• Home
  • SPORTS
  • ଆଉ ଏକ ପରୀକ୍ଷା ହେବ ସେଞ୍ଚୁରିଅନ୍‌ରେ ; ଭାରତ ପାଇଁ ‘କର ବା ମର’
SPORTS

ଆଉ ଏକ ପରୀକ୍ଷା ହେବ ସେଞ୍ଚୁରିଅନ୍‌ରେ ; ଭାରତ ପାଇଁ ‘କର ବା ମର’

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଶନିବାରଠାରୁ ଏଠାରେ ଆରମ୍ଭ ହୋଇଛି । ପ୍ରଥମ ଟେଷ୍ଟରେ ପରାଜିତ ହୋଇଥିବା ଭାରତ ଆଗାମୀ ମ୍ୟାଚରେ ଉନ୍ନତ ପ୍ରଦର୍ଶନ ଆଶାରେ ରହିଛି। ଏହି ମ୍ୟାଚର ଫଳାଫଳ ଭାରତର କ୍ରମାଗତ ୯ମ ସିରିଜ ବିଜୟ ଉପରେ ଅନେକ ପ୍ରଭାବ ପକାଇବ। ତେଣୁ ୩ ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଭାରତ ପାଇଁ କର ଅବା ମର ପରିସ୍ଥିତି ସୃଷ୍ଟି କରିଛି।

୨୦୧୮-୧୯ରେ ଭାରତ ବିଦେଶରେ ୧୨ଟି ଟେଷ୍ଟ ଖେଳିବ। କେପ୍‌ ଟାଉନଠାରେ ପ୍ରଥମ ମ୍ୟାଚରେ ୭୨ ରନରେ ହାରିବା ପରେ ଏବେ ଦଳ ଦ୍ୱିତୀୟ ପରୀକ୍ଷା ଅପେକ୍ଷାରେ ରହିଛି। ଦକ୍ଷିଣ ଆଫ୍ରିକାଠାରୁ ସିରିଜ ହାରିଲେ ଯଦିଓ ଭାରତର ନମ୍ବରଓ୍ବାନ ର଼୍ୟାଙ୍କିଙ୍ଗ ଅପରିବର୍ତ୍ତିତ ରହିବ ତେବେ ବିଦେଶ ମାଟିରେ ଖେଳାଳିଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିବ ନିଶ୍ଚିତ। ପ୍ରଥମ ଟେଷ୍ଟ ପରେ ଚୂଡ଼ାନ୍ତ ଏକାଦଶ ଚୟନକୁ ନେଇ ସମାଲୋଚନା ହୋଇଥିଲା। ଏଥର ଟିମ୍‌ ମ୍ୟାନେଜମେଣ୍ଟ ଏ ସବୁକୁ ଧ୍ୟାନରେ ରଖି ଯାହାକିଛି ନିଷ୍ପତ୍ତି ନେବ। ଦ୍ୱିତୀୟ ଟେଷ୍ଟ ଆରମ୍ଭର ୪୮ ଘଣ୍ଟା ପୂର୍ବରୁ ସୁପରସ୍ପୋର୍ଟ ପାର୍କରେ ଭାରତୀୟ ଦଳ ୪ ଘଣ୍ଟା ଅଭ୍ୟାସ କରିଛି। ଯାହାର ଯେଉଁଠି ଦୋଷ ଦୁର୍ବଳତା ରହିଛି ତାହାକୁ ଅଭ୍ୟାସ ସେସନରେ ସୁଧାରିବାକୁ ଚେଷ୍ଟା କରାଯାଇଥିଲା। ଚେତେଶ୍ୱର ପ୍ରଥମ ସ୍ଲିପରେ କ୍ୟାଚ ପ୍ରାକ୍ଟିସ କରିଥିବାବେଳେ ବିରାଟ କୋହଲି ଓ ରୋହିତ ଶର୍ମା ଦୀର୍ଘ ସମୟଧରି ନେଟ୍ସରେ ବ୍ୟାଟିଂ କରିଥିଲେ। ନେଟ୍ସ ସେସନର ଅଧିକାଂଶ ସମୟ ଅଜିଙ୍କ୍ୟ ରାହାନେ ଦର୍ଶକ ହୋଇ ରହିଯାଇଥିବା ପରିଲକ୍ଷିତ ହୋଇଥିଲା।

