Entertainment

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଦିଲ୍ଲୀପ କୁମାର

dilip

ଭେଟେରାନ ବଲିଓଡ ଅଭିନେତା ଦିଲ୍ଲୀପ କୁମାରଙ୍କୁ ରବିବାର ରାତିରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବୁରୁ ତାଙ୍କୁ ନିମୋନିଆ ପାଇଁ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେବା ପରେ ସେ ଘରକୁ ଫେରିଥିଲେ । ପୁଣି ତାଙ୍କୁ ନିମୋନିଆ ହେବାରୁ ଚିକିତ୍ସାପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

dilip

ଗତ ସେପ୍ଟେମ୍ବରରେ ଦିଲ୍ଲୀପ କୁମାରଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା। ସେହି ସମୟରେ ସେ ଯାହା ଖାଉଥିଲେ ତାହା ସିଧା ତାଙ୍କ ଫୁସଫୁସରେ ଜମା ହେଉଥିଲା । ଦିଲ୍ଲୀପ କୁମାରଙ୍କ ସ୍ୱାସ୍ଥ୍ୟବସ୍ଥା ଆଉ ଥରେ ପୁଣି ବିଗିଡି ଯାଇଛି। ଏହି ସମୟ ତାଙ୍କ ପାଇଁ ଖୁବ କଷ୍ଟଦାୟକ ରହିଛି । ଏହା ତାଙ୍କ ଫ୍ୟାନମାନଙ୍କ ପାଇଁ ବଡ ଦୁଃଖଦ ଖବର । ତାଙ୍କର ଫ୍ୟାନମାନେ ତାଙ୍କର ଆରୋଗ୍ୟ କାମନା କରିଛନ୍ତି।

ସୂଚନାଯୋଗ୍ୟ,ଦାଦା ସାହେବ୍‌ ଫାଲ୍‌କେ ପୁରସ୍କାର ବିଜେତା ଦିଲ୍ଲୀପ କୁମାରଙ୍କୁ ଦର୍ଶକ ଏଯାବତ୍‌ ଶେଷ ଥର ଲାଗି ୧୯୯୮ରେ ମୁକ୍ତିପ୍ରାପ୍ତ ‘କିଲା’ ଚଳଚ୍ଚିତ୍ରରେ ଦେଖିବାକୁ ପାଇଥିଲେ।

ପଢନ୍ତୁ; ଆସୁଛି ବାତ୍ୟା ତିତ୍‌ଲି,୭୦-୯୦ କିମି ବେଗରେ ବହିବ ପବନ

Related posts

ସଲମାନ୍ ଙ୍କର କୃଷ୍ଣସାର ମୃଗ ଶୀକାର ଘଟଣା , ଅପ୍ରେଲ ୫କୁ ରାୟ ଶୁଣାଣୀ

ENO Beuro

ପୁଣିଥରେ ଏହି ଫିଲ୍ମରେ ଏକାଠି ନଜର ଆସିବେ ସବ୍ୟସଚି ଏବଂ ଏଲିନା

ENO Beuro

Jatra Indrabhubana || Night Melody Dance Videos || Jatra Duniya || HD Videos

ENO Beuro

Leave a Comment