗ୍ରହଣ କରନ୍ତି ତେବେ କୋଲକାତା ଟେଷ୍ଟ୍‌ରେ ତାଙ୍କୁ ଭାଷ୍ୟକାର ଭୂମିକାରେ ଦେଖିବାକୁ ମିଳିବ। ତୃତୀୟ ଦିନର ମଧ୍ୟାହ୍ନ ଭୋଜନ ବେଳେ ଅଷ୍ଟ୍ରେଲିଆ ବିପକ୍ଷ (୨୦୦୧)ରେ ଭାରତର ସବୁଠାରୁ ବଡ଼ ବିଜୟକୁ ଉତ୍ସବ ଭାବେ ଇଡେନ୍‌ ଗାର୍ଡେନ୍ସଠାରେ ପାଳନ କରିବା ଲାଗି ପ୍ରସାରଣ ସଂସ୍ଥା ପକ୍ଷରୁ ଯୋଜନା କରାଯାଉଛି। ଏଥିସହ ମ୍ୟାଚ୍‌ ପୂର୍ବ ଅଭ୍ୟାସ‌କୁ ମଧ୍ୟ ସିଧାପ୍ରସରଣ କରିବାକୁ ଷ୍ଟାର ସ୍ପୋର୍ଟ୍ସ ଚିନ୍ତା କରିଥିବା ସୂଚନା ଦେଇଛି।

ପଢନ୍ତୁ: ଗ୍ରାହକଙ୍କୁ ବାଧୁଛି ମହଙ୍ଗାମାଡ : ପିଆଜ ଦର ଉପରେ ଲାଗିବ ଲଗାମ

ସମ୍ବନ୍ଧିତ ଖବର

ଏସଜିଠାରୁ ୭୨ ପିଙ୍କ୍ ବଲ ମଗାଇଲା ବିସିସିଆଇ

Ratnamani Maharana

ବାରବାଟୀ ଦିନିକିଆରେ ଆଖି ଝଲସାଇବ କ୍ଲକ୍‌ ଟାୱାର

Ratnamani Maharana

ନତାସା ଷ୍ଟାନୋଭିକଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ Engagement

Ratnamani Maharana

ବାରବାଟୀରେ ଇଣ୍ଡିଆ-ଓ୍ବେଷ୍ଟଇଣ୍ଡିଜ୍ ମ୍ୟାଚ୍ ପାଇଁ ଆସନ୍ତା ୧୯ରୁ କାଉଣ୍ଟରରେ ଟିକେଟ୍ ବିକ୍ରି

Ratnamani Maharana

୨୦୨୩ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ଦୌଡ଼ରେ ଭାରତ

Ratnamani Maharana

ଭଙ୍ଗା ମୋବାଇଲରେ କୋହଲିଙ୍କ ପ୍ରତିମୂର୍ତ୍ତି ତିଆରି କଲେ ପ୍ରଶଂସକ

Ratnamani Maharana