ଶେଷଭାଗରେ ସହକାରୀ କୋଚ୍‌ ସଞ୍ଜୟ ବାଙ୍ଗର ଉଭୟ ରାହାନେ ଓ ଶିଖର ଧାଓ୍ବନଙ୍କୁ ଥ୍ରୋ ଅଭ୍ୟାସ କରାଇଥିଲେ। ତେବେ ଏମାନଙ୍କ ମଧ୍ୟରୁ କେହି ଫାଷ୍ଟ ବୋଲିଂର ସମ୍ମୁଖୀନ ହୋଇ ନ ଥିଲେ। ଲୋକେଶ ରାହୁଲ, ମୁରଲୀ ବିଜୟ ଓ ପୂଜାରା ବ୍ୟାଟିଂରେ ମଗ୍ନ ରହିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଓ ରିଦ୍ଧିମାନ ଶାହ ମଧ୍ୟ ନେଟ୍ସରେ ଝାଳ ବୁହାଇଥିଲେ। ଏଥିରୁ ୫ ବ୍ୟାଟ୍ସମ୍ୟାନ ଲାଇନ୍‌ଅପ୍‌ ସମ୍ପର୍କରେ ସୂଚନା ମିଳିଥିଲା।

ଶିଖର ଧାଓ୍ଵନଙ୍କ ବଦଳରେ ଲୋକେଶ ରାହୁଲଙ୍କ ଖେଳାଯିବା କଥା ସ୍ପଷ୍ଟ ହୋଇ ସାରିଛି। କାରଣ ସେମାନଙ୍କ ବିଦେଶ ପରିସଂଖ୍ୟାନ ହିଁ ରାହୁଲଙ୍କୁ ଆଗରୋ ରଖିଛି। ୨୦୧୩-୧୪ରେ ସର୍ବାଧିକ ୨୯ ରନ୍‌ କରି ପାରିଥିବା ଧାଓ୍ଵନଙ୍କ ହାରାହାରି ୧୮.୦୦ ଥିଲା। କିନ୍ତୁ କେପ୍‌ ଟାଉନ୍‌ର ଉଭୟ ପାଳିରେ ତାଙ୍କ ସଟ୍‌ ଚୟନ ହିଁ ଏବେ ତାଙ୍କୁ ବାହାରେ ବସିିବାକୁ ବାଧ୍ୟ କରୁଛି। କିନ୍ତୁ ବୈଷୟିକ ଦୃଷ୍ଟିରୁ ଉନ୍ନତ ଥିବା ରାହୁଲ ସେଥି ପାଇଁ ଅଧିକ ନିର୍ଭର୍ରଯୋଗ୍ୟ ହୋଇଛନ୍ତି। ରୋହିତ ଶର୍ମା ଏବଂ ଅଜିଙ୍କ୍ୟ ରାହାଣେଙ୍କ ମଧ୍ୟରୁ କାହାକୁ ବାଛିବେ କୋହଲି ମଧ୍ୟ ସ୍ପଷ୍ଟ କରିନାହାନ୍ତି। କିନ୍ତୁ ଏ ଦୁହିଁଙ୍କ ମଧ୍ୟରେ କେବଳ ବର୍ତମାନର ଫର୍ମ ନିର୍ଣ୍ଣାୟକ ହେବ ବୋଲି ଆଭାସ ଦେଇଥିବାରୁ ରୋହିତ ପୁଣି ଥରେ ସୁଯୋଗ ପାଇବା ପ୍ରାୟ ନିଶ୍ଚିତ। ପିଚ୍‌ କିନ୍ତୁ କେପ୍‌ଟାଉନ୍‌ର ନ୍ୟୁଲାଣ୍ଡ୍‌ସ ତୁଳନାରେ ଭିନ୍ନ ରହିଛି।

