Loading...

ଶ୍ରୀମନ୍ଦିରରେ ବିଦେଶୀ ଦର୍ଶନ କରିବା ପ୍ରସଙ୍ଗକୁ ସେବାୟତଙ୍କ ନା ପସନ୍ଦ

ଶ୍ରୀମନ୍ଦିରରେ ବିଦେଶୀ ଦର୍ଶନ କରିବା ପ୍ରସଙ୍ଗକୁ ସେବାୟତଙ୍କ ନା ପସନ୍ଦ

ପୁରୀ ଶ୍ରୀମନ୍ଦିରରେ ଚକାନୟନ ସହିତ ଆଖି ମିଳାଇବା ପାଇଁ ବିଦେଶୀଙ୍କୁ ସୁଯୋଗ ମିଳୁ । ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଏହି ନିବେଦନକୁ ନେଇ ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ପୁରୀ ଶ୍ରୀମନ୍ଦିରରେ ଚକାନୟନ ସହିତ ଆଖି ମିଳାଇବା ପାଇଁ ବିଦେଶୀଙ୍କୁ ସୁଯୋଗ ମିଳୁ । ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଏହି ନିବେଦନକୁ ନେଇ ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଜ୍ୟପାଳ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଜନ ସାଧାରଣଙ୍କ ଆଗରେ କହିବା ପରିବର୍ତ୍ତେ ମହାରାଜା ଗଜପତି କିମ୍ବା ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହିତ ଆଲୋଚନା କରିବା ଉଚିତ ଥିଲା ବୋଲି ସେବାୟତ ମହଲରେ ମତ ପ୍ରକାଶ ପାଇଛି । ବିଦେଶୀମାନେ ମହାପ୍ରଭୁଙ୍କ ଦର୍ଶନ ଲାଗି ରଥଯାତ୍ରା ହେଉଛି ଏହାସହ ପତିତ ପାବନଙ୍କୁ ମଧ୍ୟ ଅଣହିନ୍ଦୁମାନେ ଦର୍ଶନ କରିପାରିବେ । ଏଥିଲାଗି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାର ଆବଶ୍ୟକତା ନାହିଁ ବୋଲି ମତ ପ୍ରକାଶ ପାଇଛି ।ଜଗନ୍ନାଥଙ୍କ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, "କଳିଯୁଗର ଠାକୁର ହେଲେ ଶ୍ରୀଜଗନ୍ନାଥ । ତାଙ୍କର ରହିଛି ସ୍ବତନ୍ତ୍ର ନୀତିକାନ୍ତି । ତେଣୁ ବିଦେଶୀଙ୍କ ଦର୍ଶନ ପାଇଁ ମନ୍ଦିରର ପ୍ରବେଶ ପଥରେ ପତିତପାବନ ଅଛନ୍ତି । ବିଦେଶୀ ଭକ୍ତ ତାଙ୍କୁ ସେଠାରେ ଦର୍ଶନ କରିପାରିବେ । ଏପରିକି ରଥଯାତ୍ରା ସମୟରେ ସବୁଧର୍ମର ଭକ୍ତମାନଙ୍କୁ ଦର୍ଶନ ଦେବାକୁ ମହାପ୍ରଭୁ ବାହାରକୁ ଆସନ୍ତି । ତେଣୁ ସେଠାରେ ମଧ୍ୟ ଦର୍ଶନ କରିବେ ବିଦେଶୀ । ମନ୍ଦିର ଭିତରକୁ ଯିବାର ଅନୁମତି ଦେବା କିଛି ଆବଶ୍ୟକ ନାହିଁ ।" 

ଉତ୍କଳ ବିଦ୍ବତ ପରିଷଦର ଅଧ୍ୟକ୍ଷ ମନୋଜ ରଥ କହିଛନ୍ତି, "ସର୍ବୋଚ୍ଚ ପଦବୀରେ ଅଛନ୍ତି ମହାମହିମ । ଯଦି ତାଙ୍କ ମନକୁ ଏପରି ଚିନ୍ତାଧାରା ଆସିଛି ସେ ଗଜପତିଙ୍କୁ ଭେଟି ଆଲୋଚନା କରିପାରିଥାନ୍ତେ କିମ୍ବା ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ବିଚାର ବିମର୍ଶ କରିପାରିଥାନ୍ତେ । କିନ୍ତୁ ଏପରି ପବ୍ଲିକ ଫୋରମରେ ଖୋଲାଖୋଲି ବିଦେଶୀଙ୍କ ମନ୍ଦିର ପ୍ରବେଶ ନେଇ ମତ ରଖିବା ଠିକ ହୋଇନାହିଁ ।ଭୁବନେଶ୍ବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ କହିଥିଲେ ଯେ ଯେତେବେଳେ ବିଦେଶୀ ଭକ୍ତଟିଏ ମହାପ୍ରଭୁଙ୍କ ପ୍ରମୁଖ ସେବକ ଗଜପତି ମହାରାଜା ଓ ଶଙ୍କରାଚାର୍ଯ୍ୟଙ୍କୁ ଭେଟିପାରୁଛି, ତେବେ ମହାପ୍ରଭୁଙ୍କ ନିକଟକୁ ଯାଇ କାହିଁକି ଦର୍ଶନ କରିପାରିବ ନାହିଁ ? ତେବେ ରାଜ୍ୟପାଳଙ୍କ ଏହି ମତକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା । ରାଜ୍ୟପାଳଙ୍କ ଏହି ବୟାନ ପରେ ଜଗନ୍ନାଥ ପ୍ରେମୀଙ୍କ ମନରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.