Entertainment

ଇଣ୍ଡିଆଜ୍‌ ବେଷ୍ଟ ଡ୍ରାମେବାଜ୍‌ ଟାଇଟଲ ହାସଲ କଲେ ଦୀପାଲି

ଜୀ’ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ‘ଇଣ୍ଡିଆଜ୍ ବେଷ୍ଟ୍ ଡ୍ରାମେବାଜ୍, ସିଜନ୍-୩’ର ଟ୍ରଫି ୧୦ ବର୍ଷୀୟା ଦୀପାଲି ବୋରକର ହାସଲ କରିନେଇଛନ୍ତି। ଏଥିପାଇଁ ଦିପାଲୀଙ୍କୁ ଟ୍ରଫି ସହ ମିଳିଛି ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି। ଦୀର୍ଘ ସମୟ ଧରି ଚାଲିଥିବା ଏହି ଶୋ’ରେ ଛୋଟ ଛୋଟ ପିଲାମାନେ ସେମାନଙ୍କ ସାଧ୍ୟମତେ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ।

dramebaaz

ଏହାସହ ଅନିଷା ଦ୍ୱିତୀୟ ସ୍ଥାନରେ ଏବଂ ହର୍ଷରାଜ ତୃତୀୟ ସ୍ଥାନରେ ରହିଛନ୍ତି ।ଦିପାଲି ଏହା ପୂର୍ବରୁ ୨୦୧୬ରେ ‘ସୁପର ଡ୍ୟାନ୍ସ’ ଜିତିଛନ୍ତି । ନିଜର ଡ୍ୟାନ୍ସର କଳା ମାଧ୍ୟମରେ ଦିପାଲି ସମସ୍ତଙ୍କ ହୃଦୟକୁ ଜିତିଥିଲେ । ଏହାସହ ସୋନି ଟିଭିରେ ପ୍ରସାରିତ ହେଉଥିବା ସୋ ‘ପେଷୱା ବାଜିରାଓ’ ରେ କାଶୀବାଇଙ୍କର ଛୋଟବେଳର ଭୂମିକାରେ ନଜର ଆସିଥିଲେ।

ଦୀପାଲି ଏହି ଶୋ’ର ଖୁବ୍ ଲୋକପ୍ରିୟ ପ୍ରତିଯୋଗୀ ଥିଲେ। ଶୋ’ର ଜଜ୍ ଓମଙ୍ଗ୍ କୁମାର୍ ଦିପାଲୀଙ୍କ ଅଭିନୟରେ ପ୍ରଭାବିତ ହୋଇ ତାଙ୍କୁ ନିଜ ଆଗାମୀ ଚଳଚ୍ଚିତ୍ରରେ ଅଭିନୟର ସୁଯୋଗ ଦେବା ପାଇଁ ମନୋନିତ କରିଛନ୍ତି। ଶୋ’ର ଅନ୍ୟ ପ୍ରତିଯୋଗୀ ଆଞ୍ଜେଲିକା ଓ ରାମୁ ଶ୍ରୀନିବାସ ମଧ୍ୟ ଓମଙ୍ଗ କୁମାରଙ୍କ ଏହି ଚଳଚ୍ଚିତ୍ରରେ କାମ କରିବେ।

ପଢନ୍ତୁ; ଭିଲାଇ ଷ୍ଟିଲପ୍ଲାଂଟରେ ବିସ୍ଫୋରଣ,୮ ମୃତ

Related posts

ଗତ ୬ ବର୍ଷରୁ ଆଇପିଏଲରେ ବେଟିଂ ଲଗାଉଥିବା କଥାକୁ ସ୍ଵୀକାର କଲେ ଅରବାଜ୍ ଖାନ୍

ENO Beuro

ରିଲିଜ ହେଲା ‘ମଣିକର୍ଣ୍ଣିକା’ ଫିଲ୍ମର ଟିଜର

ENO Beuro

ଏଥର ପୁଣି ପୂଜା ବଜାରରେ ବାବୁସାନଙ୍କ ସହ କମାଲ କରିବେ ଏହି ନାୟିକା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More