ବ୍ୟାଟସମ୍ୟାନ୍‌ଙ୍କ ପାଇଁ ସୁଯୋଗ-
କେପ୍‌ ଟାଉନ୍‌ ବିଫଳତା ଏବେ ଅତୀତ ହୋଇଯାଇଛି। ନୂଆ ଆରମ୍ଭ କରିବା ଅପେକ୍ଷାରେ ଥିବା ଭାରତୀୟ ଦଳର ବ୍ୟାଟସମ୍ୟାନ୍‌ଙ୍କ ପାଇଁ ସେଞ୍ଚୁରିଅନ୍‌ରେ ସୁଯୋଗ ରହିବ। ପ୍ରଥମ ଟେଷ୍ଟ୍‍ ୯ ଅଧିବେଶନ ଭିତରେ ଶେଷ ହୋଇଯାଇଥିବାବେଳେ ଦକ୍ଷିଣ ଆଫ୍ରିକା ପ୍ରଶିକ୍ଷକ ଓଟିିସ୍‌ ଗିବ୍‌ସନ୍‌ ସେଞ୍ଚୁରିଅନ୍‌ ଓ ଓ୍ଵଣ୍ଡରର୍ସରେ ଅନୁରୂପ ଆଶା କରିଥିଲେ। ସବୁ ଟେଷ୍ଟ୍‍ ଏଭଳି ୩ ଦିନ ଭିତରେ ସରିଲେ ଭଲ କଥା ବୋଲି ସେ କହିଥିଲେ। କିନ୍ତୁ ସେଞ୍ଚୁରିଅନ୍‌ ପିଚ୍‌ ସେଭଳି ଥିବା ଅନୁମାନ କରାଯାଉନାହିଁ। କେପ୍‌ ଟାଉନ୍‌ ଭଳି ଘାସୁଆ ନାହିଁ ସେଞ୍ଚୁରିଅନ୍‌ ପିଚ୍‌। ଦ୍ରୁତ ବୋଲରଙ୍କ ସାମାନ୍ୟ କମ୍‌ ଗତି ମିଳିବ ବୋଲି କୁହାଯାଉଛି। ପାରମ୍ପାରିକ ଭାବେ ସେଞ୍ଚୁରିଅନ୍‌ ଟେଷ୍ଟ୍‍ ବ୍ୟାଟସମ୍ୟାନ୍‌ଙ୍କ ସପକ୍ଷରେ ରହିଥାଏ ବୋଲି ମଧ୍ୟ ପ୍ରାରମ୍ଭିକ ଖେଳାଳି ମର୍କରାମ କହିଛନ୍ତି। ବ୍ୟାଟସମ୍ୟାନ୍‌ ନିଶ୍ଚିତ ଲଢ଼ୁଆ ସ୍କୋର୍‌ ଛିଡ଼ା କରିବେ। ସବୁ ଆକଳନରୁ ଏହା ସୂଚନା ଦେଉଛି ସେ ପ୍ରଥମ ଟେଷ୍ଟ ଭଳି ଏଠାରେ ଏତେ ଶୀଘ୍ର ମାଚ୍‌ ଶେଷ ହେବ ନାହିଁ। କିନ୍ତୁ ଦକ୍ଷିଣ ଆଫ୍ରିକା ବୋଲିଂ ବାହିନୀକୁ ଯେଭଳି ପିଚ୍‌ ମିଳିଲେ ବି ସେମାନେ ସର୍ବାଧିକ ଫାଇଦା ଉଠାଇବା ଆଶଙ୍କା ରହିଛି। ୫ ଦିନ ଭିତରେ ବର୍ଷାର ପୂର୍ବାନୁମାନ ନାହିଁ।

ଆଉ ଏକ ପରୀକ୍ଷା ହେବ ସେଞ୍ଚୁରିଅନ୍‌ରେ ; ଭାରତ ପାଇଁ ‘କର ବା ମର’ india centurion

ପଢନ୍ତୁ ;ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ ରେ ଭାରତ ବିଜୟୀ

Related posts

ପୂର୍ବତନ କ୍ରିକେଟର ଇମରାନ ଖାନ୍ କଲେ ତୃତୀୟ ବିବାହ

Krishna Kumar Manoj

Roelant Oltmans Discharged As Chief Coach Of The Indian Men’s Hockey Team

Krishna Kumar Manoj

IDCO Received Prestigious Rashtriya Khel Protsahan Puraskar 2017

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More