Loading...

ରୋଗଠାରୁ ଦୂରେଇ ରହିବାକୁ ଚାହୁଁଥିଲେ ଶୀତଦିନେ ଖାଆନ୍ତୁ ଏହି ୧୦ ଜିନିଷ

ରୋଗଠାରୁ ଦୂରେଇ ରହିବାକୁ ଚାହୁଁଥିଲେ ଶୀତଦିନେ ଖାଆନ୍ତୁ ଏହି ୧୦ ଜିନିଷ

ଶୀତଦିନେ ଥଣ୍ଡା ପବନରୁ ବଞ୍ଚିବା ଲାଗି ଆପଣ ଗରମ ପୋଷାକ ବ୍ୟବହାର କରିଥାନ୍ତି। ତଥାପି ଥଣ୍ଡା, କାଶ, ଶ୍ବାସ ଓ ହୃତପିଣ୍ଡ ସମ୍ବନ୍ଧୀୟ ସମସ୍ୟାର ଶିକାର ହୋଇଯାଆନ୍ତି।

ଶୀତଦିନେ ଥଣ୍ଡା ପବନରୁ ବଞ୍ଚିବା ଲାଗି ଆପଣ ଗରମ ପୋଷାକ ବ୍ୟବହାର କରିଥାନ୍ତି। ତଥାପି ଥଣ୍ଡା, କାଶ, ଶ୍ବାସ ଓ ହୃତପିଣ୍ଡ ସମ୍ବନ୍ଧୀୟ ସମସ୍ୟାର ଶିକାର ହୋଇଯାଆନ୍ତି। ଶୀତଦିନେ ସାଧାରଣତଃ ଶରୀରର ରୋଗପ୍ରତିରୋଧକ ଶକ୍ତି କମ୍‌ ହୋଇଯାଏ। ଯେଉଁ କାରଣରୁ ଆପଣଙ୍କୁ ଓ ଆପଣଙ୍କ ପରିବାର ଲୋକ ଖୁବ୍‌ଶୀଘ୍ର ରୋଗରେ ପଡ଼ି ଯାଆନ୍ତି। ଏଠାରେ ଏପରି କେତେକ ଜିନିଷ ସମ୍ପର୍କରେ ସୂଚନା ଦିଆଯାଇଛି, ଯାହାକୁ ନିଜ ଡାଏଟ୍‌ରେ ସାମିଲ୍‌ କରି ନିଜକୁ ଶୀତଦିନେ ସୁସ୍ଥ ରଖିପାରିବେ।

ରସୁଣ
ପ୍ରତ୍ୟେକ ଦିନ ଖାଲି ପେଟରେ ୧ରୁ ୨ଟି କୋଲା ରସୁଣ ଡାଏଟ୍‌ରେ ସାମିଲ୍‌ କରିବା ଉଚିତ। ଏହାଦ୍ବାରା ରସୁଣରେ ଥିବା ଆଣ୍ଟିଅକ୍ସିଡାଣ୍ଟସ୍‌ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଯାହାଦ୍ବାରା ସଂକ୍ରମଣ ଆଶଙ୍କା କମ୍‌ ହୋଇଯାଏ।

ଖଟା ଫଳ
କମଳା, ସପୁରୀ, ପିଜୁଳି, ଅଙ୍ଗୁର ଭଳି ଖଟା ଫଳକୁ ନିଜ ଡାଏଟ୍‌ରେ ସାମିଲ୍‌ କରନ୍ତୁ। ଏଥିରୁ ଭିଟାମିନ୍‌ ସି’ ଭୂରପୂର ମାତ୍ରାରେ ରହିଛି। ଯାହା ଶୀତଦିନେ ହେଉଥିବା କାଶ, ଥଣ୍ଡା, ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରେ।

କନ୍ଦମୂଳ
ସକାଳ ଓ ସନ୍ଧ୍ୟାରେ ଭୋକ ଲାଗିଲେ ଗୋଟିଏ ସିଝା କନ୍ଦମୂଳ ଖାଇବା ଦ୍ବାରା ରୋଗରୁ ରକ୍ଷା କରାଯାଇପାରିବ। ଏଥିରେ ଆପଣ ଚିମୁଟେ ଡାଳଚିନି ଗୁଣ୍ଡ ମଧ୍ୟ ମିଶାଇପାରିବେ।

