• Home
  • News
  • ନିଜର ବାହାଦୁରୀ ପାଇଁ ସର୍ବୋଚ୍ଚ ସାମରିକ ପଶୁ ସମ୍ମାନରେ ସମ୍ମାନିତ ହେଲା ଏହି ପଶୁ
News

ନିଜର ବାହାଦୁରୀ ପାଇଁ ସର୍ବୋଚ୍ଚ ସାମରିକ ପଶୁ ସମ୍ମାନରେ ସମ୍ମାନିତ ହେଲା ଏହି ପଶୁ

କୁକୁର ପାଇଲା ସର୍ବୋଚ୍ଚ ସାମରିକ ପଶୁ ସମ୍ମାନ। ମାଲୀ, ଏକ ଆଠ ବର୍ଷର ବେଲଜିଆନ ମାଲିନୋଇସ୍‌ ବିଟ୍ରିସ୍‌ ଓ ଆଫଗାନିସ୍ତାନ ସେନାଙ୍କୁ ୩ଟି ବଡ଼ ବିସ୍ଫୋରଣରୁ ରକ୍ଷା କରିଥିଲା। ତେଣୁ ତାକୁ ଗତ ଶୁକ୍ରବାର ବ୍ରିଟେନ୍‌ ସାମରିକ ବାହିନୀର ସର୍ବୋଚ୍ଚ ପଶୁ ସମ୍ମାନ ପିଡିଏସ୍‌ଏ ଡିକ୍‌ଇନ୍‌ ପଦକ ସହ ସମ୍ମାନିତ କରାଯାଇଛି।

ମାଲି ନିଜେ ଗୁରୁତର ଆହତ ହୋଇ ସୁଦ୍ଧା ତା ମିଶନ କୁ ଶେଷ କରିସାରିବା ପରେ ଚିକିତ୍ସା ପାଇଁ ଆସିଥିଲା ।

ମାଲୀ ଏହି ପଦକ ର ୬୯ ନମ୍ବର ବିଜେତା । ଆଗରୁ ୩୧ ତ ଅନ୍ୟ କୁକୁର, ୩୨ ଟି ଯୁଦ୍ଧ ସମ୍ବାଦ ଦେଉଥିବା ପାରା, ଚାରୋଟି ଘୋଡା ଓ ଗୋଟିଏ ବିରାଡି ଏହି ସମ୍ମାନର ଅଧିକାର ପାଇ ସାରିଛନ୍ତି ।

ବର୍ତ୍ତମାନ ମାଲି ସାମରିକ ବାହିନୀରୁ ଅବସର ନେଇ ପଶୁଙ୍କ ପ୍ରତିରକ୍ଷା ପ୍ରତିଷ୍ଠାନରେ ଅନ୍ୟ କୁକୁରଙ୍କୁ ତାଲିମ ଦେଉଛି।

ସୂଚନା ଯୋଗ୍ୟ, ୨୦୧୨ ମସିହାରେ ଆଫଗାନିସ୍ତାନରେ ଚାଲିଥିବା ତାଲିବାନ୍‌ ଉପଦ୍ରବକୁ ରୋକିବା ପାଇଁ ବିଟ୍ରିସ୍‌ ଓ ଆଫଗାନିସ୍ତାନ ସେନା ମିଳିତଭାବେ ଏକ ଅଭିଯାନ ଆରମ୍ଭ କରିଥିଲେ। ସେତେବେଳେ “ମାଲି” ନାମକ ଏକ କୁକୁର ପାଇଁ ବ୍ରିଟିସ୍‌ ଓ ଆଫଗାନିସ୍ତାନ ସେନାର ଜୀବନରକ୍ଷା ହୋଇପାରିଥିଲା । ମାଲି ର ଏହି ଅଭୂତପୂର୍ବ ସାହସିକତା ପ୍ରଦର୍ଶନ ପାଇଁ ତା’କୁ ସମ୍ମାଏନଆଇଟି କରାଯାଇଛି ।

କୁକୁର “ମାଲୀ” ନିଜର ବାହାଦୁରୀ ପାଇଁ ସର୍ବୋଚ୍ଚ ସାମରିକ ପଶୁ ସମ୍ମାନରେ ସମ୍ମାନିତ ହେଲା   ନିଜର ବାହାଦୁରୀ ପାଇଁ ସର୍ବୋଚ୍ଚ ସାମରିକ ପଶୁ ସମ୍ମାନରେ ସମ୍ମାନିତ ହେଲା ଏହି ପଶୁ

ପଢନ୍ତୁ, ନିର୍ଧାରିତ ତାରିଖ ପାଇଁ ଆଉ ଗୋଟିଏ ଦିନ ବାକି, ହେଲେ ଏଯାଏଁ ସରକାରଙ୍କ ନିଦ ଭାଙ୍ଗିନି

Related posts

Gorakhpur Child Deaths, In Charge Dr Kafeel Khan Arrested

Krishna Kumar Manoj

ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦୀନରେ ସାମିଲ ହେଲେ ଭାରତୀୟ ଯବାନ!

Krishna Kumar Manoj

ମଧ୍ୟପ୍ରଦେଶ ସରକାର ନେଲେ କଡା ପଦକ୍ଷେପ, ୧୨ ବର୍ଷ ବୟସର ଝିଅଙ୍କ ସହ ଦୁଷ୍କର୍ମ କଲେ ହେବ ଫାଶୀଦଣ୍ଡ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More