29.1 C
Bhubaneswar
June 13, 2021
EnewsOdia.Com
ମନୋରଞ୍ଜନ

କ୍ରିଶ୍-୪ରେ ଦୀପିକା

ରାକେଶ୍ ରୋଶନ୍ ନିର୍ଦେଶିତ ଓ ତାଙ୍କ ପୁଅ ହ୍ରିତିକ୍ ରୋଶନ୍ ଅଭିନୀତ ‘କ୍ରିଶ୍’ ସିରିଜ୍‌ର ୪ର୍ଥ ଭାଗ କାମ ଆଗେଇବାରେ ଲାଗିଛି। ବିଦେଶରୁ ୟୁନିଟ୍ ଲୋକ ଆସି ମୁମ୍ବଇରେ ସେଟ୍ ସଜାଇବା କାମରେ ଲାଗିପଡ଼ିଛନ୍ତି। କାହାଣୀର ଶେଷ ପର୍ଯ୍ୟାୟ ଲେଖାସରିଥିବାବେଳେ ଏବେ ଅଭିନେତ୍ରୀଙ୍କ ନାମ ମନୋନୀତ ହେବ। ଏକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, କ୍ରିଶ୍-୪ରେ ଦୀପିକା ପାଦୁକୋନ୍ ଅଭିନୟ କରିପାରନ୍ତି।

କ୍ରିଶ୍‌ର ପ୍ରଥମ ଭାଗ ‘କୋଇ ମିଲ୍ ଗୟା’ରେ ହ୍ରିତିକ୍ ଓ ପ୍ରୀତି ଜିଣ୍ଟା ଅଭିନୟ କରିଥିଲେ। ଏହାର ପରବର୍ତ୍ତୀ ଦୁଇଟି ଭାଗରେ ପ୍ରିୟଙ୍କା ଚୋପ୍ରା କାମ କରିଥିବାବେଳେ ଚତୁର୍ଥ ଭାଗ ପାଇଁ ପ୍ରିୟଙ୍କାଙ୍କର ଆଦୌ ଆଗ୍ରହ ନାହିଁ। କାରଣ ବିଦେଶୀ ରାଇଜରେ ସେ ଘର ସଂସାର କରିସାରିଥିବାବେଳେ ଏବେ ହଲିଉଡ ପ୍ରୋଜେକ୍ଟ ପ୍ରତି ସେ ଅଧିକ ଆଗ୍ରହୀ। ଏଣୁ ରାକେଶ୍ ରୋଶନ୍, ପ୍ରିୟଙ୍କାଙ୍କୁ ବାରମ୍ବାର ଅନୁରୋଧ କରିବାକୁ ଉଚିତ୍ ମଣୁନାହାନ୍ତି। ଏପରିସ୍ଥଳେ ବର୍ତ୍ତମାନ ସମୟରେ ଦୀପିକା ଅନ୍ୟତମ ଆଗଧାଡ଼ିର ଅଭିନେତ୍ରୀ ଭାବେ ଜଣାଯାଉଛନ୍ତି। ଦୀପିକା ମଧ୍ୟ କାହାଣୀ ଶୁଣି ସବୁଜ ସଙ୍କେତ ଦେଇଥିବାର ୟୁନିଟ୍ ସଦସ୍ୟ ପ୍ରକାଶ କରିଛନ୍ତି।

ପଢନ୍ତୁ: ଛେଳିକୁ ଥଣ୍ଡାଜ୍ୱର ପାଇଁ ରାଜ୍ୟ ଜନସ୍ବାସ୍ଥ୍ୟ ନିୟନ୍ତ୍ରଣ କକ୍ଷକୁ ଆସୁଛି ଫୋନ୍‌

Related posts

ସୋନାଙ୍କ ଉପରେ ନିର୍ମାଣ ହେଲା ଡକ୍ୟୁମେଣ୍ଟାରୀ ‘ସଟଅପ୍‌ ସୋନା’

Ratnamani Maharana

ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିଲେ ବିଗ୍‍ ବି

Ratnamani Maharana

୧୧ ବିଲିୟନ କୋଟି ଟଙ୍କାର ମାଲିକ ସୈଫ ଅଲ୍ଲୀ ଖାନ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More