ଦହି
ଦହିରେ ସ୍ବାସ୍ଥ୍ୟକର ବ୍ୟାକ୍ଟେରିଆ ସମେତ କ୍ୟାଲସିୟମ, ଜିଙ୍କ୍‌ ଭଳି ଅନେକ ପ୍ରକାରର ମିନେରାଲ୍ସ ରହିଛି। ଯାହା ଶରୀରରେ ରୋଗ ଆଶଙ୍କା ୨୦ ପ୍ରତିଶତ ପର୍ଯ୍ୟନ୍ତ କମ୍‌ କରିଦିଏ। ତେଣୁ ପ୍ରତ୍ୟେକ ଦିନ ନିଜ ଡାଏଟ୍‌ରେ ୧ ଗିନା ଦହି ନିହାତି ସାମିଲ୍‌ କରନ୍ତୁ।

ଓଟ୍‌ସ
ସକାଳ ଜଳଖିଆରେ ଓଟ୍‌ସ ନିହାତି ସାମିଲ୍‌ କରନ୍ତୁ। ଶରୀରରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିବାୟୋଟିକ୍‌ ଓ ଆଣ୍ଟିମାଇକ୍ରୋବିୟଲ ମାତ୍ରା ଅଧିକ ରହିଛି। ଯାହା ଶରୀରକୁ ରୋଗ ଦାଉରୁ ରକ୍ଷା କରିଥାଏ।

ବ୍ରୋକୋଲି
ବ୍ରୋକୋଲିରେ ଥିବା ଭିଟାମିନ୍‌ ସି’ ଓ କ୍ୟାଲ୍‌ସିୟମ ରୋଗପ୍ରତିରୋଧକ ଶକ୍ତି ବଢ଼ାଇ ହାଡ଼କୁ ମଜ୍‌ବୁତ କରିଥାଏ।

ମାଛ
ମାଛରେ ଆଣ୍ଟିଅକ୍ସିଡାଣ୍ଟସ, ଭିଟାମିନ୍‌ ଡି’ ଓ ଓମେଗା ୩ ଫ୍ୟାଟୀ ଏସିଡ୍‌ ଭରପୂର ମାତ୍ରାରେ ରହିଛି। ଯାହା ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରଖିବା ସହିତ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ତେଣୁ ସପ୍ତାହରେ ଥରେ ଯେମିତି ହେଲେ ମାଛ ଖାଆନ୍ତୁ।

ଅଦା
ଆୟୁର୍ବେଦରେ ଅଦାରେ ଅନେକଗୁଡ଼ିଏ ଔଷଧୀୟ ଗୁଣ ରହିଥିବା କୁହାଯାଏ। ଥଣ୍ଡା, କାଶ ଓ ଶ୍ବାସ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ସହିତ କୋଲେଷ୍ଟ୍ରଲ ମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

ପାଳଙ୍ଗ ଶାଗ
ସପ୍ତାହରେ ୨ରୁ ୩ଥର ପାଳଙ୍ଗ ଶାଗରେ ତିଆରି ଜୁସ୍‌ କିମ୍ବା ତରକାରୀ ଖାଇପାରିବେ। ଶରୀରରେ ଆଣ୍ଟିଅକ୍ସିଡାଣ୍ଟସ୍‌, ଭିଟାମିନ୍‌ ସି ଓ ବିଟା କ୍ୟାରୋଟିନ୍‌ ଉପଯୁକ୍ତ ମାତ୍ରାରେ ରହିଛି। ଯାହାଦ୍ବାରା ରୋଗ ଆଶଙ୍କା କମ୍‌ ହୋଇଥାଏ।

ବାଦାମ

ପ୍ରତ୍ୟେକ ଦିନ ସକାଳେ ୨ଟି ଭିଜା ବାଦାମ ଭଲ ଭାବେ ଚୋବାଇ ଖାଇବା ଦ୍ବାରା ଶରୀରରେ ଭିଟାମିନ୍‌ ଇ’ର ଅଭାବ ରହିବ ନାହିଁ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.