POLITICALS

ବିଜେପି ଛାଡିଲେ ଦିଲ୍ଲୀପ ରାୟ

dilip

ଟାଣୁଆ ନେତା ଭାବେ ପରିଚିତ ତଥା ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଆଜି ବିଧାୟକ ପଦ ଏବଂ ବିଜେପି ଦଳରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାପତ୍ରକୁ ବାଚସ୍ପତି ଗ୍ରହଣ କରିଛନ୍ତି। ସେ କହିଛନ୍ତି, ଦିଲୀପ ରାୟ ନୀତିନିୟମ ଅନୁସାରେ ଇସ୍ତଫା ଦେଇଛନ୍ତି। ଏ ନେଇ ନିର୍ବାଚନ କମିଶନ୍‌ଙ୍କୁ ମଧ୍ୟ ଜଣାଇ ଦିଆଯାଇଛି।

dilip

ସୂଚନାଯୋଗ୍ୟ,କିଛି ଦିନ ତଳେ ସେ ଏନେଇ ସଙ୍କେତ ଦେଇଥିଲେ। ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଓ ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରିବାରେ କେନ୍ଦ୍ର ସରକାର ବିଳମ୍ବକୁ ନେଇ ଦିଲୀପ ଅସନ୍ତୁଷ୍ଟ ଥିଲେ। ଦିଲୀପଙ୍କ ଏହି ନିଷ୍ପତ୍ତିଙ୍କୁ ତାଙ୍କ ଘନିଷ୍ଠ ସହଯୋଗୀ ବିଜୟ ମହାପାତ୍ର ସମର୍ଥନ କରିଥିବା କୁହାଯାଉଛି।

ଖୋଦ୍ ପ୍ରଧାନମନ୍ତ୍ରୀ ରାଉରକେଲା ଆସିଥିବା ବେଳେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରାଯାଇ ନ ଥିବାରୁ ଦିଲୀପ କ୍ଷୋଭ ପ୍ରକାଶ କରିବା ସହ ବ୍ୟକ୍ତିଗତ ଭାବେ ମୋଦିଙ୍କୁ ଭେଟି ଦାବି ମଧ୍ୟ ଜଣାଇଥିଲେ।

ପଢନ୍ତୁ; ହକି ବିଶ୍ଵକପରେ ତରକା ମେଳି: ଆସିବେ ଅମିତାଭ,ଆମିର,ସଚିନ!

Related posts

ଗଡକରୀଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ସୋନିଆ

ENO Beuro

ଆଜି ୧ଟା ୩୪ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେ ଚନ୍ଦ୍ରଶେଖର ରାଓ

ENO Beuro

ନିର୍ବାଚନ ଫ୍ଲାଇଂ ସ୍କ୍ବାର୍ଡ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ନାଁରେ ରୁଜୁ କଲା ମାମଲା

Ratnamani Moharana

Leave a Comment