Loading...

ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ଓ ଦ୍ବିଅର୍ଥବୋଧକ ସଂଳାପ ଉପରେ ଆସିଲା ନୂଆ ଗାଇଡଲାଇନ

ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ଓ ଦ୍ବିଅର୍ଥବୋଧକ ସଂଳାପ ଉପରେ ଆସିଲା ନୂଆ ଗାଇଡଲାଇନ

ଏଣିକି ଯାତ୍ରା ପେଣ୍ଡାଲରେ ଦେଖିବାକୁ ମିଳିବନି ଅଶ୍ଳୀଳ ନୃତ୍ୟ କି ଶୁଣିବାକୁ ମିଳିବନି କଳାକାରଙ୍କ କଣ୍ଠରୁ ଦ୍ବିଅର୍ଥବୋଧକ ସଂଳାପ। ଯାତ୍ରା ମଞ୍ଚକୁ ପରିବାରର ସମସ୍ତ ସଦସ୍ୟ ଆସୁଥିବାରେ ଏଥିରେ ଅଶ୍ଳୀଳତା ରୋକିବାକୁ ପ୍ରୟାସ କରିଛି ରାଜ୍ୟ ସରକାର।

ଏଣିକି ଯାତ୍ରା ପେଣ୍ଡାଲରେ ଦେଖିବାକୁ ମିଳିବନି ଅଶ୍ଳୀଳ ନୃତ୍ୟ କି ଶୁଣିବାକୁ ମିଳିବନି କଳାକାରଙ୍କ କଣ୍ଠରୁ ଦ୍ବିଅର୍ଥବୋଧକ ସଂଳାପ। ଯାତ୍ରା ମଞ୍ଚକୁ ପରିବାରର ସମସ୍ତ ସଦସ୍ୟ ଆସୁଥିବାରେ ଏଥିରେ ଅଶ୍ଳୀଳତା ରୋକିବାକୁ ପ୍ରୟାସ କରିଛି ରାଜ୍ୟ ସରକାର।  ସଚିବ ରଞ୍ଜନ କୁମାର ଦାସ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଏନେଇ ଆଜି ଏକ ବିଜ୍ଞପ୍ତି ଜାରି କରି ଏହାକୁ ସମସ୍ତ ଯାତ୍ରା ପାଟିକୁ ସତର୍କ କରିଦିଆଯାଇଛି। 

ଚିଠିରେ ଦର୍ଶାଯାଇଛି ଯେ, ଯାତ୍ରା ଓ ମେଲୋଡି ଆମ ଓଡ଼ିଶାରେ ମନୋରଞ୍ଜନର ଏକ ଲୋକପ୍ରିୟ ମାଧ୍ୟମ । ମାତ୍ର, ଏବେ ଯାତ୍ରା ଓ ମେ‌ଲୋଡି ମଞ୍ଚରେ ଅଶ୍ଳୀଳ ନୃତ୍ୟ, ଅଙ୍ଗଭଙ୍ଗୀ, ଦ୍ବିଅର୍ଥବୋଧକ ସଂଳାପ ଓ ଅଭିନୟ ଫଳରେ ଓଡ଼ିଶା ଭାଷା, ସାହିତ୍ୟ ,ଗୌରବମୟ ଓ ସମ୍ଭ୍ରାନ୍ତ ସଂସ୍କୃତିକୁ ଏକ କଦର୍ଯ୍ୟ ରୂପରେ ପରିପ୍ରକାଶ କରୁଥିବା ଅଭିଯୋଗ ହେଉଛି। ତେଣୁ ଯ‌ାତ୍ରା ଓ ମେଲୋଡି ମଞ୍ଚରେ ଏ ପ୍ରକାର ଅଶ୍ଳୀଳ ଓ ନଗ୍ନ ପ୍ରଦର୍ଶନକୁ ତୁରନ୍ତ ବନ୍ଦ କରିବା ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି ବିଭାଗୀୟ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ରଞ୍ଜନ କୁମାର ଦାସ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.