ସବୁବେଳେ ଥକ୍କା ଲାଗୁଛି କି ? କରନ୍ତୁ ନାହିଁ ଅଣଦେଖା, ନଚେତ ଭବିଷ୍ୟତରେ ବଡ଼ ସମସ୍ୟାରେ ପଡି ପାରନ୍ତି

ଶରୀରର ଏହିସବୁ ସମସ୍ୟାକୁ ନିଶ୍ଚୟ ଧ୍ୟାନ ଦିଅନ୍ତୁ

କାମ କଲେ ଥକ୍କା ଲାଗିବା ସ୍ଵାଭାବିକ । ଯଦି ଥକ୍କା ଲାଗିବା ଏକ ଅଭ୍ୟାସରେ ପରିଣତ ହୁଏ ଅର୍ଥାତ ସବୁବେଳେ ଥକ୍କା ଲାଗେ ତେବେ ଏହା ଏକ ବଡ ସମସ୍ୟା ହୋଇପାରେ । ଆପଣ ଏପରି ସମସ୍ୟା ଦେଇ ଗତି କରୁଥିଲେ ଅଣଦେଖା କରନ୍ତୁ ନାହିଁ । ଏହା ଭବିଷ୍ୟତରେ ବଡ଼ ସମସ୍ୟାରେ ପରିବର୍ତ୍ତନ ହୋଇଯାଇ ପାରେ ।

ଅସନ୍ତୁଳିତ ଭୋଜନ :-  ସର୍ବଦା ଥକ୍କାପଣ ଅନୁଭବ କରିବାର ପ୍ରମୁଖ କାରଣଟି ହେଉଛି ଖାଦ୍ୟପେୟରେ ଅନିୟମିତତା । ପ୍ରତିଦିନ ଶରୀରର ଆବଶ୍ୟକତା ଅନୁଯାୟୀ କ୍ୟାଲୋରିଯୁକ୍ତ ଖାଦ୍ୟ ସେବନ କରିବା ଉଚିତ। ଏଥିନିମନ୍ତେ ଭାତ, ରୁଟି, ଡାଲି ସହିତ ଫଳାହାର କରନ୍ତୁ ।

ଆରାମଦାୟକ ଜୀବନଶୈଳୀ :-  ଆଜିକାଲି ସମୟରେ ଅଧିକାଂଶ ଲୋକ ଗୋଟିଏ ସ୍ଥାନରେ ବସି କାମ କରୁଥିବା ଦେଖାଯାଉଛି। ଏପରି ଆରାମଦାୟକ ଜୀବନଶୈଳୀ ସର୍ବଦା ଥକ୍କା ଲାଗିବାର କାରଣ ପାଲଟିଥାଏ। ଏଥିପାଇଁ ପ୍ରତିଦିନ ସକାଳେ ବ୍ୟାୟାମ କରନ୍ତୁ। ଏହାଦ୍ୱାରା ହର୍ମୋନର ମାତ୍ରା ସନ୍ତୁଳିତ ହେବା ସହ ନିଦ ଭଲ ହେବ।

ଶରୀରରେ ଜଳର ପରିମାଣ କମ୍‌ ହେବା :-  ଏହା ଥକ୍କା ଲାଗିବାର ଅନ୍ୟ ଏକ କାରଣ। ଏଥିପାଇଁ ପ୍ରତିଦିନ ପ୍ରଚୁର ପାଣି ପିଅନ୍ତୁ। ଏହାଛଡା ପ୍ରଚୁର ପରିମାଣରେ ସବୁଜ ପନିପରିବା ଓ ଫଳ ସେବନ କରନ୍ତୁ ।

ମୁଣ୍ଡବିନ୍ଧା :- ଶରୀରରେ ପାଣିର କମି ଥିବାର ସମସ୍ୟା ଥିବା ସଙ୍ଗେ ହୃଦୟ ଓ ମସ୍ତିଷ୍କରେ ଜଡ଼ିତ କିଛି ରୋଗ ହୋଇଥିବାର ସମ୍ଭାବନା ମଧ୍ୟ ରହିଛି ।

ଷ୍ଟ୍ରେସ୍‌ (ଚାପ) :-  କର୍ମରେ ଜଡ଼ିତ ଚାପ ବଢି ବିଷାଦ ବା ଡିପ୍ରେସନ୍‌କୁ ପହଞ୍ଚି ଥାଏ । ଉତ୍କଣ୍ଠା ଏବଂ ହୃଦ୍‌ରୋଗ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ ।

ପଢନ୍ତୁ ;

ଛତୁ ଖାଇବା ଦ୍ୱାରା ଶରୀରକୁ କି କି ଉପକାର ମିଳିଥାଏ ଜାଣନ୍ତୁ

 

ପ୍ରତିଦିନ ଶରୀରର ଆବଶ୍ୟକତା ଅନୁଯାୟୀ କ୍ୟାଲୋରିଯୁକ୍ତ ଖାଦ୍ୟ ସେବନ କରିବା ଉଚିତ। - 4.7

93%

ଏହାଛଡା ପ୍ରଚୁର ପରିମାଣରେ ସବୁଜ ପନିପରିବା ଓ ଫଳ ସେବନ କରନ୍ତୁ । - 4.6

91%
4.6/5

Excellent!

ସବୁବେଳେ ଥକ୍କା ଲାଗୁଛି କି ? କରନ୍ତୁ ନାହିଁ ଅଣଦେଖା, ନଚେତ ଭବିଷ୍ୟତରେ ବଡ଼ ସମସ୍ୟାରେ ପଡି ପାରନ୍ତି

କାମ କଲେ ଥକ୍କା ଲାଗିବା ସ୍ଵାଭାବିକ । ଯଦି ଥକ୍କା ଲାଗିବା ଏକ ଅଭ୍ୟାସରେ ପରିଣତ ହୁଏ ଅର୍ଥାତ ସବୁବେଳେ ଥକ୍କା ଲାଗେ ତେବେ ଏହା ଏକ ବଡ ସମସ୍ୟା ହୋଇପାରେ । ଆପଣ ଏପରି ସମସ୍ୟା ଦେଇ ଗତି କରୁଥିଲେ ଅଣଦେଖା କରନ୍ତୁ ନାହିଁ । ଏହା ଭବିଷ୍ୟତରେ ବଡ଼ ସମସ୍ୟାରେ ପରିବର୍ତ୍ତନ ହୋଇଯାଇ ପାରେ ।

No Votes Yet

You're not rated yet