ନିର୍ଦେଶକ ତାପସ ସରଘରିଆ ଙ୍କ ନୂଆ ସିନେମାରେ ପୁରୁଣା ଯୋଡିର କମାଲ

ନିର୍ଦେଶକ ତାପସ ସରଘରିଆ ଙ୍କ ନୂଆ ସିନେମାରେ ପୁରୁଣା ଯୋଡିର କମାଲ

ହୀରୋ ନୋଂ 1 ର ଅଦ୍ଭୂତପୂର୍ବ ସଫଳତା ପରେ ନିର୍ଦେଶକ ତାପସ ସରଘରିଆ ଏବେ ଏକ ନୂଆ ଯୋଜନା ହାତକୁ ନେଇଛନ୍ତି । ଯାହାର ନା ହେଲା ଓନ୍ଲି ପ୍ୟାର । ଏହି ନୂଆ ସିନେମାରେ ଦର୍ଶକେ ପୁରୁଣା ଲୋକପ୍ରିୟ ଯୋଡିର କାମାଲ ପୁଣି ଥରେ ଦେଖିବାର ସୁଯୋଗ ପାଇବେ ।

ବାବୁସାନ ଓ ସୁପ୍ରିୟା ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିବେ । ବାବୁସାନ ଓ ସୁପ୍ରିୟାଙ୍କ ଯୋଡି ଆଗରୁ ଲଭ ପାଇଁ କୁଛଭି କରେଗା ସିନେମାରେ କମାଲ ଦେଖାଇ ସାରିଛି । ଓନ୍ଲି ପ୍ୟାର ଏହି ଯୋଡ଼ିଙ୍କର ଦ୍ଵିତୀୟ ସିନେମା ।

ଅଭିଜିତ ମଜୁମଦାର ଏଥିରେ ସଙ୍ଗୀତ ନିର୍ଦେଶନା ଦେବେ । ମେଲୋଡି କିଂ ଅଭିଜିତ ମଜୁମଦାରଙ୍କ ଗୀତ ସାଙ୍ଗକୁ ନୃତ୍ୟ ନିର୍ଦେଶକ ଗିରୀଶ ମହାନ୍ତିଙ୍କ ଠୁମକା ସିନେମାଟିକୁ ଆହୁରି ଅଧିକ ଲୋକପ୍ରିୟ କରିବାରେ ସହାୟ ହେବ ।

ମୁନସାଇନ ବ୍ୟାନର ଦ୍ଵାରା ପ୍ରସ୍ତୁତ ଏହି ସିନେମାର କାହାଣୀ, ସଙ୍ଗୀତ, ନୃତ୍ୟ ସହ ଅଭିନେତା ଅଭିନେତ୍ରୀ ଏକଦମ ଜବରଦସ୍ତ ଅଛନ୍ତି । ତେଣୁ ସିନେମାଟି ଦର୍ଶକଙ୍କୁ କିପରି ଭଲ ଲାଗିବ ସେ ନେଇ ନିର୍ଦେଶକ ତାପସ ସରଘରିଆ ଖୁବ ପରିଶ୍ରମ କରୁଛନ୍ତି ।

ନିର୍ଦେଶକ ତାପସ ସରଘରିଆଙ୍କ ନୂଆ ସିନେମାରେ ପୁରୁଣା ଯୋଡିର କମାଲ

ପଢନ୍ତୁ, ଓଡିଆର ଜଣାଶୁଣା କଳାକାର ସଂବିତ ଆଚାର୍ଯ୍ୟ ଙ୍କ ତେଲୁଗୁ ସିନେମା ଲାଲିଜୋ ଲାଲିଜୋ ମୁକ୍ତି ପ୍ରତୀକ୍ଷାରେ