• Home
  • Featured
  • ଆସନ୍ତୁ ଜାଣିବା କର୍ପୂର ର ଉପକାରୀତା ଓ ଏହାର କେତେକ ଘରୋଇ ବ୍ୟବହାର ବିଷୟରେ
Featured

ଆସନ୍ତୁ ଜାଣିବା କର୍ପୂର ର ଉପକାରୀତା ଓ ଏହାର କେତେକ ଘରୋଇ ବ୍ୟବହାର ବିଷୟରେ

କର୍ପୂର ହେଉଛି ସବୁଠାରୁ ଶସ୍ତା ଓ ଉପକାରୀ ଜିନିଷ  । ଏହାକୁ ବ୍ୟବହାର କଲେ ଘରୁ ଦୁର୍ଗନ୍ଧ ତ ଦୂର ହୋଇଥାଏ ଏଥିସହ ଘରେ ଥିବା ମଶା ଓ ଅସରପାଙ୍କ ଉପଦ୍ରବରୁ ସବୁଦିନ ପାଇଁ ମୁକ୍ତି ମଧ୍ୟ ପାଇ ପାରିବେ । ଏଥିସହିତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭ ଦାୟକ ।

ଯଦିଓ ପୂଜାପାଠରେ ଏହାକୁ ବ୍ୟବହାର କରାଯାଇଥାଏ । ତେବେ ଏହାର ଉପକାରୀତା ସଂପର୍କରେ ସଂପର୍କରେ ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ । ତେବେ ଆସନ୍ତୁ ଜାଣିବା କର୍ପୂର ର ଉପକାରୀତା ଓ ଏହାର କେତେକ ଘରୋଇ ବ୍ୟବହାର ବିଷୟରେ  ।

•  କର୍ପୂରକୁ ଆପଣ ଆପଣଙ୍କ ରୁମ୍ ଫ୍ରେସନର ହିସାବରେ ଗ୍ରହଣ କରିପାରିବେ ।  ତେବେ ରୁମର ଏକ ଖୋଲା ସ୍ଥାନରେ ଦୀପରେ କର୍ପୂର ଦେଇ ଜାଣନ୍ତୁ । ଦେଖିବେ କିଛି ସମୟପରେ ଏହାର ସୁଗନ୍ଧ ସଂପୂର୍ଣ୍ଣ ରୁମରେ ଖେଳିଯିବା ସହ ଏକ ସୁଗନ୍ଧମୟ ବାତାବରଣ ସୃଷ୍ଟି ହୋଇଥାଏ ।

•  କର୍ପୂର ସାଧାରଣତଃ କୀଟନାଶକ ଔଷଧ ଭାବରେ କାର୍ଯ୍ୟ କରିଥାଏ । ଏଥିସହ ପବନରେ ଚଳପ୍ରଚଳ କରିଥିବା ବିଭିନ୍ନ ବ୍ୟାକ୍ଟେରିଆଙ୍କୁ ମଧ୍ୟ ସଫା କରିବାରେ ସହାୟକ ହୋଇଥାଏ ।

•  ବିଶେଷ କରି ବର୍ଷା ଦିନରେ ଘରେ ପ୍ରତିଦିନ କର୍ପୂର ଜାଳିବା ଅତ୍ୟନ୍ତ ଜରୁରୀ । କାରଣ ଏଭଳି କରିବାଦ୍ୱାରା ଘର ମଧ୍ୟରେ ସତେଜତା ବଜାୟ ରହିଥାଏ ।

• କର୍ପୂରର ବ୍ୟବହାର ଆପଣ କୌଣସି ପ୍ରକାର ଇନଫେକ୍ସନ ପାଇଁ ପ୍ରୟୋଗ କରିବା ସହ ଦାନ୍ତରେ ହେଉଥିବା ଯନ୍ତ୍ରଣାରୁ ମଧ୍ୟ ରକ୍ଷା ପାଇବା ପାଇଁ ପ୍ରୟୋଗ କରିପାରିବେ । ଆପଣଙ୍କ ତ୍ଵଚା, କେଶ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଲାଭ ଦାୟକ ।

•  କର୍ପୂର ଏକ ଭଲ ଓ ପ୍ରାକୃତିକ କୀଟାଣୁନାଶକ ଭାବରେ ମଧ୍ୟ କାମ କରିଥାଏ । ଆଉ ସବୁଠାରୁ ବଡକଥା ହେଲା ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ କୌଣସି ପ୍ରକାରର ଖରାପ ପ୍ରଭାବ ପକାଇ ନଥାଏ ।

•  ଯଦି ଆପଣଙ୍କ ଘରେ ଅଧିକ ମାତ୍ରାରେ ପିମ୍ପୁଡି କିମ୍ବା ଅସରପାଙ୍କ ଉପଦ୍ରବ ବଢିଯାଇଛି ତେବେ କର୍ପୂରର ବ୍ୟବହାର କରିବାଦ୍ୱାରା ଏମାନଙ୍କଠାରୁ ସବୁଦିନ ପାଇଁ ରକ୍ଷା ପାଇପାରିବେ ।

•  ବର୍ଷା ଦିନରେ ମଶା ହେବା ଏକ ସାଧାରଣ କଥା ଅଟେ । ତେବେ ପ୍ରତିଦିନ ଆଳତୀରେ କର୍ପୂରକୁ ବ୍ୟବହାର କରିବାଦ୍ୱାରା ଏହାର ଧୂଆଁରେ ମଶାଙ୍କୁ ରୋକା ଯାଇ ପାରିବ ।

ଆସନ୍ତୁ ଜାଣିବା କର୍ପୂର ର ଉପକାରୀତା ଓ ଏହାର କେତେକ ଘରୋଇ ବ୍ୟବହାର ବିଷୟରେ    ଆସନ୍ତୁ ଜାଣିବା କର୍ପୂର ର ଉପକାରୀତା ଓ ଏହାର କେତେକ ଘରୋଇ ବ୍ୟବହାର ବିଷୟରେ

କପାଳ ଦେଖି ଭବିଷ୍ୟ ଜାଣନ୍ତୁ

Related posts

ଦାନ୍ତ କୁ ସଫା ଓ ଚମକଦାର ରଖିବାକୁ ଆପଣାନ୍ତୁ କିଛି ଘରୋଇ ଉପଚାର

Krishna Kumar Manoj

ବିଶ୍ୱ ମାତୃ ଦିବସ:ମା’ପାଇଁ ଦିନଟିଏ!

Krishna Kumar Manoj

ଆସନ୍ତୁ ଜାଣିବା ଯୋଗ ର ଆବଶ୍ୟକତା ଓ ଏହାର କିଛି ଶାରୀରିକ ଉପକାର ସମ୍ବନ୍ଧରେ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More