News

ଚିକିତ୍ସା ବିଜ୍ଞାନର ଚମତ୍କାରିତା, ରୋଗୀ ସମ୍ପର୍କରେ ଡାକ୍ତରଙ୍କୁ ସୂଚନା ଦେବ ଡିଜିଟାଲ ମେଡିସିନ

ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନେ ଆଉ ପାଦେ ଆଗେଇ ଉଦ୍ଭାବନ କରିଛନ୍ତି ଡିଜିଟାଲ ମେଡିସିନ । ଅଡ଼ୁଆ ଲାଗୁଥିଲେ ମଧ୍ୟ ଆମେରିକାର ଚିକିତ୍ସା ବିଜ୍ଞାନରେ ଗବେଷଣା ଦ୍ଵାରା ଏ ଚମତ୍କାର ସମ୍ଭବ ହୋଇଛି। ଡିଜିଟାଲ ଉପକରଣ ଯୁକ୍ତ ଏହି ‘Abilify Maise ‘ ନାମକ ଟ୍ୟାବଲେଟକୁ ମଞ୍ଜୁରୀ ମଧ୍ୟ ମିଳିଛି , ଯାହା ଦ୍ଵାରା ଡାକ୍ତର ଜାଣିପାରିବେ ଯେ, ରୋଗୀ ଠିକ୍ ସମୟରେ ଔଷଧ ଖାଉଛନ୍ତି କି ନାହିଁ।

ମୁଖ୍ୟତଃ ଶିଜୋଫ୍ରେନିଆ, ବାୟପୋଲର ଡିସ୍‌ଅର୍ଡର ପରି ମାନସିକ ଅନଗ୍ରସର ରୋଗୀଙ୍କ ଉଦ୍ଦେଶ୍ୟରେ ଏହି ଡିଜିଟାଲ ମେଡିସିନ୍‌ର ଉଦ୍ଭାବନ କରାଯାଇଛି, ଯାହା କେବଳ ମାନସିକ ରୋଗୀ ଓ ମାନସିକ ଅବସାଦଗ୍ରସ୍ତ ରୋଗୀଙ୍କ ପାଇଁ ପ୍ରଯୁଜ୍ୟ। ରୋଗୀ ଏହି ଔଷଧ ଖାଇବା ପରେ ଏହା ପେଟରେ ଥବା ଏନ୍‌ଜାଇମ ସମ୍ପର୍କରେ ଆସି ଟ୍ୟାବଲେଟ୍‌ଟି ସକ୍ରିୟ ହୋଇଯାଏ ଓ ଔଷଧ ବିଷୟରେ ସନ୍ଦେଶ ପଠାଇଥାଏ। ଏଥିରେ ଏକପ୍ରକାର ସେନ୍ସର କାମ କରିଥାଏ। ଏହି  ଟ୍ୟାବଲେଟ୍  ପ୍ୟାଚ୍‌ରେ ମାଧ୍ୟମରେ ସନ୍ଦେସ ପଠାଇଥାଏ ଯାହା ମୋବାଇଲକୁ ହିଁ ଯାଇଥାଏ। ରୋଗୀର ଡାକ୍ତର, ପରିବାର ଓ ସମ୍ପର୍କୀୟଙ୍କୁ ଏହାର ସମ୍ପୁର୍ଣ୍ଣ  ତଥ୍ୟ ଏକ ୱେବ ପୋର୍ଟାଲ ଜରିଆରେ ମିଳିବ। ଯାହାଦ୍ୱାରା ପରିବାର ଲୋକେ ଓ ଡାକ୍ତର ରୋଗୀ ଉପରେ ନଜର ରଖିବା ପାଇଁ ସୁବିଧା ହେବ।

ଏହି Abilify Maise  ନାମକ ଟ୍ୟାବଲେଟ୍ ଆମେରିକୀୟ ଖାଦ୍ୟ ଏବଂ  ଔଷଧ ପ୍ରଶାସନ ଅନୁଯାୟୀ  ତିଆରି କରାଯାଇଛି।

ଚିକିତ୍ସା ବିଜ୍ଞାନର ଚମତ୍କାରିତା, ରୋଗୀ ସମ୍ପର୍କରେ ଡାକ୍ତରଙ୍କୁ ସୂଚନା ଦେବ ଡିଜିଟାଲ ମେଡିସିନ   ଚିକିତ୍ସା ବିଜ୍ଞାନର ଚମତ୍କାରିତା, ରୋଗୀ ସମ୍ପର୍କରେ ଡାକ୍ତରଙ୍କୁ ସୂଚନା ଦେବ ଡିଜିଟାଲ ମେଡିସିନ

ପଢନ୍ତୁ, କଳାକାରଙ୍କ ସ୍ୱାଧିନତା ସମ୍ପର୍କରେ ଅଧିକ ଗୁରୁତ୍ୱ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ

Related posts

ଜମ୍ମୁ-କଶ୍ମୀର, ହରିୟାଣାରେ ଭୂକମ୍ପ ଝଟକା

ENO Beuro

ଭାରତୀୟ ରେଳବାଇ ପକ୍ଷରୁ ସୌରଶକ୍ତି ଯୁକ୍ତ ଡିଏମୟୁ ଟ୍ରେନର ଶୁଭାରମ୍ଭ ହୋଇଛି

ENO Beuro

ଏବେ ମିଳିବ ବିଦ୍ୟୁତ୍ ଚାଳିତ କାର୍ – ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଙ୍କ ନୂଆ ଯୋଜନା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More