• Home
  • News
  • ଛାଡପତ୍ର ଭଳି ଜଟିଳ ସମସ୍ୟାର ସମାଧାନ କରିଛି ସର୍ବୋଚ୍ଚ ନ୍ୟାୟାଳୟ
News

ଛାଡପତ୍ର ଭଳି ଜଟିଳ ସମସ୍ୟାର ସମାଧାନ କରିଛି ସର୍ବୋଚ୍ଚ ନ୍ୟାୟାଳୟ

ଭାରତରେ ଛାଡପତ୍ର ଭଳି ଜଟିଳ ସମସ୍ୟାର ସମାଧାନ କରିଛି ସର୍ବୋଚ୍ଚ ନ୍ୟାୟାଳୟ । ଛାଡ଼ପତ୍ର ମାମଲା ଗୁଡ଼ିକର ବିଚାର ଏଣିକି ଛଅ ମାସ ମଧ୍ୟରେ ଶେଷ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି ନ୍ୟାୟାଳୟ ।

ଉଲ୍ଲେଖଯୋଗ୍ୟ, ଭାରତରେ ବିବାହିତ ପତି-ପତ୍ନୀଙ୍କ ମଧ୍ୟରେ ଛାଡ଼ପତ୍ର ଉଭୟ ଆଇନ୍‌ ଏବଂ ସାମାଜିକ ଦୃଷ୍ଟିରୁ ଏକ ଜଟିଳ ବ୍ୟାପାର । ଏହି ଦୃଷ୍ଟିରୁ ଭାରତରେ ବିବାହ ବିଚ୍ଛେଦ ବା ଛାଡ଼ପତ୍ରର ହାର ବିଶ୍ୱର ଅନ୍ୟ ଦେଶମାନଙ୍କ ତୁଳନାରେ ଯଥେଷ୍ଟ କମ୍‌ । ତେବେ, ଏକ ସର୍ଭେରୁ ଜଣାପଡ଼ିଛି ଯେ ଆମ ଦେଶରେ ଏବେ ପ୍ରାୟ ୫୫ ହଜାରରୁ ଉର୍ଦ୍ଧ୍ୱ ଛାଡ଼ପତ୍ର ବା ବିବାହ ବିଚ୍ଛେଦ ମାମଲା ବିଭିନ୍ନ ନ୍ୟାୟାଳୟରେ ବିଚାର ଅପେକ୍ଷାରେ ପଡ଼ିରହିଛି ।

ଛାଡପତ୍ର ଭଳି ମାମଲାରେ ନ୍ୟାୟାଳୟର ଦ୍ୱାରସ୍ଥ ହେଲେ, ବିଚାର ପ୍ରକ୍ରିୟା ସରିବା ପାଇଁ ୧ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିଥାଏ । କାରଣ, ଏସବୁ ମାମଲାରେ କୌଣସି ପ୍ରକାରର ଶେଷ ନିଷ୍କର୍ଷରେ ପହଞ୍ଚିବା ପୂର୍ବରୁ ନ୍ୟାୟାଳୟ ଆବେଦନକାରୀ ଦମ୍ପତିଙ୍କୁ ଆପୋସ ବୁଝାମଣା ଭିତ୍ତିରେ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିଥାଆନ୍ତି । ତେଣୁ, ବିଚାର ବିଭାଗର ଜଟିଳ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ବିବାହ ବିଚ୍ଛେଦ ଚାହୁଁଥିବା ଦମ୍ପତିମାନେ ପରସ୍ପର ମଧ୍ୟରେ ଛାଡ଼ପତ୍ର ପାଇଁ ନ୍ୟାୟାଳୟର ଦ୍ୱାରସ୍ଥ ହେବା ଅପେକ୍ଷା ବରଂ ଅଶାନ୍ତି ସତ୍ତ୍ୱେ ଏକତ୍ର ରହିବାକୁ ବାଧ୍ୟ ହୋଇ ଥାଆନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ଯଦି ଛଅ ମାସର ସମୟ ମଧ୍ୟରେ ଯେଉଁ ଦମ୍ପତିମାନଙ୍କ ମଧ୍ୟରେ ଆପୋସ ସମାଧାନ ପାଇଁ ବାଟ ନ ଫିଟୁଛି ତେବେ ତୁରନ୍ତ ସେମାନଙ୍କ ମାମଲାର ବିଚାର ପ୍ରକ୍ରିୟାକୁ ଶେଷ କରି ସେମାନଙ୍କ ଛାଡ଼ପତ୍ର ଆବେଦନକୁ ମଞ୍ଜୁରି ଦେଇଦେବାର ଆବଶ୍ୟକତା ରହିଛି ।

ଛାଡପତ୍ର ଭଳି ଜଟିଳ ସମସ୍ୟାର ସମାଧାନ କରିଛି ସର୍ବୋଚ୍ଚ ନ୍ୟାୟାଳୟ  ଛାଡପତ୍ର ଭଳି ଜଟିଳ ସମସ୍ୟାର ସମାଧାନ କରିଛି ସର୍ବୋଚ୍ଚ ନ୍ୟାୟାଳୟ

ପଢନ୍ତୁ, ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ନୂତନ ପାସ୍‌ପୋର୍ଟ ଆବେଦନ ପାଇଁ ପରିବର୍ତ୍ତିତ ନିୟମ 

Related posts

ସୂର୍ଯ୍ୟମନ୍ଦିର ପ୍ରବେଶ ଶୁକ୍ଳ ବୃଦ୍ଧି ,ପ୍ରତିବାଦ କଲା କୋଣାର୍କ ସୁରକ୍ଷା ସମିତି

Krishna Kumar Manoj

ୟୁପିରେ ଟ୍ରାଫିକ ସମସ୍ୟାରୁ ମିଳିବ ମୁକ୍ତି , ରାସ୍ତାରେ ଚାଲିବ ଚାଳକବିହୀନ କାର

Krishna Kumar Manoj

କୁଆଖାଇ ପଠାରୁ ଅଧପୋଡା ଶବ ଜବତ ଘଟଣା : ଆଜି ଆସିବ ବ୍ୟବଚ୍ଛେଦ ରିପୋର୍ଟ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More