News

ଜଳବାୟୁ ପରିବତ୍ତର୍ନ ଲାଗି ଭାରତକୁ ଦୋଷ ଦେଲେ ଡୋନାଲ୍ଡ ଟ୍ରମ୍ଫ

Trump

ଜଳବାୟୁ ପରିବର୍ତ୍ତନ  ସାରା ବିଶ୍ଵକୁ ପ୍ରଭାବିତ କରିଛି। ଜଳବାୟୁ ପରିବର୍ତ୍ତନ ସମସ୍ୟା ସଂକ୍ରାନ୍ତରେ ଯୁବରାଜ ଚାର୍ଲସ୍‌ଙ୍କ ଦ୍ୱାରା ପ୍ରେରିତ ହୋଇ ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌  ଭାରତ, ଚୀନ୍‌ ଓ ରୁଷ୍‌କୁ ଦାୟୀ କରିଛନ୍ତି। ପରିସ୍ଥିତିକୁ ସୁଧାରିବା ପାଇଁ ସମ୍ପୃକ୍ତ ଦେଶମାନେ ଯଥେଷ୍ଟ କିଛି କରୁ ନ ଥବା କଥା ସେ କହିଛନ୍ତି। ତେବେ କେତେକ ଦେଶ ପ୍ୟାରିସ ଜଳବାୟୁ ଚୁକ୍ତି ଅନୁସାରେ କାର୍ଯ୍ୟ କରୁ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ସେ ଆହୁରି କହିଛନ୍ତି କି, ଯୁକ୍ତରାଷ୍ଟ୍ର ଆମେରିକାର ଜଳବାୟୁ ସବୁଠୁ ନିର୍ମଳ।

ଆମେରିକାର ରାଷ୍ଟ୍ରପତି ତ୍ରିଦିବସୀୟ ଇଂଲଣ୍ଡ ଗସ୍ତର ଶେଷ ଦିନ ଆଇଟିଭି ସହ ସାକ୍ଷାତ୍‌କାର ସମୟରେ ଟ୍ରମ୍ପ୍‌ ଏ କଥା କହିଛନ୍ତି। ଏହି ସାକ୍ଷାତକାରରେ ଟ୍ରମ୍ପଙ୍କ ସହିତ ରାଣୀ ଏଲିଜାବେଥ, ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାର୍କନ, ଜର୍ମାନ ଚାନ୍‌ସେଲର ଆଞ୍ଜେଲା ମର୍କେଲ, କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡିୟୁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ୟାରିସ  ଜଳବାୟୁ ଚୁକ୍ତି ଅନୁସାରେ ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ଏବଂ ବିଶ୍ଵ ତାପନ ହ୍ରାସ ଦିଗରେ ଭାରତ ସମେତ ଚୀନ ଏବଂ ରୁଷ   ଆବଶ୍ୟକ ପଦକ୍ଷେପ ନେଉ ନ ଥିବା ଟ୍ରମ୍ପ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ସମସ୍ତ ପରିସଂଖ୍ୟାନକୁ ଆଧାର କଲେ ଏବେ ଯୁକ୍ତରାଷ୍ଟ୍ର ଆମେରିକାର ଜଳବାୟୁ ସବୁଠୁ ନିର୍ମଳ। ଏବଂ ତାହା ଆହୁରି ଉତ୍ତମ ହୋଇ ଚାଲିଛି।
ପଢନ୍ତୁ: ପ୍ରଥମ ମୁକାବିଲାରେ ବିଜୟରୁ ବିଶ୍ଵକପ ଅଭିଯାନ ଆରମ୍ଭ କଲା ଭାରତ

Related posts

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ପୁସ୍ତକ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ENO Beuro

ଅମ୍ବାନୀଙ୍କ ଆୟ ଦିନକୁ ୩୦୦ କୋଟି,ସପ୍ତମ ଥର ପାଇଁ ହେଲେ ଶ୍ରେଷ୍ଠ ଭାରତୀୟ ଧନୀ

ENO Beuro

ବିଦାୟ ପାରିକର: ତାଙ୍କ ଜୀବନର କିଛି ଅଜଣା କଥା

Ratnamani Moharana

Leave a Comment