Entertainment

ଦିଶା ପଟ୍ଟାନି : ଟାଇଗର୍‌ କେବଳ ମୋର

ଚର୍ଚାରେ ଦିଶା ପଟ୍ଟାନି

ଅପକମିଙ୍ଗ “ବାଗି-୨” କୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ । ସିନେମାରେ ଟାଇଗର୍‌ ଶ୍ରଫ୍‌ ଏବଂ ଅଭିନେତ୍ରୀ ଦିଶା ପଟାନିଙ୍କ ରୋମାନ୍ସକୁ ନେଇ ଚର୍ଚା । କାରଣ ଉଭୟଙ୍କ ରିଅଲ ଲାଇଫ ପ୍ରେମ ବିଷୟରେ କାହାକୁ ଅଛପା ନାହିଁ । ତେବେ ଟାଇଗର୍‌ଙ୍କୁ ନେଇ ଦିଶା ବହୁତ ପଜେସିଭ ।ଟାଇଗର୍‌ଙ୍କ ଉପରେ ତାଙ୍କର ନିୟନ୍ତ୍ରଣ ରହୁ, ଏହା ସେ ଚାହାନ୍ତି ।

ତେବେ ଏମିତି ଏକ କଥା ସାମ୍ନାକୁ ଆସିଛି , ଅଭିନେତ୍ରୀ ଦିଶା ପଟ୍ଟାନି ସବୁବେଳେ ପ୍ରେମିକ ଟାଇଗର୍‌ ଶ୍ରଫ୍‌ଙ୍କ ମୋବାଇଲ୍‌ ଫୋନ୍‌କୁ ଚେକ୍‌ କରିବା ସହିତ ତାଙ୍କ ଉପରେ ନିଜର ତୀକ୍ଷ୍‌ଣ ନଜରକୁ ମଧ୍ୟ ରଖୁଛନ୍ତି । ଏଥିସହିତ ସେ ପ୍ରେମିକ ଟାଇଗର୍‌ଙ୍କୁ ତାଙ୍କର କୌଣସି କୋ-ଆର୍ଟିଷ୍ଟ୍‍ ସହିତ କାମକୁ ଛାଡ଼ି ଦେଲେ ଅଯଥାରେ କଥାବାର୍ତ୍ତା ହେବା ଓ ତାଙ୍କ ଫଟୋକୁ ଲାଇକ୍‌ ଦେବା ଉପରେ ମଧ୍ୟ କଟକଣା ଲଗାଇଛନ୍ତି ।

ଟାଇଗର୍‌ଙ୍କ ପରିବାର ଓ ବନ୍ଧୁମାନଙ୍କ କହିବା ଅନୁସାରେ ଦିଶା ତାଙ୍କୁ ପୁରା ପରିବର୍ତ୍ତନ କରିଦେଇଛନ୍ତି । ଟାଇଗର୍‌ଙ୍କ ମାଆ ଆୟେଶା କହନ୍ତି, ଦିଶାଙ୍କ ପାଇଁ ପୁଅ ତାଙ୍କଠୁ ଦୂରେଇ ଗଲାଣି । ହେଲେ ଟାଇଗର୍‌ଙ୍କ ଭଉଣୀ କ୍ରିଷ୍ଣାଙ୍କର କିନ୍ତୁ ଦିଶାଙ୍କ ସହିତ ଖୁବ୍‌ ଭଲ ପଡ଼ୁଛି ।

ତେବେ ଅନେକ ଥର ଦିଶା ଓ ଟାଇଗର୍‌ଙ୍କୁ  ଏକ ସଙ୍ଗେ ଦେଖିବାକୁ ମିଳିଛି । ହୋଟେଲ ସହିତ ଜିମରେ ମଧ୍ୟ ଉଭୟ ସମୟ ବିତାଉଛନ୍ତି । ତେଣେ ପ୍ରେମିଯୁଗଳ କେବେ ଖୋଲାଖୋଲି ସେମାନଙ୍କ ସମ୍ପର୍କ ସ୍ଵୀକାର କରି ନାହାନ୍ତି । “ବାଗି-୨” ମେକର ସେମାନଙ୍କ ଉପରେ ଖୁସି ନ ଥିବା ଖବର ନିକଟରେ ଶୁଣିବାକୁ ମିଳିଥିଲା । ତେବେ ଦିଶା ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ଓ କହିଥିଲେ ଯେ ତାଙ୍କୁ ନେଇ ସିନେମାରେ କୌଣସି ସମସ୍ୟା ନାହିଁ । “ବାଗି-୨” ଆସନ୍ତା ଏପ୍ରିଲ ୨୭ରେ ସେନେମା ଘରକୁ ଆସିବା ।

ପଢନ୍ତୁ ;

ଆପଣ ପ୍ରେମରେ ପଡିଛନ୍ତି କି ? ତେବେ ଏହି ସବୁ କଥା ଉପରେ ଧ୍ୟାନ ଦିଅନ୍ତୁ

Related posts

ନିକ୍‍ଙ୍କ ସହ ନିର୍ବନ୍ଧ କଲେ ପ୍ରିୟଙ୍କା,ଅକ୍ଟୋବରରେ ହୋଇପାରେ ବିବାହ!

ENO Beuro

ଓଲିଉଡରେ କେଉଁ ନାୟକଙ୍କ ସହ ଝିଲିକଙ୍କ ଯୋଡି ସବୁଠାରୁ ସଫଳତା ମିଳିଥିଲା ଜାଣନ୍ତୁ

ENO Beuro

ସାରେଗାମାପା ଲିଟିଲ୍ ଚ୍ୟାମ୍ପସ ୨୦୧୯ ଜିତିଲେ ସୁଗନ୍ଧା ଦାତେ

Ratnamani Moharana

Leave a Comment