News

ଫିଲ୍ମ ନିର୍ମାତା ଦିଲ୍ଲୀପ ପଟ୍ଟନାୟକଙ୍କ ପରଲୋକ

dillip

ଜାତୀୟ ଫିଲ୍ମ ପୁରସ୍କାରରେ ପୁରସ୍କୃତ ବିଶିଷ୍ଟ ଫିଲ୍ମ ନିର୍ମାତା ଦିଲ୍ଲୀପ ପଟ୍ଟନାୟକଙ୍କର ଶନିବାର ବିଳମ୍ବିତ ରାତିରେ ଭୂବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା। ଶ୍ରୀ ପଟ୍ଟନାୟକ ପ୍ରାୟ ଦୁଇମାସ ଧରି ଅସୁସ୍ଥ ଥିଲେ। ସେ ଅବିବାହିତ ଥିଲେ।

dillip

ଦିଲୀପ ପଟ୍ଟନାୟକ ବିଶିଷ୍ଟ ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ଜୀବନକୁ ନେଇ ଫିଲ୍ମ ‘ନୀଳମାଧବ’ ନିର୍ମାଣ କରିଥିଲେ। ଓଡ଼ିଶା ଜନ୍ମିତ ଗ୍ବାଲିୟର ଘରାନାର ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ସୁନନ୍ଦାଙ୍କ ଦ୍ୱାରା ପ୍ରସ୍ତୁତ ଏକ ‘ରାଗ’କୁ ନେଇ ଏହି ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମିତ ହୋଇଥିଲା, ଯାହାକି ପରବର୍ତ୍ତୀ ସମୟରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା। ୨୦୧୦ରେ ୫୮ତମ ନ୍ୟାଶନାଲ ଫିଲ୍ମ ଆଓ୍ବାର୍ଡସ୍‌ରେ ଏହା ‘ଶ୍ରେଷ୍ଠ ବାୟୋଗ୍ରାଫିକାଲ ଡକ୍ୟୁମେଣ୍ଟାରୀ’ ବିଭାଗରେ ପୁରସ୍କୃତ ହାତେଇଥିଲା। ଏହାସହ ଚଳଚ୍ଚିତ୍ର ‘ଉଲ୍‌କା’ ଓ ‘ମାୟାମିରିଗ’ରେ ଦିଲୀପ ମୁଖ୍ୟ ସହକାରୀ ନିର୍ଦ୍ଦେଶକ ଭୂମିକା ତୁଲାଇଥିଲେ। ତାଙ୍କର ପରବର୍ତ୍ତୀ ଓଡ଼ିଆ ଫିଚର୍‌ ଫିଲ୍ମ ‘ଚନ୍ଦ୍ରଗ୍ରହଣ’ ଥିଲା।

ଶ୍ରୀ ପଟ୍ଟନାୟକ ୨୦୧୬ ମସିହା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆର ଇଣ୍ଡିଆନ ପ୍ୟାନୋରାମା ବିଭାଗ ପାଇଁ ଫିଲ୍ମ ଚୟନ ଜୁରୀର ସଦସ୍ୟ ମଧ୍ୟ ଥିଲେ। ଶ୍ରୀ ପଟ୍ଟନାୟକ ଦିବଙ୍ଗତ ଫିଲ୍ମ ନିର୍ମାତା ନୀରଦ ମହାପାତ୍ରଙ୍କ ଘନିଷ୍ଠ ସହଯୋଗୀ ଥିଲେ। ଶ୍ରୀ ପଟ୍ଟନାୟକଙ୍କ ବିୟୋଗରେ ଫିଲ୍ମ ଜଗତ ଓ ତାଙ୍କ ଶୁଭେଚ୍ଛୁ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

ପଢନ୍ତୁ; ବିଗ ବସ ସିଜନ-୧୨ : ଟିଭି ଅଭିନେତ୍ରୀ ଦୀପିକା କକ୍କର ବିଜେତା

Related posts

ବହୁ ବାଦ ବିବାଦ ପରେ ଓଡ଼ିଶା ସୀମାରୁ ହଟିଲା ପଶ୍ଚିମବଙ୍ଗର ହୋର୍ଡିଂ

ENO Beuro

ଦେବ ଦେବ ମହାଦେବଙ୍କ ଠାରେ ଲାଗି କରନ୍ତୁ ନାହିଁ ଏହି ସବୁ ଦ୍ରବ୍ୟ , ଅଶୁଭ ହୋଇପାରେ

ENO Beuro

ଚେନ୍ନାଇରେ ଓଡ଼ିଶା ଭବନ ଉଦ୍‌ଘାଟିତ,ମଜବୁତ ହେବ ଓଡିଶା-ତାମିଲନାଡୁ ସମ୍ପର୍କ

ENO Beuro

Leave a Comment