LIFESTYLE

ମନକୁ ସ୍ଥିର ତଥା ନିୟନ୍ତ୍ରଣ କରିବା ପାଇଁ ଆପଣାନ୍ତୁ ଏହି ପାଞ୍ଚଟି ଉପାୟ

ମନୁଷ୍ୟର ଅନ୍ୟମନସ୍କ ରହିବା ଏକ ପ୍ରକାର ବଦଭ୍ୟାସ । ବେଳେବେଳ ପରିସ୍ଥିିତି ଚାପରେ ପଡି ମଧ୍ୟ ଲୋକାମାନେ ଅନ୍ୟମନସ୍କ ରହିଥାନ୍ତି। ବିଶେଷ କରି ଯୁବାବସ୍ଥାରେ ହିଁ ଲୋକେ ଏହି ପରିସ୍ଥିତିର ଶିକାର ହୁଅନ୍ତି । ଅନ୍ୟମନସ୍କ ହେବା ହେତୁ ପାଠରୁ ଆରମ୍ଭ କରି ଚାକିରୀ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଥାଏ ।

ତେଣୁ ଆସନ୍ତୁ ଜାଣିବା ଅନ୍ୟମନସ୍କ କିପରି ଦୂର ହେବ-

  • ଧ୍ୟାନ କରନ୍ତୁ – ମନକୁ ସ୍ଥିର ତଥା ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ ଧ୍ୟାନ କରିବା ନିହାତି ଜରୁରୀ । ତେଣୁ ପ୍ରତିଦିନ କିଛି ସମୟ ଧ୍ୟାନରେ ବସନ୍ତୁ ।
  • କାମରେ ଅବେହେଳା କରନ୍ତୁନି- ଅଧିକ କାମ ଠୁଳ କରନ୍ତୁନି । ଯେତିକି କାମ ସୁରୁଖୁରୁରେ କରିପାରବେ ସେତିକି ଦାୟିତ୍ୱ ନିଅନ୍ତୁ । ଅଧିକ କାମ ପ୍ରେସର ଯୋଗୁଁ ଆପଣ ବିଷାଦଗ୍ରସ୍ତ ହେବା ସହ କୌଣସି ବି କାମକୁ ଠିକ ଢଙ୍ଗରେ କରିପାରିବେ ନାହିଁ।
  • ଯୋଗାଭ୍ୟାସ କରନ୍ତୁ – ପ୍ରତିଦିନ ଯୋଗାଭ୍ୟାସ ଯୋଗୁଁ ମନ ସ୍ଥିର ହେବା ସହ ଶାନ୍ତ ହୁଏ । କେବଳ ଯେ ମନ ଶାନ୍ତ ହୁଏ ତା’ନୁହଁ ଯୋଗାଭ୍ୟାସ ଯୋଗୁଁ ଆମେ ବିଭିନ୍ନ ରୋଗରୁ ରକ୍ଷା ପାଇଥାଉ।
  • ଫୋନକୁ ସାଇଲେଣ୍ଟ ମୋଡରେ ରଖନ୍ତୁ- ଆଜିର ଦୈନନ୍ଦିନ ଜୀବନରେ ଲୋକମାନେ ଗୋଟିଏ ଦିନ ମଧ୍ୟ ଫୋନ ବିନା ରହି ପାରୁନାହାନ୍ତି । ବିଜ୍ଞାନ ଓ ଜ୍ଞାନକୌଶଳ ଯେତେ ଅଧିକ ବଢୁଛି ମଣିଶର ଜୀବନ ସେତେ ଅଧିକ ବିଷାଦଗ୍ରସ୍ତ ହେଉଛି । ତେଣୁ ଯେତେବେଳ ଖାଲି ସମୟ ମିଳୁଛି ଫୋନକୁ ସାଇଲେଣ୍ଟ ରଖନ୍ତୁ ।
  •  ଅଳ୍ପ ସମୟ ପାଇଁ  ମୌନ ରୁହନ୍ତୁ- ସବୁବେଳେ କିଛି କଥା ନଥାଇ ବକ ବକ ହେବା ବିଜ୍ଞତାର ଚିହ୍ନ ନୁହଁ । ଦିନକରେ କିଛି ସମୟ ବାହର କରି ଯେମିତି ହେଲେ ୧୫/୩୦ ମିନିଟ ମୌନ ରୁହନ୍ତୁ।

ମନକୁ ସ୍ଥିର ତଥା ନିୟନ୍ତ୍ରଣ କରିବା ପାଇଁ ଆପଣାନ୍ତୁ ଏହି ପାଞ୍ଚଟି ଉପାୟ yoga 1

ପଢନ୍ତୁ;

ପରଦାକୁ ଆସିଯାଇଛି ଆଉ ଏକ ନୂଆ ଓଡ଼ିଆ ସିନେମା

Related posts

ଲାଲ୍ ରଙ୍ଗକୁ ପ୍ରେମର ପ୍ରତୀକ କାହିଁକି କୁହାଯାଇଥାଏ ? ଆସନ୍ତୁ ଜାଣିବା ଏହା ପଛରେ ଥିବା ରହସ୍ୟ ସମ୍ପର୍କରେ

Krishna Kumar Manoj

ସକାଳୁ ଉଠିବା ପରେ କେଉଁ କାମ କରିବା ଅନୁଚିତ୍ ଏବଂ ଏହାର କାରଣ କ’ଣ ଜାଣନ୍ତୁ

Krishna Kumar Manoj

ସବୁବେଳେ ଥକ୍କା ଲାଗୁଛି କି ? କରନ୍ତୁ ନାହିଁ ଅଣଦେଖା, ନଚେତ ଭବିଷ୍ୟତରେ ବଡ଼ ସମସ୍ୟାରେ ପଡି ପାରନ୍ତି

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More