Loading...

ବିମାନ ସେବାରେ ଆଉଗୋଟେ ପାଦ ଆଗରେ ଓଡିଶା, ଆଜିଠାରୁ ଦୁବାଇକୁ ସିଧା ଯିବ ଓଡିଶା ବିମାନ

ବିମାନ ସେବାରେ ଆଉଗୋଟେ ପାଦ ଆଗରେ ଓଡିଶା, ଆଜିଠାରୁ ଦୁବାଇକୁ ସିଧା ଯିବ ଓଡିଶା ବିମାନ

ବିମାନ ସେବାରେ ଆଉଗୋଟେ ପାଦ ଆଗରେ ଓଡିଶା। ଆଜିଠାରୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଏଥିପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି।

ବିମାନ ସେବାରେ ଆଉଗୋଟେ ପାଦ ଆଗରେ ଓଡିଶା। ଆଜିଠାରୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଏଥିପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ସନ୍ଧ୍ୟା ୬ଟା ୪୫ରେ ଭୁବନେଶ୍ୱରରୁ ପ୍ରଥମ ବିମାନ ଦୁବାଇ ଅଭିମୁଖେ ଉଡ଼ାଣ ଭରିବ। ୧୮୦ ସିଟ୍‌ ବିଶିଷ୍ଟ ଇଣ୍ଡିଗୋର ଏହି ବିମାନରେ ଓଡ଼ିଶାରୁ ୧୭୦ଜଣ ଯାତ୍ରୀ ବିଦେଶ ଗସ୍ତ କରିବେ। 

ସୂଚନାନୁସାରେ, କେଟର ମୂଲ୍ୟ ରହିଛି ୧୦ ହଜାର ଟଙ୍କା । ତେବେ ଯିବା ଆସିବା ଉଭୟ ପାଇଁ ଟିକେଟର ମୂଲ୍ୟ ୨୦ ହଜାର ଟଙ୍କା ରଖାଯାଇଛି । ସପ୍ତାହକ ମଧ୍ୟରେ ଭୁବନେଶ୍ୱର-ଦୁବାଇ ମଧ୍ୟରେ ୩ ଦିନ ଉଡ଼ାଣ ଭରିବ ବିମାନ । ସୋମବାର, ବୁଧବାର ଓ ଶୁକ୍ରବାର ଦୁବାଇକୁ ବିମାନ ଉଡାଣ କରିବ । ଦୁବାଇ ଓ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ସେବା ଫଳରେ ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବା ସହ ନିଯୁକ୍ତିରେ ମଧ୍ୟ ସହାୟକ ହେବ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.