EnewsOdia.Com

ଆସନ୍ତାକାଲି ଦୀପାବଳି ପାଳନ କରିବେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ରମାଗତ ତୃତୀୟ ବର୍ଷ ପାଇଁ ହ୍ବାଇଟ୍‌ ହାଉସ୍‌ରେ ଦୀପାବଳି ଉତ୍ସବ ପାଳନ କରିବେ। ଭାରତରେ ଅକ୍ଟୋବର ୨୭ରେ ଏହି ଉତ୍ସବ ପାଳନ ହେଉଥିବା​ବେଳ ଏହାର ତିନି ଦିନ ପୂର୍ବରୁ ଟ୍ରମ୍ପ ଏହା ପାଳନ କରିବେ ବୋଲି ମଙ୍ଗଳବାର ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ୨୦୦୯ରେ ତତ୍କାଳୀନ ରାଷ୍ଟ୍ରପତି ବରାକ ଓବାମା ହ୍ବାଇଟ୍‌ ହାଉସ୍‌ରେ ଦୀପାବଳି ପାଳନ ପର୍ବ ଆରମ୍ଭ କରିଥିଲେ; କିନ୍ତୁ ଟ୍ରମ୍ପ ରାଷ୍ଟ୍ରପତି ହେବା ପରଠାରୁ ଏହି ପରମ୍ପରା ବଜା​ୟ ରଖିଛନ୍ତି। ଟ୍ରମ୍ପ ପୂର୍ବ ବର୍ଷ ପରି ଚଳିତ ବର୍ଷ ଦୀପ ଜାଳି ଉତ୍ସବ ଆରମ୍ଭ କରିବେ। ଏହି କାର୍ଯ୍ୟକ୍ରମରେ ଟ୍ରମ୍ପ ପ୍ରଶାସନର ସଦସ୍ୟ ଓ ବଛାବଛା ଆମେରିକୀୟ-ଭାରତୀୟମାନେ ଉପସ୍ଥିତ ରହିବେ।

ଅପରପକ୍ଷରେ ଆ​ମେରିକାରେ ଏବେଠାରୁ ଦୀପାବଳି ଉତ୍ସବ ଆରମ୍ଭ ହୋଇଗଲାଣି। ଟେକ୍ସାସ ଗଭର୍ଣ୍ଣର ଗ୍ରେଗ ଆବଟ ଶନିବାର ଭାରତୀୟମାନଙ୍କ ଗହଣରେ ଦୀପାବଳି ପାଳନ କରିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ମନେ ପକାଇଛନ୍ତି। ଟେକ୍ସାସ୍‌ର ରିପବ୍ଲିକାନ୍‌ କଂଗ୍ରେସ ସଦସ୍ୟ ପିଟ୍‌ ଓଲସନ୍‌ ସ୍ବାମୀ ନାରାୟଣ ମନ୍ଦିରରେ ଉତ୍ସବ ପାଳିଛନ୍ତି। ଆମେରିକାର ୩୫ଟି ସ୍ଥାନରେ ଚଳିତ ବର୍ଷ ବିଜୟା ଦଶମୀ ପାଳନ କରାଯାଇଥିଲା।

ପଢନ୍ତୁ: ଏକ ବର୍ଷ ଭିତରେ କଟକ, ବଲାଙ୍ଗୀର ହେବ ୧୦୦% ଡିଜିଟାଲ୍

ସମ୍ବନ୍ଧିତ ଖବର

ସାହିତ୍ୟରେ ଓଲ୍‌ଗା ଓ ହ୍ୟାଣ୍ଡ୍‌କେଙ୍କୁ ନୋବେଲ

Ratnamani Maharana

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମିଳିଲା ନାରୀ ଶକ୍ତି ପୁରସ୍କାର

Ratnamani Maharana

ପ୍ରତିବର୍ଷ କାର୍ତ୍ତିକ ପୁର୍ନିମାରେ ଆୟୋଜିତ ହୁଏ ଭିକ୍ଷୁକ ମେଳା

Ratnamani Maharana

ଲେଉଟିଲା ଶୀତ, ୮ରୁ ପୁଣି ବର୍ଷିବ

Ratnamani Maharana

୧, ୧୬୦ ଏବଂ ୪୫୦ କିଲୋମିଟର ବାଟ ଚାଲି ରେକର୍ଡ କଲେ ଦୁଇଟି ବାଘ

Ratnamani Maharana

ଫୋନ୍‌ରେ କଥା ହେଲେ ଗ୍ରାହକଙ୍କୁ ମିଳିବ ଟଙ୍କା

Ratnamani Maharana