ଧନତେରାସ ରେ ଭୁଲରେ ବି କିଣନ୍ତୁନି ଏସବୁ ଜିନିଷ, ହେଇପାରେ ସମସ୍ୟା

ଧନତେରାସ ରେ ଭୁଲରେ ବି କିଣନ୍ତୁନି ଏସବୁ ଜିନିଷ, ହେଇପାରେ ସମସ୍ୟା

ଆଜି  ଧନତେରାସ । ଏହିଦିନ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଏହା କିଣାବିକାର ପର୍ବ ଓ ଏହି ଶୁଭଦିନରେ ଲୋକମାନେ ସୁନା, ରୂପା ଓ ବାସନ କିଣନ୍ତି । କିନ୍ତୁ ଆପଣମାନେ ତ ଜାଣିଥିବେ ଯେ ଧନତେରାସରେ କଣ କଣ କିଣିବା ଦରକାର କିନ୍ତୁ କଣ ଏହିଦିନରେ କିଣାଯିବା ଉଚିତ ନୁହେଁ ତା ତାହା ମଧ୍ୟ ଜାଣିବା ଦରକାର । ଯଦି ଆପଣ ଏପରି କିଛି ନକିଣିବା ଜିନିଷ କିଣୁଛନ୍ତି ତେବେ ଏହା ଶୁଭ ବଦଳରେ ଅଶୁଭ କରିବ । ତେଣୁ ଜାଣିରଖନ୍ତୁ କଣ କିଣାଯିବା ଉଚିତ ନୁହେଁ ।

  1. ଲୁହା: ଲୁହାର କୌଣସି ଜିନିଷ ଏହି ଦିନରେ କିଣିବା ଉଚିତ ନୁହେଁ । କିନ୍ତୁ ଯଦି ଆପଣ କିଛି କିଣିବାକୁ ଚାହୁଛନ୍ତି ତେବେ ଗୋଟେ ଦିନ ପୂର୍ବରୁ କିଣିଦେବା ଭଲ ।
  2. ଷ୍ଟିଲ: ଧନତେରାସରେ କେହି କେହି ଷ୍ଟିଲ ବାସନ କିଣିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା କିଣିବା ଉଚିତ ନୁହେଁ । ଷ୍ଟିଲ ବଦଳରେ ତମ୍ବା କିମ୍ବା କଂସା ବାସନ କିଣିବା ଦରକାର ।
  3. କିଛି ବି କଳା ରଙ୍ଗର ଜିନିଷ: ଏହି ଦିନରେ କୌଣସି କଳା ରଙ୍ଗର ଜିନିଷ କିଣିବା ଉଚିତ ନୁହେଁ । କାରଣ ଏହିଦିନଟିକୁ ଶୁଭ ମନାଯାଏ ଏବୋଂ କଳା ରଙ୍ଗକୁ ଅଶୁଭ । ତେଣୁ କଳାରଙ୍ଗର ଜିନିଷ କିଣିବା ଉଚିତ ନୁହଁ ।
  4. କାଚ ଜିନିଷ: କାରଣ କାଚକୁ ରାହୁ ବୋଲି ଧରାଯାଏ । ତେଣୁ ଏହି ଶୁଭ ଦିନରେ କାଚର କୌଣସି ଜିନିଷ ଆଣିବା ଉଚିତ ନୁହେଁ ।
  5. କଣ୍ଟା କିମ୍ବା ଛୁରୀ :କଣ୍ଟା କିମ୍ବା ଛୁରୀ ଜାତୀୟ ଜିନିଷ ଏହି ଦିନରେ କିଣିବା ଉଚିତ ନୁହେଁ । କାରଣ ଏହାକୁ ଅଶୁଭ ମନାଯାଏ ।

ଧନତେରାସ ରେ ଭୁଲରେ ବି କିଣନ୍ତୁନି ଏସବୁ ଜିନିଷ, ହେଇପାରେ ସମସ୍ୟା

ପଢନ୍ତୁ, କ୍ଷୁଦ୍ର ସିନେମା ସମ୍ବଲପୁରୀ ୱେଭରସ