News

ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା ହେଲା ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାର

ଜୈସ-ଏ-ମହମ୍ମଦ  ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ ଆଝାରକୁ ଅନ୍ତରାଷ୍ଟ୍ରୀୟ ଆତଙ୍କୀ  ଘୋଷଣା କରିଦିଆଯାଇଛି | ଜାତିସଂଘ ମାସୁଦର ନାଁକୁ ବ୍ଲାକ ଲିଷ୍ଟ କରିଦେଇଛି | ବହୁ ଦିନରୁ ଭାରତ ମାସୁଦକୁ ଅନ୍ତରାଷ୍ଟ୍ରୀୟ ଆତଙ୍କୀ ଘୋଷଣା କରିବାକୁ ଦାବି କରିଥିଲା |ବିଗତ କିଛି ବର୍ଷ ଧରି ଭାରତ ଏଥିପାଇଁ ଉଦ୍ୟମ କରିଆସୁଥିଲେ ମଧ୍ୟ ଚୀନର ବିରୋଧ ଯୋଗୁଁ ଏହା ସମ୍ଭବ ହୋଇପାରୁନଥିଲା । କିନ୍ତୁ ଚୀନ ନିଜ ଆଭିମୁଖ୍ୟକୁ କୋହଳ କରିବା ପରେ ଏହା ସମ୍ଭବ ହୋଇପାରିଛି

ସଂସଦରେ ହମଲା, ପୁଲୱାମାରେ ଆତ୍ମଘାତୀ ହମଲା, ପଠାନକୋଟ ହମଲା, ଉରୀ ହମଲା ଆଦି ପଛରେ ମାସୁଦର ହାତ ରହିଛି | ଫେବୃଆରୀ ୧୪ ତାରିଖରେ ପୁଲୱାରେ ହୋଇଥିବା ଆତ୍ମଘାତୀ ହମଲା ପଛରେ ମଧ୍ୟ ମାସୁଦର ଷଡଯନ୍ତ୍ର ଥିବା ସ୍ପଷ୍ଟ ହେବାପରେ ଜାତିସଂଘ ଏପରି  ନିସ୍ପତି ନେଇଛି। ଏହି ପ୍ରସ୍ତାବକୁ ଚାଇନା ଟେକ୍ନିକାଲ କାରଣ ଦର୍ଶାଇ ଭିଟୋ ଲଗାଇଥିଲା ଏବଂ ଏହାକୁ ବିଚାର କରିବାକୁ ଅତିରିକ୍ତ ସମୟ ମାଗିଥିଲା। କିନ୍ତୁ ଗତ କିଛି ଦିନ ତଳେ ଚାଇନାର ମତିଗତି ବଦଳିଥିଲା। ଏପରିକି ମଙ୍ଗଳବାର ଚାଇନା ୟୁଟର୍ଣ୍ଣ ନେବାନେଇ ସକାରାତ୍ମକ ମତ ପୋଷଣ କରିଥିଲା। ଚାଇନା ବୈଦେଶିକ ମନ୍ତ୍ରୀ ଗେଙ୍ଗ ସୁଆଙ୍ଗ ସଂକ୍ଷେପରେ କହିଥିଲେ, ଠିକ୍‌ ଭାବରେ ସମାଧାନ ହୋଇଛି।

ପଢନ୍ତୁ: ବାଃ ବାଃରେ ରାଜନୀତି: ଏକାଠି ଦେଖାଦେଲେ ନବୀନ-ଧର୍ମେନ୍ଦ୍ର

Related posts

ଡ୍ରେନ ଖୋଳାବେଳେ ଭୁଶୁଡିଲା କାନ୍ଥ,୩ ଗୁରୁତର

ENO Beuro

ମହାରାଷ୍ଟ୍ରରେ ବିଶ୍ୱଶାନ୍ତି ଅହିଂସା ସମ୍ମେଳନକୁ ଉଦଘାଟନ କଲେ ରାଷ୍ଟ୍ରପତି

ENO Beuro

ଓଡିଆ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ହେଲେ କୁନା ତ୍ରିପାଠୀ!

ENO Beuro

Leave a Comment