News

ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କର ପରଲୋକ

saubash

ଓଡିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ବର୍ଷ ହୋଇଥିଲା। ଶନିବାର ଭୋର ୪.୧୦ମିନିଟରେ କଟକର ଛତ୍ରବଜାରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି। ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଛି।

saubash

ସୁବାସ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ପ୍ରଯୋଜକ ଥିଲେ। ସେ ‘ସୁନାପଞ୍ଜୁରୀ’, ‘ସନ୍ତାନ’, ‘ଭାଗ୍ୟ ହାତେ ଡୋରି’, ‘ଲକ୍ଷ୍ମଣ ରେଖା’ ଓ ‘ସିଂହବାହିନୀ’ ଭଳି ବହୁ ଓଡ଼ିଆ ଫିଲ୍ମ ନିର୍ମାଣ କରିଥିଲେ । ‘ସୁନାପଞ୍ଜୁରୀ’ ଫିଲ୍ମ ତାଙ୍କୁ ଖୁବ୍ ମାଇଲେଜ୍ ଦେଇଥିଲା। ଏଥିରେ ସିଦ୍ଧାନ୍ତ ମହାପାତ୍ର ଅଭିନୟ କରିଥିଲେ । ସେ ‘ବିଧାତାର ଖେଳ’ ଭଳି କିଛି ଟିଭି ସିରିଏଲ୍ ମଧ୍ୟ ନିର୍ମାଣ କରିଥିଲେ। ତାଙ୍କ ମୃତ୍ୟୁରେ ଓଡ଼ିଶା ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି ।

ତାଙ୍କ ପ୍ରଯୋଜିତ ସିନେମାଗୁଡିକର ନିର୍ଦ୍ଦେଶନା ହର ପଟ୍ଟନାୟକ,ରବି କିନ୍ନାଗୀ,ମହମ୍ମଦ ମହସୀନ୍‌,ଜ୍ୟୋତି ପ୍ରକାଶ ଓ ରାଜୁ ମିଶ୍ର ପ୍ରମୁଖ ଦେଇଥିଲେ। ସୁବାସ ରାଉତ ଏହାପରେ ଟେଲିଭିଜନ୍‌ ଦୁନିଆଁରେ ପାଦ ଦେଇଥିଲେ। ତାଙ୍କ ପ୍ରଯୋଜିତ ମେଗା ଧାରାବାହିକ ‘ତୁଳସୀ’(ଇଟିଭି) ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା।ସୁବାସଙ୍କ ପୁଅ ସନ୍ଦୀପ ରାଉତ ମଧ୍ୟ ଜଣେ ଅଭିନେତା ଓ ନିର୍ମାତା। ତାଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି।

ପଢନ୍ତୁ;ମାଲକାନଗିରିରେ ବନ୍ୟା ପରିସ୍ଥିତି,୮ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ

Related posts

ଅଢେଇ ଟଙ୍କା କମିଲା ପେଟ୍ରୋଲ ଓ ଡିଜେଲ ଦର

ENO Beuro

କେନାଲକୁ ଖସିଲା ସ୍କୁଲ ଭ୍ୟାନ୍,ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ENO Beuro

ଆଜିଠୁ ବର୍ଷା ବଢିବ,୧୯ରୁ ପ୍ରବଳ

ENO Beuro

Leave a Comment