News

ଡିପ୍ଲୋମାରେ ଶିକ୍ଷା ପାଇଁ ବଢିଲା ମହଙ୍ଗା

ଡିପ୍ଲୋମା ଇଞ୍ଜିନିୟରିଂ କଲେଜର ଫି ରେ ବଡ ପରିବର୍ତ୍ତନ

ଓଡ଼ିଶାରେ ଡିପ୍ଲୋମା ଶିକ୍ଷା ପାଇଁ ବଢିଲା ମହଙ୍ଗା । ୧୮ଟି ଘରୋଇ ଡିପ୍ଲୋମା ଇଞ୍ଜିନିୟରିଂ କଲେଜର ଫି’ ଷ୍ଟ୍ରକ୍‌ଚର ଧାର୍ଯ୍ୟ ହୋଇଛି। କଟକ ଡ୍ରିମ୍ସ ପଲିଟେକ୍‌ନିକ୍‌ ପାଇଁ ୩୪ ହଜାର, ଭୁବନେଶ୍ୱରସ୍ଥିତ ସିଭି ରମଣ ପଲିଟେକ୍‌ନିକ୍‌ ସମେତ ସୁଧାନନ୍ଦ ଆବାସିକ ପଲିଟେକ୍‌ନିକ୍‌, କିଟ୍‌ ପଲିଟେକ୍‌ନିକ୍‌, ନୀଳାଚଳ ପଲିଟେକ୍‌ନିକ୍‌ ପାଇଁ ୩୫ ହଜାର ଟଙ୍କା ଲେଖାଏ ଫି’ ଧାର୍ଯ୍ୟ ହୋଇଛି। ସମ୍ବଲପୁରର ବଦ୍ରିପ୍ରସାଦ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି, ଅନୁଗୁଳସ୍ଥିତ ପୂର୍ଣ୍ଣଚନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ରାଉରକେଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି, ସୁନ୍ଦରଗଡ଼ ଇଞ୍ଜିନିୟରିଂ ସ୍କୁଲ, ଭୁବନେଶ୍ୱର ଜେନିଥ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ବ୍ରହ୍ମପୁରର ଓମ୍‌ସାଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ ଏଜୁକେସନ, ବ୍ରହ୍ମପୁରର ଗାନ୍ଧି ସ୍କୁଲ ଅଫ୍‌ ଇଞ୍ଜିନିୟରିଂ, କଟକର ଆର୍ଯ୍ୟାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଗଞ୍ଜାମରେ ଥିବା ହୋଲି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ପାଇଁ ୩୦ ହଜାର ଟଙ୍କା ଲେଖାଏ ଫି’ ଧାର୍ଯ୍ୟ କରାଯାଇଛି। ଭୁବନେଶ୍ୱରର ଗଣେଶ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଓ ବରଗଡ଼ର ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଲାଗି ୩୩ ହଜାର ଟଙ୍କା ଫି’ ରଖାଯାଇଛି। ସିନର୍ଜୀ ପଲିଟେକନିକ୍‌ ପାଇଁ ୨୬ ହଜାର ଓ ଅନ୍ୟ ଘରୋଇ ଡିପ୍ଲୋମା ଇନ୍‌ଷ୍ଟିଚ୍ୟୁଟ୍‌ ପାଇଁ ୨୫ ହଜାର ୮୦୦ ଟଙ୍କା ଲେଖାଏ ସ୍ଥିର ହୋଇଛି।

ଡିପ୍ଲୋମାରେ ଶିକ୍ଷା ପାଇଁ ବଢିଲା ମହଙ୍ଗା ଡିପ୍ଲୋମାରେ ଶିକ୍ଷା ପାଇଁ ବଢିଲା ମହଙ୍ଗା diploma en

ପଢନ୍ତୁ : ଶନିଦଶା ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତେବେ ଦାନ କରନ୍ତୁ ଏହି ସବୁ ତେଲ

 

Related posts

ନବୀନ ନିବାସ ର ସୁରକ୍ଷା ବୃଦ୍ଧି ପାଇଁ ସ୍ମାର୍ଟ ସିଟି ବିମାନବନ୍ଦରର ଦୂରାବସ୍ଥା

ENO Beuro

ଆଜି ଲାଲୁ ଯାଦବଙ୍କ ପୁଅ ବାହାଘର

ENO Beuro

କୁଆଖାଇ ପଠାରୁ ଅଧପୋଡା ଶବ ଜବତ ଘଟଣା : ଆଜି ଆସିବ ବ୍ୟବଚ୍ଛେଦ ରିପୋର୍ଟ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More