26.1 C
Bhubaneswar
September 28, 2021
EnewsOdia.Com
ନ୍ୟୁଜ୍

ଯୁକ୍ତ ୩ ପାଠ୍ୟସୂଚୀରେ “ବିପର୍ଯ୍ୟୟ ପରିଚାଳନା”

ଯୁକ୍ତ ୩ ପାଠ୍ୟକ୍ରମରେ ସାମିଲ ହେବ ‘ବିପର୍ଯ୍ୟୟ ପରିଚାଳନା’। ଏହା ବାଧ୍ୟତାମୂଳକ ହେବ। ଆଜି ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ମନ୍ତ୍ରୀ ଶ୍ରୀ ସାହୁ ଓ ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ ଦେଇଥିବା ସୂଚନା ଅନୁଯାୟୀ, ଯୁକ୍ତ ୩ର ପ୍ରଥମ ବର୍ଷରେ ଛାତ୍ରଛାତ୍ରୀଙ୍କୁ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ପାଠ ପଢ଼ିବାକୁ ହେବ। ପରିବେଶ ବିଜ୍ଞାନ ସହିତ ମିଶାଇ ଏହାକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି। ସମସ୍ତ ଷ୍ଟ୍ରୀମ୍‌ ଅର୍ଥାତ୍ କଳା, ବାଣିଜ୍ୟ ଓ ବିଜ୍ଞାନର ଛାତ୍ରଛାତ୍ରୀମାନେ ପଢ଼ିବା ବାଧ୍ୟତାମୂଳକ। ଏହି ପାଠ୍ୟକ୍ରମ ମୋଟ ୧୦୦ ମାର୍କର ହେବ ଓ ଚଳିତ ବର୍ଷ ଠାରୁ ଲାଗୁ ହେବ। ଏଥିରେ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ସହିତ ସର୍ଭାଇଭାଲ୍ ସ୍କିଲ୍‌ ବିଷୟରେ ପଢ଼ାଯିବ।

ଏହି ବିଷୟକୁ ସାମିଲ କରିବା ପାଇଁ ଓଡିଶା ସରକାର ମେ ମାସ ୨୯ ତାରିଖରେ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଥିଲେ । ଓଡିଶା ରାଜ୍ୟ ଉଚ୍ଚ ଉଚ୍ଚ ଶିକ୍ଷା ପରିଷଦ ସ୍ନାତକ ସ୍ତରରେ ପ୍ରଚଳିତ ମଡେଲ ‘ପରିବେଶ ବିଜ୍ଞାନ’ ସିଲାବସକୁ ପରିବେଶ ଶିକ୍ଷା ଓ ବିପର୍ଯ୍ୟ ପରିଚାଳନାରେ ପରିବର୍ତ୍ତନ କରିଛନ୍ତି ।

ପଢନ୍ତୁ: ଅଡୁଆ ସୁତାରଖିଅ ପରି ସୌମ୍ୟଙ୍କ ମୃତ୍ୟୁ, ଜାଣନ୍ତୁ କିପରି

Related posts

ଉନ୍ନାଓ ପୀଡ଼ିତାଙ୍କ ଶେଷକୃତ୍ୟ ସମ୍ପନ୍ନ

Ratnamani Maharana

ଜଗନ୍ନାଥଙ୍କୁ ମିଳିଛି ୧୮୭ କୋଟି ଟଙ୍କା ଓ ୧୭ କେଜିରୁ ଅଧିକ ସୁନା

Ratnamani Maharana

୬ ଲେନ୍‌ ବିଶିଷ୍ଟ ହେବ କୋଣାର୍କ-ଚନ୍ଦ୍ରଭାଗା ରାସ୍ତା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More