ମଙ୍ଗଳବାର ଦାନ କରନ୍ତୁ ଏହି ଜିନିଷ, ପାଇବେ ହନୁମାନଙ୍କ ଆଶ୍ରିବାଦ
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
Loading...
କାର୍ତ୍ତିକ ମାସରେ ପୂର୍ଣ୍ଣିମା ତିଥିକୁ ଯାହାକୁ ଡ଼ଙ୍ଗା ଭସା ପର୍ବ ଭାବରେ ପାଳନ କରାଯାଏ। ଏହି ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଆସନ୍ତା ୩୦ ତାରିଖ ସୋମବାର ଦିନ ପାଳନ କରାଯିବ। ଏହି ଦିନ ସକାଳୁ ସ୍ନାନ କରି ଡ଼ଙ୍ଗା ଭସାଇ ଏବଂ ଦେବୀ ଦେବତା ମାନଙ୍କର ଦର୍ଶନ କରିବା ଦ୍ୱାରା କୋଟି କୋଟି ପୁଣ୍ୟ ମିଳିଥାଏ।
କାର୍ତ୍ତିକ ମାସରେ ପୂର୍ଣ୍ଣିମା ତିଥିକୁ ଯାହାକୁ ଡ଼ଙ୍ଗା ଭସା ପର୍ବ ଭାବରେ ପାଳନ କରାଯାଏ। ଏହି ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଆସନ୍ତା ୩୦ ତାରିଖ ସୋମବାର ଦିନ ପାଳନ କରାଯିବ। ଏହି ଦିନ ସକାଳୁ ସ୍ନାନ କରି ଡ଼ଙ୍ଗା ଭସାଇ ଏବଂ ଦେବୀ ଦେବତା ମାନଙ୍କର ଦର୍ଶନ କରିବା ଦ୍ୱାରା କୋଟି କୋଟି ପୁଣ୍ୟ ମିଳିଥାଏ। ଏମିତି କିଛି ଉପାୟ ଅଛି ଯାହାକୁ ଏହି ଦିନ କରିବା ଦ୍ୱାରା ବ୍ୟକ୍ତିଙ୍କର ଜୀବନ ସଦାସର୍ବଦା ପାଇଁ ସୁଖମୟ ହୋଇଥାଏ। ଆଜି ଆମେ ଆପଣ ମାନଙ୍କୁ ଏମିତି କେତୋଟି ଉପାୟ ବିଷୟରେ ଜଣେଇବୁ ଯାହାକୁ ଆପଣ ମାନେ ଏହି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ଡ଼ଙ୍ଗା ଭସା ଦିନ ପାଳନ କରି ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିପାରିବେ। ଯାହା ଦ୍ୱାରା ଆପଣ ମାନଙ୍କର ଭାଗ୍ୟରେ ପରିବର୍ତ୍ତନ ଆସିବ। ତେବେ ସେହି ଉପାୟ ଗୁଡିକ କଣ ଆସନ୍ତୁ ଜାଣିବା।
ପୂର୍ଣ୍ଣିମା ମା ଲକ୍ଷ୍ମୀଙ୍କର ଅତିପ୍ରିୟ ଦିନ ହୋଇଥାଏ। ଏହି ଦିନ ମା ଲକ୍ଷ୍ମୀଙ୍କର ଆରାଧନା କଲେ ଜୀବନରେ ସୁଖର ଅଭାବ ରହି ନଥାଏ। ତେବେ ପୂର୍ଣ୍ଣିମା ଦିନ ଆପଣ ନିଶ୍ଚୟ ମା ଲକ୍ଷ୍ମୀଙ୍କର ଆରଧନା କରନ୍ତୁ।
ଏହି ଦିନ ସକାଳ ୫ଟା ରୁ ୧୦ଟା ପର୍ଯ୍ୟନ୍ତ ଆଶ୍ୱସ୍ତ ଗଛରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ତେଣୁ ଏହି ଦିନ ଯେଉଁ ବ୍ୟକ୍ତି ଜଳରେ କ୍ଷୀର ମିଶେଇ ଅଶ୍ୱତ୍ଥ ଗଛରେ ଚଢାଏ, ତାଙ୍କ ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।
କାର୍ତ୍ତିକ ପୂର୍ଣ୍ଣିମା ଦିନ ଗରିବ ଲୋକମାନଙ୍କୁ ଅନ୍ନ ଦାନ କଲେ ଚନ୍ଦ୍ରଗ୍ରହ ଶୁଭଫଳ ଦେଇଥାନ୍ତି। ଯାହା ଦ୍ୱାରା ଆପଣଙ୍କ ଜୀବନ ସୁଖମୟ ହୋଇଥାଏ।ଏହି ଦିନ କଞ୍ଚା କ୍ଷୀରରେ ମହୁ କିମ୍ବା ଗଙ୍ଗା ଜଳ ମିଶାଇ ଭଗବାନ ଶିବ ଲିଙ୍ଗରେ ଢାଳିଲେ ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି।
ଖାସ କରି ଏହି କଥାକୁ ମହିଳା ମାନେ ଜାଣି ରଖନ୍ତୁ କି ପୂର୍ଣ୍ଣିମା ଦିନ ବ୍ରତ ଏବଂ ଦେବୀ ଦର୍ଶନ କଲେ ଅସୀମ ପୁଣ୍ୟ ମିଳିଥାଏ। କାରଣ ଏହି ଦିନ ଭଗବାନ ଶିବ ତ୍ରିପୁରାସୁର ରାକ୍ଷସର ବଧ କରିଥିଲେ। ଏହି ଦିନ ଭଗବାନ ଶିବଙ୍କର ଦର୍ଶନ ମାତ୍ରେ ହିଁ ପୁଣ୍ୟ ମିଳିଥାଏ।
ଏହି ଦିନ ଭଗବାନ ବିଷ୍ଣୁ ପ୍ରଳୟ କାଳରେ ଧର୍ମ,ବେଦ ଏବଂ ସୃଷ୍ଟିର ରକ୍ଷା ନିମନ୍ତେ ମତ୍ସ୍ୟ ଅବତାର ଧାରଣ କରିଥିଲେ। ସେଥିପାଇଁ କାର୍ତ୍ତିକ ମାସରେ ମାଛ ବା ଆମିଷ ଖାଇବା ନିଷେଧ ହୋଇଥାଏ। ତେଣୁ ଏହି କାର୍ତ୍ତିକ ପୂର୍ଣ୍ଣିମା ଦିନ ମତ୍ସ୍ୟ ମାନଙ୍କୁ ଖାଦ୍ୟ ଦାନ କରନ୍ତୁ। ଯାହା ଫଳରେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ତେଣୁ ଆପଣ ମାନେ ଏହି ସବୁ ଉପାୟ ପାଳନ କରି ଆପଣଙ୍କର ଭାଗ୍ୟ ସୁନା ଭଳି ଚମକାଇ ପାରିବେ।
Shakespeare, in the beautiful garden, among the party. Some of the hall: in fact she was ever to.
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
ଅନେକ ପୂଜା ସ୍ଥଳରେ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥାଏ । ଏଭଳି କରିବା ଶୁଭ ବୋଲି ବିଶ୍ୱାସ ରହିଛି ।
ଆମ ଘର ଆମର ସୁଖର ବାସସ୍ଥାନ ଏବଂ ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘର ଭିତରେ ରହୁଥିବା ଲୋକଙ୍କ ସୁସ୍ଥତା ଏବଂ ସୁଖ ପାଇଁ ଘର ଭିତରେ କୋଠରୀ ରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ରଖିବା।