୨୦୧୯ରେ କିଏ ହେବ ପ୍ରଧାନମନ୍ତ୍ରୀ କହିବା କଷ୍ଟକର : ରାମଦେବ

ramdev

୨୦୧୪ ଲୋକସଭା ନିର୍ବାଚନ ସମୟରେ ନମୋ-ନମୋ ଜପ କରୁଥିବା ଯୋଗ ଗୁରୁ ବାବା ରାମଦେବ ଆଗାମୀ ୨୦୧୯ ନିର୍ବାଚନ ପୂର୍ବରୁ କହିଛନ୍ତି ଯେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ, ଏହି ବିଷୟରେ କିଛି କହି ହେବ ନାହିଁ। ଏନେଇ ତାମିଲନାଡୁର ମଦୁରାଇଠାରେ ଏକ ସଭାରେ ରାମଦେବ ସୂଚନା ଦେଇଛନ୍ତି।

ramdev

ସେ କହିଛନ୍ତି ଯେ, ଆସନ୍ତାବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ଲାଗି ସେ କୌଣସି ବ୍ୟକ୍ତିଙ୍କୁ ସମର୍ଥନ କିମ୍ବା କୌଣସି ଦଳକୁ ବିରୋଧ କରିବେ ନାହିଁ । ସେ କହିଛନ୍ତି ଯେ, ଆମର ଲକ୍ଷ୍ୟ ହିନ୍ଦୁ ଦେଶ ନୁହେଁ, ଏକ ଆଧ୍ୟାତ୍ମିକ ଦେଶ ଓ ଏକ ଆଧ୍ୟାତ୍ମିକ ବିଶ୍ୱ ବୋଲି ରାମଦେବ କହିଛନ୍ତି ।

ସମ୍ପ୍ରତି ଶେଷ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଭଲ ପ୍ରଦର୍ଶନ କରିଛି। ଭାରତକୁ ସାମ୍ପ୍ରଦାୟିକ ଭାବେ ଗଢ଼ିତୋଳିବା ପରିବର୍ତ୍ତେ ଆଧ୍ୟାତ୍ମିକ ଭାରତ ଗଠନ ପ୍ରତି ଆମର ଲକ୍ଷ୍ୟ ନିବଦ୍ଧ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ସହିଷ୍ଣୁତା ଯୋଗୁ ସମଗ୍ର ପୃଥିବୀରେ ଭାରତ ଏକ ଉଦାହରଣ ସୃଷ୍ଟି କରିପାରିଛି। ଏପରି ସ୍ଥଳେ ଏଥିପ୍ରତି ପ୍ରଶ୍ନ ଉଠାଇବା ଅନୁଚିତ ବୋଲି ରାମଦେବ ପ୍ରକାଶ କରିଛନ୍ତି।

ପଢନ୍ତୁ;  ଗିରଫ ହେଲେ ଗଲ୍‌ଫ୍‌ ଖେଳାଳି ଜ୍ୟୋତି ରାନ୍ଧଓ୍ବା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More