News

ସାରା ଭାରତରେ ରେକର୍ଡ ଭାଙ୍ଗିଲା ଡିଜେଲ୍ ଦର ଲିଟର ପିଛା ମୂଲ୍ୟ ୬୯ ଟଙ୍କା ୪୦ ପଇସା

By ENO Beuro

April 02, 2018

ତେଲଦର  ଆକାଶଛୁଆଁ

ପେଟ୍ରୋଲ ଓ ଡିଜେଲ ଦର ରବିବାର ଆକାଶଛୁଆଁ ହୋଇଛି । ରେକର୍ଡ ଭାଙ୍ଗିଲା ଡିଜେଲ ଦର ।ପେଟ୍ରୋଲ ଲିଟର ପିଛା ଦର ୭୨ ଟଙ୍କା ୭୦ ପଇସା ହୋଇଥିବାବେଳେ ଡିଜେଲ ଲିଟର ୬୯ଟଙ୍କା ୪୦ ପଇସା ଛୁଇଁଛି । ଯାହାକି ୪ବର୍ଷରେ ସର୍ବାଧିକ ସ୍ତରରେ ପେଟ୍ରୋଲ ଲିଟର ପିଛା ଦର ।

ଅନ୍ତର୍ଜାତୀୟ ବଜାରରେ ତେଲଦରକୁ ଦେଖି ଭାରତୀୟ ତୈଳ କମ୍ପାନିଗୁଡିକ ତେଲଦର ଧାର୍ଯ୍ୟ କରୁଥିବାରୁ ରବିବାର ପେଟ୍ରୋଲ ଓ ଡିଜେଲ ଦର ଏଭଳି ରେକର୍ଡ ମୂଲ୍ୟରେ ପହଂଚିଛି । ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ଆମଦାନୀ ଶୁଳ୍କ କମ କରିବାକୁ ଦାବି ହେଉଥୁଲେ ମଧ୍ୟ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଗତ ଫେବ୍ରୁଆରୀ ରେ ବଜେଟ ଉପସ୍ଥାପନ ବେଳେ ଏହାକୁ ଧ୍ୟାନ ଦେଇନଥିଲେ ।

ଫଳରେ ଏବେ ଗୋଟିଏ ଲିଟର ପେଟ୍ରୋଲ ପିଛା ଆମଦାନୀ ଶୁଳ୍କ ୧୧ଟଙ୍କା ୭୭ ପଇସା ଓ ଡିଜେଲ ଲିଟର ପିଛା ୧୩ଟଙ୍କା ୪୭ ପଇସା ଦେଉଛନ୍ତି ତୈଳ କମ୍ପାନି । ଯେଉଁଥିପାଇଁ ପେଟ୍ରୋଲ ଓ ଡିଜେଲ ମୁଲ୍ୟ ବୃଦ୍ଧି କରିଛନ୍ତି ।

୨୦୧୪ ନଭେମ୍ବରରୁ ୨୦୧୬ ଜାନୁଆରୀ ମଧ୍ୟରେ ୯ ଥର ଉତ୍ପାଦ ଶୁଳ୍କ ବୃଦ୍ଧି ଯୋଗୁଁ ପେଟ୍ରୋଲ ଉପରେ ମୋଟ୍ ଉତ୍ପାଦ ଶୁଳ୍କ ୧୧ ଟଙ୍କା ୭୭ ପଇସା ବଢିଥିବା ବେଳେ ଡିଜେଲ୍ ଦର ୧୩ ଟଙ୍କା ୪୭ ପଇସା ବଢିଛି ।

ଏହା ଯୋଗୁଁ ୨୦୧୬-୧୭ରେ ସରକାର ଉତ୍ପାଦ ଶୁଳ୍କରୁ ୨,୪୨,୦୦୦ କୋଟି ଟଙ୍କା ରାଜସ୍ଵ ସଂଗ୍ରହ କରିଛନ୍ତି । ୨୦୧୪-୧୫ରେ ଉତ୍ପାଦ ଶୁଳ୍କରୁ ସରକାର ୯୯,୦୦୦ କୋଟି ଟଙ୍କା ରାଜସ୍ଵ ପାଇଥିଲେ ।

ପଢନ୍ତୁ ;

ଗରମ ଦିନରେ କେଉଁ ସବୁ ଜୁସ ପିଇବା ଶରୀର ପାଇଁ କ୍ଷତିକାରକ ଜାଣନ୍ତୁ ?