News

ମାର୍ଚ୍ଚ ୧ରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ମହାସମାବେଶ

kalinga studio

ଓଡିଆ ସିନେଜଗତର ମହାସମାବେଶ  ଆଜି ଅନୁଷ୍ଟିତ  ହେବାକୁ ଯାଉଛି।ଏହି ସମାବେଶରେ ବହୁବର୍ଷ  ଧରି ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା , ପ୍ରେକ୍ଷାଳୟ ନିର୍ମାଣ ଓ ଏହାର ନବୀକରଣ ଦିଗରେ ଏହି ସମାବେଶରେ ଆଲୋଚନା କରାଯିବ। ଓଡ଼ିଶା ପ୍ରେକ୍ଷାଳୟ ସଂଘର ସଭାପତି ବିଜେନ୍ଦ୍ର କୁମାର ମହାନ୍ତି, ସାଧାରଣ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର କାନୁନଗୋ, ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସଂଘର ସଭାପତି କେଶବ ଚନ୍ଦ୍ର ରାଉତ, ସାଧାରଣ ସମ୍ପାଦକ ବ୍ରଜ କିଶୋର ପ୍ରଧାନ ଏଠାରେ ଉପସ୍ଥିତ ରହିବେ।

ଭୁବନେଶ୍ୱରଠାରେଥିବା ସୂଚନା ଭବନ ଠାରେ ଏହି ସମାବେଶ ଆୟୋଜନ ହେବ। ଟେକ୍‌ନିସିଆନଙ୍କ ଠାରୁ ଆରମ୍ଭ କରି କଳାକାର, ବିତରକ, ପ୍ରେକ୍ଷାଳୟ ମାଲିକ ଓ ପ୍ରଯୋଜକ ସମସ୍ତଙ୍କର ସମସ୍ୟା ସମ୍ପର୍କରେ ସମାବେଶରେ ଆଲୋଚନା କରାଯିବ ବୋଲି  ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସର ଅଧ୍ୟକ୍ଷ ଦିଲ୍ଲୀପ କୁମାର ମିଶ୍ର ସୂଚନା ଦେଇଛନ୍ତି।

ପଢନ୍ତୁ;ସେନାରେ ଯୋଗ ଦେବେ ମୃତ ମେଜର ପ୍ରସାଦ ମହାଦିକଙ୍କ ପତ୍ନୀ

Related posts

ଦିଲ୍ଲୀର ରବର ଫ୍ୟାକ୍ଟ୍ରି ଗୋଦାମରେ ଲାଗିଥିବା ଭୟାବହ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବାକୁ ବାୟୁସେନା ହେଲିକାପ୍ଟର୍‌ ନିୟୋଜିତ!

ENO Beuro

ମାଲକାନଗିରିର ମାଓ ପ୍ରବଣ ବିଚ୍ଛିନ୍ନାଂଚଳକୁ ବ୍ୟାଙ୍କି, ଇଂଟରନେଟ୍ ଓ ମୋବାଇଲ ସେବା

ENO Beuro

ଆସନ୍ତା ସପ୍ତାହରେ ଓଡିଶା ଛୁଇଁପାରେ ମୌସୁମୀ

Ratnamani Moharana

Leave a Comment