News

ବିମାନବନ୍ଦରରେ ଯାତ୍ରୀଙ୍କ ପାଇଁ ବାୟୋମେଟ୍ରିକ ଡିଜିଟାଲ ବ୍ୟବସ୍ଥା

‘ଡିଜି ଯାତ୍ରା’ ନୂତନ ନୀତି ଉନ୍ମୋଚନ କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ

ନୂଆଦିଲ୍ଲୀରେ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ‘ଡିଜି ଯାତ୍ରା’ର ନୂତନ ନୀତି ଉନ୍ମୋଚନ କରିଛନ୍ତି । ଡିଜିଯାତ୍ରା ବିମାନବନ୍ଦରରେ ଯାତ୍ରୀମାନଙ୍କ ପାଇଁ ବାୟୋମେଟ୍ରିକ ଭିତ୍ତିକ ଡିଜିଟାଲ ପ୍ରକ୍ରିୟା । ଏହି ଅବସରରେ ମନ୍ତ୍ରୀ କହିଲେ ଯେ, ବିମାନବନ୍ଦର ଗୁଡ଼ିକରେ ଏକକ ଡିଜିଟାଲ ପ୍ରକ୍ରିୟା ତଥା ପରିବେଶ ଅନୁକୂଳ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ମନ୍ତ୍ରଣାଳୟ ଅନେକ ଗୁଡ଼ିଏ ପଦକ୍ଷେପ ନେଉଛି । ଏହି ମାନାଙ୍କରେ ବିକାଶ ପାଇଁ ବିମାନବନ୍ଦର ଅପରେଟର, ବିମାନ କମ୍ପାନି ଏବଂ ଉଦ୍ୟୋଗ ପ୍ରତିନିଧିମାନଙ୍କୁ ନେଇ ଏକ ବୈଷୟିକ କମିଟି ଗଠନ କରାଯାଇଛି ।

ଏହି ଅବସରରେ ସୂଚନା ଦିଆଯାଇଛି ଯେ, 2019 ଫେବୃଆରୀ ଶେଷ ସୁଦ୍ଧା ଡିଜିଯାତ୍ରା ସେଣ୍ଟ୍ରାଲ ପ୍ଲାଟଫର୍ମ କାର୍ଯ୍ୟକାରୀ ହୋଇଯିବ । 2019 ଫେବୃଆରୀ ସୁଦ୍ଧା ବାଙ୍ଗାଲୋର ଏବଂ ହାଇଦ୍ରାବାଦ ଆନ୍ତର୍ଜାତିକ ବିମାନ ବନ୍ଦରରେ ପରୀକ୍ଷାମୂଳକ ଭାବେ ଏହାର ବ୍ୟବହାର ଆରମ୍ଭ କରାଯିବ । 2019 ଏପ୍ରିଲ ସୁଦ୍ଧା କୋଲକାତା, ବାରାଣସୀ, ପୁନେ ଏବଂ ବିଜୟୱାଡାରେ ଏହାକୁ କାର୍ଯ୍ୟକାରୀ କରିବାକୁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (AAI) ଲକ୍ଷ୍ୟ ରଖିଛନ୍ତି।

digi ବିମାନବନ୍ଦର ବିମାନବନ୍ଦରରେ ଯାତ୍ରୀଙ୍କ ପାଇଁ ବାୟୋମେଟ୍ରିକ ଡିଜିଟାଲ ବ୍ୟବସ୍ଥା digi

ସୁରେଶ ପ୍ରଭୁ କହିଲେ ଯେ, ଡିଜିଯାତ୍ରା ଭବିଷ୍ୟତ ପାଇଁ ବିମାନବନ୍ଦର ଗୁଡ଼ିକରେ ଅତ୍ୟାଧୁନିକ ସେବା ପ୍ରଦାନରେ ସହାୟକ ହୋଇପାରିବ । ଯାତ୍ରୀମାନଙ୍କୁ ଯାତ୍ରାର ସୁବିଧା ପ୍ରଦାନ କରୁଥିବା କମ୍ପାନିମାନେ ଏହି ପ୍ଲାଟଫର୍ମ ମାଧ୍ୟମରେ ଉତ୍ତମ ସେବା ଦେଇପାରିବେ । ଏହାଦ୍ୱାରା ନିୟମିତ ଯାତ୍ରା କରୁଥିବା ଯାତ୍ରୀମାନେ ହିଁ ସୁବିଧା ପାଇପାରିବେ ବୋଲି ସେ କହିଥିଲେ।

