• Home
  • Entertainment
  • ଦୀପିକାଙ୍କୁ ଭେରାଇଟି ମାଗାଜିନ “ପ୍ରଭାବଶାଳୀ ମହିଳା ୨୦୧୮” ତାଲିକାରେ ସ୍ଥାନ ପାଇଛନ୍ତି
Entertainment

ଦୀପିକାଙ୍କୁ ଭେରାଇଟି ମାଗାଜିନ “ପ୍ରଭାବଶାଳୀ ମହିଳା ୨୦୧୮” ତାଲିକାରେ ସ୍ଥାନ ପାଇଛନ୍ତି

ଟ୍ୱିଟ ଜରିଆରେ ଦୀପିକା ତାଙ୍କ ସଫଳତାର ଖୁସି ବ୍ୟକ୍ତ କରିଛନ୍ତି

ଏବେ ଦୀପିକାଙ୍କ ଖୁସି କହିଲେ ନ ସରେ । ଦୀପିକା ପାଦୁକୋଣଙ୍କ ଅଭିନୀତ ଫିଲ୍ମ ‘ପଦ୍ମାବତ’ ରିଲିଜକୁ ନେଇ ସାରାଦେଶରେ ଭୟାବହ ଗଣ୍ଡଗୋଳ ହୋଇଥିଲା । ମାତ୍ର ଏହି ଫିଲ୍ମ ରିଲିଜ ହେବା ପରେ ସଫଳତାର ଚରମ ସୀମାରେ ପହଂଚିବାରେ ସକ୍ଷମ ହୋଇପାରିଛି । ପଦ୍ମାବତ ଫିଲ୍ମ ସହ ଜଡିତ ବିବାଦ ପରେ ନିଜକୁ ମଜବୁତ କରି ଛିଡା ରହିଥିବା ଅଭିନେତ୍ରୀ ଦୀପିକାଙ୍କୁ ଭେରାଇଟି ମାଗାଜିନ “ପ୍ରଭାବଶାଳୀ ମହିଳା ୨୦୧୮”ତାଲିକାରେ ସ୍ଥାନ ମିଳିଛି ।

ବଲିଉଡର ନମ୍ବର ୧ ଅଭିନେତ୍ରୀ ଭାବେ ଦୀପିକା ବେଶ ପରିଚିତ । ପଦ୍ମାବତ ଫିଲ୍ମକୁ ନେଇ ଦେଶ ବିଦେଶରେ ଚର୍ଚ୍ଚିତ ହେବା ପରେ ଏବେ ସେ ଆନ୍ତର୍ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏକ ଟ୍ୱିଟ ଜରିଆରେ ଦୀପିକା ତାଙ୍କ ସଫଳତାର ଖୁସି ବ୍ୟକ୍ତ କରିଛନ୍ତି ।

ବର୍ତ୍ତମାନ ସେ ବଲିଉଡର ସବୁଠାରୁ ଅଧିକ ଆୟକାରୀ ଅଭିନେତ୍ରୀ । ତାଙ୍କ ଅଭିନୟ ବେଶ ଉଚକୋଟିର । ଅଭିନୟ ବ୍ୟତୀତ ସାମାଜିକ କାର୍ଯ୍ୟରେ ମଧ୍ୟ ଦୀପିକାଙ୍କର ଯୋଗଦାନ ରହିଛି । ମାନସିକ ରୋଗୀଙ୍କ କଲ୍ୟାଣ ପାଇଁ ସେ ନିଜେ ‘ଲିଭ ଲାଫ ଲଭ’ଫାଉଣ୍ଡେସନ ସଙ୍ଗଠନ କରିଛନ୍ତି ।

ସିନେମା ଜଗତ ପ୍ରତି ତାଙ୍କର ଅବଦାନ, ପରପୋକାର କାର୍ଯ୍ୟ ଏବଂ ଖୁସି ଖୁସିରେ ବିବାଦକୁ ସାମ୍ନା କରିଥିବାରୁ ତାଙ୍କୁ ସମ୍ମାନିତ କରାଯିବ । କୌଣସି କ୍ଷେତ୍ରରେ ସେ କେବେ ହେଲେ ହାର ମାନି ନାହାନ୍ତି । ତେଣୁ ତାଙ୍କର ଏହି ଦୃଢ ଇଚ୍ଛା ଶକ୍ତି ଓ ମନୋବଳ ଯୋଗୁଁ ସେ ହୋଇପାରିଛନ୍ତି ବିଶ୍ୱର ପ୍ରଭାବଶାଳୀ ମହିଳା ।

ଦୀପିକାଙ୍କୁ ଭେରାଇଟି ମାଗାଜିନ “ପ୍ରଭାବଶାଳୀ ମହିଳା ୨୦୧୮” ତାଲିକାରେ ସ୍ଥାନ ପାଇଛନ୍ତି dipika padukan

ପଢନ୍ତୁ ;

ସାମିଙ୍କ ବିରୋଧରେ ଧର୍ଷଣ ଓ ହତ୍ୟା ଉଦ୍ୟମ ମାମଲା : ଆଇପିଏଲରୁ ପଡି ପାରନ୍ତି ବାଦ

Related posts

ଦୀପିକାଙ୍କ ପରେ ମାଡାମ ତୁଷାଡ୍ସ ମ୍ୟୁଜିୟମରେ ସ୍ଥାନ ପାଇବ ସାହିଦଙ୍କ ମହମ ପ୍ରତିମୂର୍ତ୍ତି

Krishna Kumar Manoj

ଯାତ୍ରା ଦୁନିଆ ର ହାଲଚାଲ, ଯାତ୍ରା କଳାକାର ଓ ପରଦା ପଛର କାହାଣୀ ବିଷୟରେ ଅଧିକା ଜାଣନ୍ତୁ

Krishna Kumar Manoj

ରିଲିଜ ହେଲା ଓଲିଉଡ କ୍ୱିନ ବର୍ଷାଙ୍କ ଫିଲ୍ମ ‘ନିମକି’ର ଟ୍ରେଲର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More