Loading...

କେମିତି ଏତେ ଶାନ୍ତ ଓ ଧୀର ରୁହନ୍ତି ଧୋନି ଜାଣନ୍ତୁ କିପରି

କେମିତି ଏତେ ଶାନ୍ତ ଓ ଧୀର ରୁହନ୍ତି ଧୋନି ଜାଣନ୍ତୁ କିପରି

ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ‘କ୍ୟାପଟେନ୍ କୁଲ୍’ ଭାବେ ପରିଚିତ। ମଇଦାନରେ କିପରି ନିଜ ଆବେଗକୁ ନିୟନ୍ତ୍ରଣ କରିବାକୁ ହୁଏ, ତାହା ହୁଏତ ଧୋନିଙ୍କଠାରୁ ଭଲଭାବେ କେହି ଜାଣି ନଥିବେ।

ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ‘କ୍ୟାପଟେନ୍ କୁଲ୍’ ଭାବେ ପରିଚିତ। ମଇଦାନରେ କିପରି ନିଜ ଆବେଗକୁ ନିୟନ୍ତ୍ରଣ କରିବାକୁ ହୁଏ, ତାହା ହୁଏତ ଧୋନିଙ୍କଠାରୁ ଭଲଭାବେ କେହି ଜାଣି ନଥିବେ। କୌଣସି ପରିସ୍ଥିତିକୁ ସେ ସହଜରେ ହ୍ୟାଣ୍ଡଲ୍ କରିପାରନ୍ତି। ତେବେ କ୍ରିକେଟ୍ ମଇଦାନରେ ସବୁ ପରିସ୍ଥିତିରେ ନିଜକୁ ଏତେ ନିୟନ୍ତ୍ରଣ କେମିତି କରନ୍ତି, ତାହା ଖୋଦ୍ ମାହି ଖୁଲାସା କରିଛନ୍ତି।

 

ଧୋନି କହିଛନ୍ତି, “ମୁଁ ବି ଅନ୍ୟମାନଙ୍କ ଜଣେ ସାଧାରଣ ମଣିଷ, କିନ୍ତୁ ଅନ୍ୟ ବ୍ୟକ୍ତିଙ୍କ ତୁଳନାରେ ମୁଁ ନିଜ ଆବେଗକୁ ଉନ୍ନତ ଢଙ୍ଗରେ କାବୁ କରେ। ଧୋନି ବିପରୀତ ପରିସ୍ଥିତିରୁ ମୁକୁଳିବା ସମ୍ବନ୍ଧରେ କହିଛନ୍ତି, ସମସ୍ତଙ୍କ ଭଳି ମୁଁ ମଧ୍ୟ ପରାଜୟରେ ନିରାଶ ହୁଏ। ବେଳେବେଳେ ମୋତେ ଭୀଷଣ ରାଗ ମଧ୍ୟ ଲାଗେ। ବଡ଼ କଥା ହେଉଛି, ଏଭଳି ପରିସ୍ଥିତି (କଠିନ) ଆଦୌ ରଚନାତ୍ମକ ନୁହେଁ। ଏହା ପରିସ୍ଥିତି ଅନୁଯାୟୀ ଘଟିଥାଏ। ଏଭଳି ସ୍ଥିତିରେ ସମସ୍ୟାର ଜାଲ ବୁଣିବା ବଦଳରେ ସମାଧାନର ବାଟ ଖୋଜିବା ମୋ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ। ଏଭଳି ଆବେଗକୁ ମୁଁ ସର୍ବଦା ଅଣଦେଖା କରେ। ଏହା ବଦଳରେ ମୁଁ ପରବର୍ତ୍ତୀ ଯୋଜନା ସମ୍ବନ୍ଧରେ ଚିନ୍ତା କରେ। ଯେତେବେଳେ ମୁଁ ଏଭଳି ଚିନ୍ତା କରିବାରେ ଲାଗେ, ସେତେବେଳେ ମୁଁ ମୋ ଭାବନାକୁ କାବୁ କରିବାରେ ସଫଳ ହୁଏ। ମୁଁ କ୍ୟାପଟେନ୍ ଥିଲା ବେଳେ ସର୍ବଦା ଏସବୁ କଥା ଉପରେ ଗୁରୁତ୍ୱ ଦିଏ।”

ପଢନ୍ତୁ: 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.