EnewsOdia.Com

ହାରମୋନିୟମ ସ୍ବରରେ ସଙ୍ଗୀତ ଅଭ୍ୟାସ କରୁଛି କୁକୁର

ସୋସିଆଲ ମିଡିଆରେ ଆଜିକାଲି ବହୁ ଭିଡିଓ ଭାଇରାଲ ହେବାକୁ ଲାଗିଥିବାବେଳେ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଠୀ କରୁଛି। ଏହି ଭିଡିଓଟିରେ ହାରମୋନିୟମ ସ୍ବରରେ କୁକୁର ସଙ୍ଗୀତ ଅଭ୍ୟାସ କରୁଥିବା ଦେଖିବାକୁ ମିଳୁଛି। ତେବେ​‌ ଏହି ଭିଡିଓଟି କେଉଁ ସ୍ଥାନର ଏବଂ କିଏ ଏହାକୁ ଉତ୍ତୋଳନ କରିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଏହି ଭିଡିଓକୁ ସୁବୀର ଖାନ ନାମକ ଜଣେ ବ୍ୟକ୍ତି ନିଜ ଫେସ୍‌ବୁକରେ ପୋଷ୍ଟ କରିଛନ୍ତି। ଏହି ଭିଡିଓ ଉପରେ ବଙ୍ଗଳା ଭାଷାରେ ଲେଖା ହୋଇଛି ଯେ, ‘ବିଲକୁଲ୍ ହସନ୍ତୁ ନାହିଁ। ଆଜି ସକାଳେ ମୁଁ ଓ ବାଘା(କୁକୁର) ସଙ୍ଗୀତ ଅଭ୍ୟାସ କରୁଛୁ। ଏପର୍ଯ୍ୟନ୍ତ ୫୪ ହଜାର ଥର ଏହି ଭିଡିଓଟି ସେୟାର ହୋଇଛି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ କଳା ଜ୍ୟାକେଟ ପିନ୍ଧି ଜଣେ ବ୍ୟକ୍ତି ହାରମୋନିୟମ ବଜାଇ ବଲିଉଡର ଲୋକପ୍ରିୟ ‘ତେରେ ମେ​‌ରେ’ ଗୀତ ଗାଉଛନ୍ତି। କବାଟ ପାଖରେ ଠିଆ ହୋଇଥିବା ଏକ କୁକୁର ସେହି ବ୍ୟକ୍ତିଙ୍କ ସହ ଗୀତର ଯୁଗଳବନ୍ଦୀ କରୁଛି। ଏହା ସହ କୁକୁରଟି ଗୋଡ ଉଠାଇ ଯେପରି ହାରମୋନିୟମ ବଜାଇବାକୁ ଚେଷ୍ଟା କରୁଛି ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓରେ କୁକୁରଟି ଗୀତର ପୁରା ମଜା ନେଉଛି।

ପଢନ୍ତୁ: ୨୨ରେ ୪ ନିର୍ଭୟା ଦୋଷୀଙ୍କୁ ମିଳିନପାରେ ଫାଶୀ

ସମ୍ବନ୍ଧିତ ଖବର

CAA ଦଙ୍ଗାପାଇଁ ଇଣ୍ଟରନେଟ୍ ବନ୍ଦ ହେବାରୁ ଅନଲାଇନ୍ କାରବାରରେ ବଡ କ୍ଷତି

Ratnamani Maharana

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ଦୋଷୀଙ୍କ ବିରୋଧରେ ଆସିପାରେ ଡେଥ ଓ୍ଵାରେଣ୍ଟ

Ratnamani Maharana

ସିଦ୍ଧିବିନାୟକ ମନ୍ଦିରକୁ ୩୫ କେଜି ସୁନା ଦାନ କଲେ ଶ୍ରଦ୍ଧାଳୁ

Ratnamani Maharana

ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ଏକ କ୍ୟାବିନ୍‌ରେ ବସିବାକୁ ଡରୁଛନ୍ତି ମନ୍ତ୍ରୀ

Ratnamani Maharana

ବିବାହ ଉତ୍ସବରେ ମିଳିଲା ନିଆରା ଉପହାର

Ratnamani Maharana

ଏକା ସାଙ୍ଗରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ହତ୍ୟାକାରୀ

Ratnamani Maharana