EnewsOdia.Com

ଆଜିଠୁ ସେସୁର ବିଦ୍ୟୁତ୍ କାଟ୍ ଅଭିଯାନ

ସରିଛି ସେସୁର ଡେଡଲାଇନ୍ ।  ବର୍ଷ ବର୍ଷ ଧରି ବିଦ୍ୟୁତ୍ ବ୍ୟବହାର କରି ବିଲ୍ ଦେଇନଥିବା ଉପଭୋକ୍ତାଙ୍କ ପାଇଁ ଥିବା ଡେଡ୍ ଲାଇନ୍ ଗତକାଲି ଶେଷ ହୋଇଛି ।  ବିଦ୍ୟୁତ୍ ଦେୟ ଖିଲାପକାରୀଙ୍କର ୧୬ ତାରିଖରୁ ଲାଇନ୍ ନିଶ୍ଚୟ କଟାଯିବ ବୋଲି ସେସୁ ପକ୍ଷରୁ କୁହାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଖିଲାପି ବ୍ୟବସାୟିକ ପ୍ରତିଷ୍ଠାନ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ପରିମାଣର ବିଲ୍ ପୈଠ କରିନଥିବା ବିତ୍ତଶାଳୀ, ଏସି ଓ ଚାରିଚକିଆ ଯାନ ବ୍ୟବହାର କରୁଥିବା ଖିଲାପି ଗ୍ରାହକଙ୍କୁ ଟାର୍ଟେଟ୍ କରାଯିବ।   ଶେଷରେ ବିଜୁଳି ବିଲ୍ ବାକି ରଖିଥିବା ସାଧାରଣ ଗ୍ରାହକଙ୍କ ସଂଯୋଗ କଟାଯିବ । ଏଥିନିମନ୍ତେ ୯ଟି ଜିଲ୍ଲାର ୧୧ ହଜାର ୩୯୭ ଗାଁ ବୁଲିବେ ୪୧୩ ସ୍ୱତନ୍ତ୍ର ସ୍କ୍ୱାର୍ଡ ।

୮ ଲକ୍ଷ ୩୬ ହଜାର ୨୬୯ ଜଣ ଘରୋଇ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ବିଚ୍ଛିନ୍ନ ନୋଟିସ ପଠାଯାଇଛି । ୫୯ ହଜାର ୧୯୦ ବ୍ୟାବସାୟିକ ପ୍ରତିଷ୍ଠାନକୁ ବି ଯାଇଛି ନୋଟିସ୍‌ । ୫ ହଜାର ୯୬୫ ସରକାରୀ ଉପଭୋକ୍ତ। ଓ ୭୩ ହଜାର ୯୫୬ କୃଷିଶିଳ୍ପକୁ ନୋଟିସ ଜାରି କରାଯାଇଛି । ଗାଁରେ ଯାହାର ବିଲ୍‌ ବାକି ଥିବ, ସେମାନଙ୍କର ବି  ବିଦ୍ୟୁତ୍‌ ବିଚ୍ଛିନ୍ନ କରିବ ସେସୁ । ତେବେ  ଆଗକୁ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଅଛି । ପିଲାଙ୍କ ଭବିଷ୍ୟତକୁ ଦେଖି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବାକୁ ବିଜେପି ଦାବି କରିଥିଲା ।  ତେବେ ଆଜି ସେସୁର କାର୍ଯ୍ୟପନ୍ଥା କଣ ରହୁଛି ତାହା ଦେଖିବାକୁ ବାକି ରହିଲା ।

ପଢନ୍ତୁ: ଜାନୁଆରୀ ୩୧ ଓ ଫେବୃଆରୀ ୧ରେ ବ୍ୟାଙ୍କ ବନ୍ଦ

ସମ୍ବନ୍ଧିତ ଖବର

ଓଡ଼ିଶାରେ ପ୍ରଥମ କରୋନା ରୋଗୀ !

Ratnamani Maharana

ବିଦ୍ୟୁତ ବକେୟା ଖିଲାପକାରୀଙ୍କୁ ସେସୁର ଚେତାବନୀ

Ratnamani Maharana

ଆମେରିକୀୟ ଅତିଥିଙ୍କୁ ନଚେଇ ଦେଲେ ଓଡ଼ିଶାର ଆଦିବାସୀ ପିଲା

Ratnamani Maharana

ମିଠା ପ୍ୟାକେଟରେ ଏକ୍ସପାୟରୀ ଡେଟ୍‌ ଲେଖିବା ହେଲା ବାଧ୍ୟତାମୂଳକ

Ratnamani Maharana

ପଲିସି ବନ୍ଦ କରିବାକୁ ଯାଉଛି ଏଲଆଇସି

Ratnamani Maharana

କୁଆପଥର ପଡ଼ି କାଚ ଫାଟି ଯିବାରୁ ଜରୁରୀ ଅବତରଣ କଲା ଏୟାର୍‌ ଏସିଆ ବିମାନ

Ratnamani Maharana