ଡିଜିଯାତ୍ରା ବିଷୟରେ ସୂଚନା ଦେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ସିହ୍ନା କହିଥିଲେ, ଏହା ମୁଖମଣ୍ଡଳ ଦ୍ୱାରା ପରିଚୟ ଭିତ୍ତିକ ଯାତ୍ରୀଙ୍କୁ ଅନୁମତି ପ୍ରଦାନ ପ୍ରକ୍ରିୟା, ଯାହାକି ବିଶ୍ୱସ୍ତରରେ ପ୍ରଚଳିତ । ବିମାନବନ୍ଦରରେ ପ୍ରବେଶ ଠାରୁ ଆରମ୍ଭ କରି ବିମାନରେ ବସିବା ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ବାଧାବିହୀନ ଅଭିଜ୍ଞତା ଦେବାକୁ ଡିଜିଯାତ୍ରା ଏକ କେନ୍ଦ୍ରୀକୃତ ପଞ୍ଜିକୃତ ପଦ୍ଧତି ହେବ । ଡିଜିଯାତ୍ରା ପ୍ରକ୍ରିୟାରେ ଯାତ୍ରୀଙ୍କୁ ଏକ ଡିଜିଯାତ୍ରା ଆଇଡି (ପରିଚୟପତ୍ର) ପ୍ରଦାନ କରାଯିବ । ଏଥିରେ ନାମ, ଇ-ମେଲ ଆଇଡି, ମୋବାଇଲ ନମ୍ବର ଏବଂ ଅନୁମୋଦିତ ପରିଚୟ ପ୍ରମାଣ ଭଳି ସର୍ବନିମ୍ନ ତଥ୍ୟ ରହିଥିବା । ଏଥିରେ ଆଧାର ବାଧ୍ୟତାମୂଳକ ନୁହେଁ । ଟିକେଟ ବୁକିଂ ସମୟରେ ଯାତ୍ରୀ ଏହି ଡିଜିଯାତ୍ରା ଆଇଡି ପ୍ରଦାନ କରିବେ । ଯାତ୍ରୀଙ୍କ ତଥ୍ୟ ଏବଂ ଡିଜିଯାତ୍ରା ଆଇଡି କମ୍ପାନି ପ୍ରସ୍ଥାନ ବିମାନବନ୍ଦରକୁ ଅବଗତ କରାଇବେ ।

ଶ୍ରୀ ସିହ୍ନା କହିଲେ ଯେ, ଡିଜିଯାତ୍ରା ଆଇଡି କରିଥିବା ଯାତ୍ରୀଙ୍କୁ ପ୍ରସ୍ଥାନ ବିମାନବନ୍ଦରରେ ପ୍ରଥମ ଥର ଯାତ୍ରା ବେଳେ ଥରେ ମାତ୍ର ଚେକିଂର ସମ୍ମୁଖୀନ ହେବାକୁ ପଡ଼ିବ । ଯଦି କୌଣସି ଯାତ୍ରୀ ଆଧାର ଦ୍ୱାରା ଡିଜିଯାତ୍ରା ଆଇଡି କରିଥିବେ ତେବେ ଅନଲାଇନରେ ତାହାର ଭେରିଫିକେସନ ହୋଇପାରିବ । ଭେରିଫିକେସନ ସଫଳ ହେଲେ ଫେସିଆଲ ବାୟୋମେଟ୍ରିକ ତଥ୍ୟ ଯାତ୍ରୀଙ୍କ ଡିଜିଯାତ୍ରା ଆଇଡିରେ ସୁରକ୍ଷିତ ରହିବ । ଯଦି ଅନ୍ୟ କୌଣସି ତଥ୍ୟ ଦ୍ୱାରା ଯାତ୍ରୀ ଡିଜିଯାତ୍ରା ଆଇଡି କରିଥିବେ, ତେବେ ଯାତ୍ରୀଙ୍କୁ ବିମାନ ବନ୍ଦରରେ ଥରେ ସୁରକ୍ଷା କର୍ମୀଙ୍କ ଦ୍ୱାରା ଚେକିଂ କରାଇ ଫେସିଆଲ ଭେରିଫିକେସନ କରିବାକୁ ପଡ଼ିବ । ଏହି ପଦ୍ଧତିରେ ଡିଜିଯାତ୍ରା ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରିବ ବୋଲି ସେ କହିଥିଲେ।

ପଢନ୍ତୁ; ଡେନିସ୍‍,ନାଦିଆଙ୍କୁ ଶାନ୍ତି ନୋବେଲ୍‍ ପୁରସ୍କାର

Related posts

ଭାରତୀୟ ଯବାନଙ୍କ ଗିନିସ୍‌ ରେକର୍ଡ, ଗୋଟିଏ ବାଇକ୍‌ରେ ୫୮ଜଣଙ୍କ ଅଦ୍ଭୁତ ଷ୍ଟଣ୍ଟ

Krishna Kumar Manoj

ରାମରହିମଙ୍କ ପୋଷ୍ୟାକନ୍ୟା ହନିପ୍ରୀତ ଇନସାନ୍ ଙ୍କୁ ହରିଆଣା ପୁଲିସ ଖୋଜୁଛି, ଦେଶଦ୍ରୋହ ମାମଲା ରୁଜୁ

Krishna Kumar Manoj

ତାରକ ମେହତା… ଧାରାବାହିକ କଳାକାର ଆଜାଦଙ୍କ ପରଲୋକ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More