EnewsOdia.Com

ରାସ୍ତା କଡ଼ରେ ମିଳୁଥିବା ମକା ଖାଇବା ପୂର୍ବରୁ ଜାଣି ନିଅନ୍ତୁ ଏହାର ଖରାପ ପ୍ରଭାବ ବିଷୟରେ…

ରାସ୍ତା କଡ଼ରେ ମିଳୁଥିବା ମକା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ବିଶେଷ କରି ଏବେ ମିଠା ମକାର ଚାହିଦା ଅଧିକ । ଖାସ୍‌ କରି ବର୍ଷାଦିନେ ଲୋକମାନେ ବାହାରକୁ ଗଲେ ମକା ଖାଇବାର ମଜା ନେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହା ଆପଣଙ୍କ ଶରୀର ପାଇଁ କେତେ କ୍ଷତିକାରକ! ଏହା ପାଟିକୁ ସ୍ୱାଦିଷ୍ଟ ଲାଗୁଥିଲେ ମଧ୍ୟ ବର୍ଷାଦିନେ ଏହାକୁ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଆସନ୍ତୁ ଜାଣିବା ବର୍ଷଦିନେ ମକା ନ ଖାଇବାର ୩ଟି କାରଣ…

୧.ରାସ୍ତାକଡ଼ରେ ମିଳୁଥିବା ମକାରେ ମାଛି ବସୁଥିବାରୁ ସେଥିରେ ବିଭିନ୍ନ ପ୍ରକାରର ବ୍ୟାକ୍ଟେରିଆ ରହିଯାଇଥାଏ । ଯଦି ଆପଣ ସେହି ବ୍ୟାକ୍ଟେରିଆ ବସିଥିବା ମକାକୁ ଖାଉଛନ୍ତି ତେବେ ଆପଣଙ୍କ ଶରୀରରେ ଅନେକ ରୋଗ ସୃଷ୍ଟି ହେବାର ଆଶଙ୍କା ବଢ଼ି ଯାଇଥାଏ ।

୨.ବର୍ଷାଦିନେ ମକାର ବିକ୍ରି ଅଧିକ ହେଉଥିବାରୁ ମକା ବିକାଳି ମକାକୁ ଭଲ ଭାବରେ ସଫା କରିବାକୁ ସମୟ ପାଆନ୍ତି ନାହିଁ । ଏହା ସହ ମକାକୁ ସେକିବା ପାଇଁ ଯେଉଁ ପାତ୍ରର ବ୍ୟବହାର କରାଯାଏ ତାହା କୋଇଲାରେ ଘୋଡ଼ା ଯାଇଥିବାରୁ କର୍କଟ ରୋଗ ହେବାର ଆଶଙ୍କା ରହିଥାଏ ।


୩.ମକା ଉପରେ ଉପରେ ଲେମ୍ବୁର ରସ ଏବଂ ମସଲା ପକାଇବା ପରେ ଏହାର ସ୍ୱାଦ ବଢ଼ି ଯାଇଥାଏ । କିନ୍ତୁ ବ୍ୟବହାର କରାଯାଉଥିବା କଟା ଲେମ୍ବୁ ସେଭଳି ଭାବରେ ବାହାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପଡ଼ି ରହିଥାଏ । ଯାହାକୁ ମକାରେ ଚିପୁଡ଼ି ଖାଇଲେ ରୋଗ ସୃଷ୍ଟି ହୋଇଥାଏ ।

ପଢନ୍ତୁ: ଯକୃତ ସମ୍ବନ୍ଧୀୟ ରୋଗରୁ ରକ୍ଷାକରେ ଟମାଟୋ, ଜାଣନ୍ତୁ କିପରି

ସମ୍ବନ୍ଧିତ ଖବର

କାର୍ଯ୍ୟାଳୟରେ ଚାପ କମ୍ କରିବାର ସହଜ ଉପାୟ

Ratnamani Maharana

ଘରେ ମୂଷାଙ୍କ ପ୍ରାଦୁର୍ଭାବ ବଢୁଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ

Ratnamani Maharana

ହର୍ବାଲ୍‌ ଉପାୟରେ କେଶକୁ କରନ୍ତୁ ଷ୍ଟ୍ରେଟ୍‌

Ratnamani Maharana

ବ୍ରେକ୍ଅପ ପରେ ବି ହୋଇପାରିବ ଜୀବନ ସୁନ୍ଦର

Ratnamani Maharana

କଦଳୀ ଫୁଲ ଖାଇଲେ ଏହି ସବୁ ଲାଭ ମିଳିଥାଏ

Ratnamani Maharana

କେଉଁ କାରଣରୁ ତ୍ୱଚା ମଳିନ ଦିଶିଥାଏ ? ଜାଣନ୍ତୁ କେମିତି କରିବେ ଉପଚାର

Ratnamani Maharana