• Home
  • Entertainment
  • ସୋସିଆଲ ମିଡିଆରେ ଦିବ୍ୟାଙ୍କା ତ୍ରିପାଠୀଙ୍କ ଏଲିୟନ୍‌ ଡ୍ୟାନ୍ସ ଭିଡିଓ ଭାଇରାଲ
Entertainment

ସୋସିଆଲ ମିଡିଆରେ ଦିବ୍ୟାଙ୍କା ତ୍ରିପାଠୀଙ୍କ ଏଲିୟନ୍‌ ଡ୍ୟାନ୍ସ ଭିଡିଓ ଭାଇରାଲ

ଏଲିୟନ୍‌ ଙ୍କ ସହ ନାଚିଲେ ଦିବ୍ୟାଙ୍କା

ଷ୍ଟାରପ୍ଲସ ଚ୍ୟାନେଲରେ ପ୍ରସାରିତ ଧାରାବାହିକ ୟେ ହୈ ମୋହବତେ ଷ୍ଟାର ଦିବ୍ୟାଙ୍କା ତ୍ରିପାଠୀଙ୍କ ଡ୍ୟାନ୍ସ ଏବେ ଭାଇରାଲ ହେବାରେ ଲାଗିଛି । ମାତ୍ର ୭ଘଣ୍ଟାରେ ତାଙ୍କ ଡ୍ୟାନ୍ସ ଭିଡିଓକୁ ପାଖାପାଖି ୬ଲକ୍ଷ ଲୋକ ଦେଖିଥିବା ଜଣାପଡିଛି । ଗୋଟିଏ ଦିନ ମଧ୍ୟରେ ଏହି ଭିଡ଼ିଓକୁ ୨୯,୪୯,୮୨୨ ଲୋକ ଦେଖିଥିବା ବେଳେ ଦିବ୍ୟାଙ୍କାଙ୍କ ଅନେକ ପ୍ରଂଶସା କରିଛନ୍ତି ।

ଏହି ଭିଡ଼ିଓରେ ଦିବ୍ୟାଙ୍କା ‘ଡ଼େମ ଟୁ କେସିଟା’ ଶୀର୍ଷକ ଗୀତରେ ଏମିତି ନାଚିଛନ୍ତି ଯେ ସମସ୍ତେ ସେଥିରୁ ଭରପୂର ଆନନ୍ଦ ନେଉଛନ୍ତି । ଏହିଗୀତରେ ସେ ଏକ ଏଲିୟନ ସହିତ ନାଚିବାର ଦୃଶ୍ୟକୁ ସୋସିଆଲ ମିଡ଼ିଆ (ଇନ୍‌ଷ୍ଟାଗ୍ରାମ)ରେ  ପୋଷ୍ଟ କରିଥିଲେ ।

ଏହି ଭିଡିଓଟି ତାଙ୍କ ପ୍ରଶଂସକଙ୍କ ମନକୁ ଏମିତି ଛୁଇଁଯାଇଛି ଯେ, ଯିଏ ଏହାକୁ ଥରେ ଦେଖୁଛି ବାରମ୍ବାର ଦେଖିବାକୁ ଇଚ୍ଛା ପ୍ରକାଶ କରୁଛି । ଏବେ ଏଲିୟନ ଡ୍ୟାନ୍ସର ଟ୍ରେଣ୍ଡ ଚାଲିଥିବା ବେଳେ ଦିବ୍ୟାଙ୍କାଙ୍କ ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ଜୋର ଧରିଛି।

ଛୋଟ ପରଦାର ଏହି ଷ୍ଟାର ଏବେ ତାଙ୍କ ଡ୍ୟାନ୍ସ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି । ଏହି ଭିଡ଼ିଓରେ ଦିବ୍ୟଙ୍କା ଏଲିୟନକୁ ନକଲ କରି ଏକଦମ ତା’ ଭଳି ନାଚିବାକୁ ଚେଷ୍ଟା କରିଛନ୍ତି । ବର୍ତ୍ତମାନ ‘ଡ଼େମ ଟୁ କେସିଟା’କୁ ସମସ୍ତେ ଅନକରଣ କରିବା ସହ ଅନେକ କଳାକାର ଏବଂ ସାଧାରଣ ଲୋକ ଏହି ଏଲିୟନ ସହ ନାଚି ତାହାର ଭିଡ଼ିଓ ପୋଷ୍ଟ କରୁଛନ୍ତି ।

ସୋସିଆଲ ମିଡିଆରେ ଦିବ୍ୟାଙ୍କା ତ୍ରିପାଠୀଙ୍କ ଏଲିୟନ୍‌ ଡ୍ୟାନ୍ସ ଭିଡିଓ ଭାଇରାଲ dibyanka 1

ପଢନ୍ତୁ ;

ଓଡ଼ିଶା ସୀମାରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ : ପାଇଲଟ ଗୁରୁତର

Related posts

ବଲିଉଡରେ ପାଦ ଦେଇଛନ୍ତି ମାଲୟାଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର

Krishna Kumar Manoj

ପ୍ରଥମ ଦିନରେ ‘ବାଗୀ ୨’ର ‘ରେଡ’ ଏବଂ ‘ହିଚିକି’ ଅପେକ୍ଷା ଭଲ ବ୍ୟବସାୟ କରିପାରିଛି

Krishna Kumar Manoj

ନୂଆ ଓଡିଆ ଚଳଚିତ୍ର ଚାମ୍ପିଅନର ଶୁଭ ମହୁରତ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More