Entertainment

ସଲମାନଙ୍କ ସହିତ ଏହି ଫିଲ୍ମରେ ନଜର ଆସିବେ ଦିଶା ପଟାନୀ ! 

ପ୍ରଥମ ଥର ପାଇଁ ସଲମାନଙ୍କ ସହ ରୋମାନ୍ସ କରିବେ ଦିଶା

‘ବାଗୀ-୨’ ରେ ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ଅଭିନୟ ଦର୍ଶକଙ୍କ ଖୁବ୍ ପସନ୍ଦ ଆସିଥିଲା । ଏବେ ଲାଗୁଛି ଯେ ଏହି ଫିଲ୍ମର ସଫଳତା ହାସଲ କରିବା ପରେ ଦିଶାଙ୍କ ଭାଗ୍ୟ ଚମକି ଉଠିଛି । ଦିଶାଙ୍କୁ ସଲମାନ ଏବଂ ପ୍ରିୟଙ୍କା ଚୋପ୍ରା ଅଭିନୀତ ଫିଲ୍ମ ‘ଭାରତ’ ରେ କାଷ୍ଟ କରାଯାଇଛି ବୋଲି ଶୁଣିବାକୁ ମିଳିଛି । ଦିଶା ପ୍ରଥମ ଥର ପାଇଁ ସଲମାନଙ୍କ ସହ ଅଭିନୟ କରିବେ ।

ଖବର ଅନୁଯାୟୀ ଉଭୟ ପ୍ରିୟଙ୍କା ଓ ଦିଶା ଏଥିରେ ଅଭିନୟ କରିବେ । ସର୍କସରେ କାମ କରୁଥିବା କଳାକାର ଭୂମିକାରେ ଉଭୟ ନଜର ଆସିବେ । ସଲମାନ ଓ ଦିଶା ୬୦ଦଶକର ଯୋଡି ଅନ୍ଦାଜରେ ନଜର ଆସିବେ ବୋଲି ନିର୍ଦ୍ଦେଶକ ଅଲୀ ଆବାସ ଜଫର କହିଛନ୍ତି । ଦିଶା ଏକ ସାହସୀ ଝିଅ, ତାଙ୍କ ପାଖରେ ସୁନ୍ଦରତା ସହ ଆଥଲେଟର କିଛି ଗୁଣ ଥିବା ନିର୍ଦ୍ଦେଶକ କହିଛନ୍ତି ।

ନିକଟରେ ଫିଲ୍ମ ନିର୍ଦ୍ଦେଶକ ଅଲ୍ଲୀ ଅବାଜ ଜାଫର ତାଙ୍କ ଟ୍ୱିଟର ଆକାଉଣ୍ଟରେ ଦିଶାଙ୍କ ଏକ ଫଟୋ ପୋଷ୍ଟ କରିଛନ୍ତି । ତାହାସହିତ ସେ କ୍ୟାପସନରେ ଲେଖିଛନ୍ତି, ‘ଫିଲ୍ମ ‘ଭାରତ’ର ଯାତ୍ରାକୁ ଆପଣଙ୍କୁ ସ୍ୱାଗତ ଦିଶା ପଟାନୀ’ । ସଲମାନଙ୍କ ସହିତ ନିର୍ଦ୍ଦେଶକ ଜାଫରଙ୍କ ଏହା ତୃତୀୟ ଫିଲ୍ମ । ଏହା ପୂର୍ବରୁ ଦୁଇଟି ସୁପରହିଟ୍ ଫିଲ୍ମ ଥିଲା ‘ସୁଲତାନ’ ଏବଂ ‘ଟାଇଗର ଜିନ୍ଦା ହୈ’ ।

୨୦୦୮ରେ ଫିଲ୍ମ ‘ଗଡ ତୁସୀ ଗ୍ରେଟ ହୋ’ରେ ପ୍ରିୟଙ୍କା ଏବଂ ସଲମାନଙ୍କ ଯୋଡିକୁ ଦେଖିବାକୁ ପାଇଥିଲେ ଦର୍ଶକ । ଏବେ ପୁଣି ଥରେ ଦୀର୍ଘ ୧୧ ବର୍ଷର ବ୍ୟବଧାନ ପରେ ଦୁଇ ଜଣ ଏକା ସାଥୀରେ ପରଦାରେ ନଜର ଆସିବେ । ଏହା ଆଗାମୀ ବର୍ଷ ଇଦ୍ ଅବସରରେ ରିଲିଜ୍ ହେବାକୁ ଯାଉଛି ।

ପଢନ୍ତୁ ;

ବିବାହ ପାଇଁ ଝିଅ ଖୋଜୁଛନ୍ତି ସଲମାନ୍ ଖାନ,ଜାଣନ୍ତୁ ଭାଇଜାନଙ୍କୁ କେମିତିକା ଝିଅ ପସନ୍ଦ !

Related posts

‘ଟୋକାଟା ଫସିଗଲା’ ସିନେମାରେ ପ୍ରଥମ ଥର ନଜର ଆସିବେ ଏହି ଯୋଡି

ENO Beuro

ବିଗବସ ନାଁରେ ଆରୋପ ,ହାରିବା ପରେ ହୀନାଙ୍କୁ ଲାଗିଛି ଝଟକା

ENO Beuro

ଆଗାମୀ ସିନେମାରେ ଦେଖିବାକୁ ମିଳିବ ବରୁଣ ଏବଂ ଅନୁଷ୍କାଙ୍କ ଦେଶୀ ଅନ୍ଦାଜ୍

ENO Beuro

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More