Entertainment

ୟେ ହୈ ମୋହବତେଁରେ ଦିବ୍ୟାଙ୍କା ତ୍ରିପାଠୀଙ୍କ ନୂଆ ରୂପ

ଛୋଟପରଦାର ଲୋକପ୍ରିୟ ନାୟିକା ଦିବ୍ୟାଙ୍କା ତ୍ରିପାଠୀ । ‘ୟେ ହୈ ମୋହବତେଁ’ର ଚର୍ଚ୍ଚିତ କଳାକାର । ନିକଟରେ କାହାଣୀର ଆବଶ୍ୟକତା ଅନୁସାରେ ଦିବ୍ୟାଙ୍କା ନୂଆ ରୂପରେ ଦର୍ଶକଙ୍କ ସମ୍ମୁଖକୁ ଆସିଛନ୍ତି । ‘ୟେ ହୈ ମୋହବତେଁ’ ଆରମ୍ଭ ସମୟରୁ ଜଣେ ଦକ୍ଷିଣ ଭାରତୀୟ ଡାକ୍ତର ଭୂମିକାରେ ନଜରକୁ ଆସିଥିଲେ ଏହି ଅଭିନେତ୍ରୀ। ହେଲେ ବର୍ତ୍ତମାନ କାହାଣୀର ଗତି ଅନୁଯାୟୀ ଦିବ୍ୟାଙ୍କା ଏକ ଚାକରାଣୀ ଭୂମିକାରେ ଦେଖାଦେବେ।

ହରିୟାଣାର ନିପଟ ମଫସଲ ଯୁବତୀ ରୂପରେ ତାଙ୍କୁ ଦେଖିବାକୁ ମିଳୁଛି। ଏଥିପାଇଁ ମେକଅପ୍ ଓ ବେଶପୋଷାକରେ ପରିବର୍ତ୍ତନ ହୋଇଛି। ଅତ୍ୟାଧୁନିକ ମେକଅପ୍ ସହାୟତାରେ ଗୋରୀ ଦିବ୍ୟାଙ୍କାଙ୍କୁ ଶ୍ୟାମଳାଙ୍ଗୀରେ ଦେଖାଯାଉଛି। ଚାକରାଣୀ ରୂପରେ ଦିବ୍ୟାଙ୍କା ନିଜ ଫଟୋକୁ ସୋସିଆଲ ସାଇଟରେ ଅପଲୋଡ କରିବା ପରେ ହିଁ ଅସୁବିଧା ଉପୁଜିଛି । କେତେକ ମହଲରୁ ପ୍ରଶଂସା କରାଯାଇଥିବାବେଳେ ଅନ୍ୟମାନେ ତାଙ୍କୁ ପରିହାସ କରିଛନ୍ତି। ଦିବ୍ୟାଙ୍କା ମଧ୍ୟ ଏହାର କଡ଼ା ଜବାବ୍ ତୁରନ୍ତ ଦେଇଛନ୍ତି।

ସଂଖ୍ୟାଧିକ ଲୋକେ ଏହି ମହିଳାଙ୍କ ମତକୁ ସମର୍ଥନ କରିଛନ୍ତି। ଏ ବାବଦରେ ଦିବ୍ୟାଙ୍କାଙ୍କ ସଫେଇ ହେଉଛି, ଚରିତ୍ରର ଆବଶ୍ୟକତା ଅନୁଯାୟୀ ତାଙ୍କୁ ମେକଅପ୍ ନେବାକୁ ପଡ଼ିଛି। ମୁମ୍ବଇର ଜନୈକ ଶିଳ୍ପପତି ମଧ୍ୟ ଏ ବାବଦରେ ମୁହଁ ଖୋଲିଛନ୍ତି। ଘଟଣାଟି କ୍ରମଶଃ ବିବାଦ ଆଡ଼କୁ ଅଗ୍ରସର ହେଉଥିବାବେଳେ ଦିବ୍ୟାଙ୍କା ଆଗାମୀ ଦିନରେ କ’ଣ ଉତ୍ତର ଦେବେ,ତାହା ସମୟ କହିବ ।ଦିବ୍ୟାଙ୍କାଙ୍କୁ ତାଙ୍କ ନୂଆ ରୂପ କେତେମାଇଲେଜ ଦଉଛି ତାହା ସମୟ କହିବ।

ପଢନ୍ତୁ ;

ସ୍ନାନାଗାର ବିଷୟରେ ବାସ୍ତୁଶାସ୍ତ୍ର କ’ଣ କହେ, ଆସନ୍ତୁ ଜାଣିବା

Related posts

ଅମିରଙ୍କ ଡ୍ରିମ ପ୍ରୋଜେକ୍ଟ ‘ମହାଭାରତ’ରେ କୃଷ୍ଣ ଭୂମିକାରେ କିଏ ନଜର ଆସିବେ ଜାଣନ୍ତୁ ?

ENO Beuro

୪ବର୍ଷ ବ୍ୟବଧାନ ପରେ ବଡ଼ ପରଦାକୁ ପୁଣି ଫେରିବେ ଏହି ଯୋଡି

ENO Beuro

‘ଯୋଉଠି ଥିଲେ ବି ତୁ ମୋର’ ସିନେମାରେ ନଜର ଆସିବେ ଏହି ରୋମାଂଟିକ୍ ଯୋଡି

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More