27 C
Bhubaneswar
October 24, 2020
EnewsOdia.Com
ବାସ୍ତୁ

ପରିବାରରେ ସର୍ବଦା ଖୁସି ବଜାୟ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ

ପରିବାର ମଧ୍ୟରେ ଭଲ ପାଇବା ସୁଖମୟ ଜୀବନର ଆଧାର । ପ୍ରତ୍ୟେକ ଇଚ୍ଛା କରିଥାଆନ୍ତି ସେମାନଙ୍କ ପରିବାର ଏକାଠି ଓ ହସଖୁସିରେ ଜୀବନ ଅତିବାହିତ କରନ୍ତୁ। ବେଳେ ବେଳେ ଏପରି ଦେଖାଯାଏ ଯେ, ଛୋଟ ଛୋଟ କଥାରେ ଗୃହରେ କଳହ ହୋଇଥାଏ। ଏହି କଳହର ମାତ୍ରା ବଢିଲେ ଘରେ ଅଶାନ୍ତି ବଢିବା ସହ ଏହାର ପ୍ରଭାବ କର୍ମକ୍ଷେତ୍ରରେ ମଧ୍ୟ ପଡ଼ିଥାଏ। ବାସ୍ତୁ ଶାସ୍ତ୍ରରେ ଏପରି କେତେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି , ଯାହାକୁ ଆପଣେଇବା ଦ୍ୱାରା ପରିବାରରେ ସର୍ବଦା ଖୁସି ବଜାୟ ରହିବ।

୧) ଘରେ ଥିବା ଗୁରୁଜନଙ୍କର ନିୟମିତ ସେବା କରନ୍ତୁ। ତାଙ୍କୁ ଉପଯୁକ୍ତ ସମ୍ମାନ ଦିଅନ୍ତୁ।
୨) ଘରର ବୈଠକ କକ୍ଷରେ ଭଗବାନ ବିଷ୍ଣୁ କିମ୍ବା ପ୍ରଭୁ ଶ୍ରୀକୃଷ୍ଣଙ୍କ ଫଟୋ ନିଶ୍ଚୟ ଲଗାନ୍ତୁ। ଏପରି କରିବା ଦ୍ୱାରା ସଦସ୍ୟଙ୍କ ମଧ୍ୟରେ ସ୍ନେହର ସମ୍ପର୍କ ସର୍ବଦା ରହିଥାଏ।


୩) ଶଙ୍ଖ କିମ୍ବା ଶାମୁକାରେ ନିର୍ମିତ ହୋଇଥିବା ପରଦା ଲଗାନ୍ତୁ। ଏପରି କରିବା ଦ୍ୱାରା ପାରିବାରିକ ମତଭେଦ ଦୂର ହୋଇଥାଏ।
ଅଦରକାରୀ ବସ୍ତୁ ଘରେ ରଖନ୍ତୁ ନାହିଁ।


୪) ଖଟ ତଳେ କୌଣସି ଅନାବଶ୍ୟକ ବସ୍ତୁ ରଖନ୍ତୁ ନାହିଁ।
୫) ଘରର ପ୍ରତ୍ୟେକ କକ୍ଷରେ ଫିଟକରି ଖଣ୍ଡ ରଖନ୍ତୁ। ଏପରି କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ରହିବା ସହ ବାସ୍ତୁ ଦୋଷ ଦୂର ହୋଇଥାଏ।
୬) ଗେଣ୍ଡୁ ଫୁଲରେ ସିନ୍ଦୂର ଲଗାଇ ମା’ବୃନ୍ଦାବତୀଙ୍କୁ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ପରିବାର ମଧ୍ୟରେ ସୁଖଶାନ୍ତିର ବାତାବରଣ ନିଶ୍ଚୟ ରହିଥାଏ।
୭) ନିୟମିତ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କୁ ପୂଜାର୍ଚ୍ଚନା କରନ୍ତୁ।


୮) ପିତପତ୍ନୀ ଏକତ୍ରିତ ଯେକୌଣସି ବ୍ରତ ପାଳନ କରନ୍ତୁ।
ପଢନ୍ତୁ: ଆପଣଙ୍କ ଭାଗ୍ୟ ବଦଳାଇଦେବ ରୋଷେଇ ଘର, ଜାଣନ୍ତୁ କିପରି

Related posts

ଜାଣନ୍ତୁ ଭାଗ୍ୟଶାଳୀ ମହିଳାଙ୍କ ଲକ୍ଷଣ ସମ୍ପର୍କରେ

Ratnamani Maharana

ଜାଣନ୍ତୁ ଶଙ୍ଖ ବଜାଇବାର ପୌରାଣିକ ମହତ୍ୱ

Ratnamani Maharana

ଅସଫଳ କାମକୁ ସଫଳ କରେ ରୋଷେଇ ଘରେ ଥିବା ଏହି ଜିନିଷ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More